ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ କିଶୋର ଭାଇନା ଙ୍କ ମଟନ ଦୋକାନ ବିଷୟ ରେ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏହି କିଶୋର ଭାଇନା ଙ୍କ ମଟନ ଦୋକାନ ର ଦୈନିକ ରୋଜଗାର କେତେ ହେଉଥିଲା ଏବଂ ତାଙ୍କ ଘର ପରିବାର ଓ ସମ୍ପତ୍ତି ବିଷୟ ରେ ଆପଣ ମାନେ ଜାଣିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ କିଶୋର ଭାଇନା ଙ୍କ ଏହି ମଟନ ଦୋକାନ ବର୍ଷ ବର୍ଷ ଧରି ଚାଲିଥିଲା । ବର୍ଷକୁ କୋଟି କୋଟି ଟଙ୍କା ର ବ୍ୟାପାର ମଧ୍ୟ କରୁଥିଲେ କିଶୋର ଭାଇନା । କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟାପାର ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । କଣ ତାହା କିଛି ଫୁଡ୍ ବ୍ଲଗର ମାନଙ୍କ ପାଇଁ ଅଥବା ତାହା ହେଉଛି ବିଏମ୍ସି ର କିଛି ନିୟମ ଉଲ୍ଲଂଘନ କରିବା ପାଇଁ ? ତେବେ ବିଏମ୍ସି ର କିଛି ନିୟମ ଉଲଂଘନ କରି ସେ ନିଜର ଦୋକାନ କରି ଥିବାରୁ ତାଙ୍କୁ ଏବେ ଦୋକାନ ବନ୍ଦ କରିବାକୁ ପଡୁଛି ।
ଏବେ ତାଙ୍କ ମଟନ ତରକାରୀ ର ହିସାବ ରଖୁଛନ୍ତି ସବୁ ସୋସିଆଲ ମିଡିଆ ର ବ୍ଲଗର ମାନେ । ଲୋକ ମାନଙ୍କ କହିବାନୁଯାୟୀ ପ୍ରାୟ ୬ କୋଟି ଟଙ୍କା ର ପ୍ରତିବର୍ଷ ବ୍ୟାପାର କରୁଥିଲେ କିଶୋର ଭାଇନା । ତେବେ ଯଦି ପ୍ରାୟ ୩୦% ବି ଲାଭ ହୁଏ ତେବେ ଏହି ବ୍ୟାପାର ମାଧ୍ୟମରେ ସେ ବର୍ଷ କୁ ଏକ କୋଟି ୮୦ ଲକ୍ଷ ଟଙ୍କା ଲାଭ କରୁଥିଲେ କିଶୋର ଭାଇନା । ଏହାର ହିସାବ ମଧ୍ୟ ଏବେ ବିଏମ୍ସି ପାଖରେ ଅଛି । ସେ ଏକ ପ୍ଲେଟ ମଟନ କୁ ୨୦୦ ଟଙ୍କା ହିସାବରେ ବିକ୍ରି କରୁଥିଲେ ।
ଏହି ବ୍ୟାପାର ସେ ଦୀର୍ଘ ୨୦ ବର୍ଷ ହେବ କରି ଆସୁଥିଲେ । ଏହା ଭିତରେ ସେ ଅନେକ ଲାଭ କରିଛନ୍ତି । ବର୍ତ୍ତମାନ ଏହାର ସବୁ ହିସାବ ରଖୁଛି ବିଏମ୍ସି ସଂସ୍ଥା । ବିଏମ୍ସି ମଧ୍ୟ ଏହା ଦେଖିଥିଲା କି, ଏହି ମଟନ କରାଯାଉଥିବା ସ୍ଥାନରେ ବହୁତ ପ୍ରଦୂଷଣ ମଧ୍ୟ ହେଉଛି । ବ୍ଲଗର ମାନେ କାଠ ଚୁଲି ରେ ତିଆରି ତାଙ୍କ ମଟନ ତରକାରୀ ବହୁତ ସ୍ୱାଦିଷ୍ଟ ବୋଲି କହୁଥିଲେ । କିନ୍ତୁ ଏହା ଦ୍ୱାରା ବହୁତ ପ୍ରଦୂଷଣ ହେଉଛି ବୋଲି ବିଏମ୍ସି କହିଛି । ଏହି ଚୁଲି ଦ୍ଵାରା ବହୁତ ବିଷାକ୍ତ ଧୂଆଁ ନିର୍ଗତ ହେଉଥିଲା ।
କେବଳ ଏତିକି ନୁହେଁ ତାଙ୍କ ଦୋକାନ ରେ ଲୋକ ମାନଙ୍କ ଭିଡ଼ ଯୋଗୁଁ ଅନେକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ଏହା ସହିତ ସେ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରୁଥିଲେ । ତେଣୁ ବିଏମ୍ସି ଏଭଳି ପଦକ୍ଷେପ ଗ୍ରହଣ କରିଥିଲା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।