ଏତେ ଦିନେ ସାମ୍ନାକୁ ଆସିଲା Kishore Bhaina ଙ୍କ ମଟନ ବିକ୍ରୀ ପଛର ରହସ୍ୟ !! କେମିତି ସରି ଯାଉଥିଲା 200 kg ମଟନ, ସତ ଆସିଲା ସାମ୍ନାକୁ, ଲୋକ କହିଲେ…

ଦର୍ଶକ ବନ୍ଧୁ ଓଡିଶାର ବହୁତ ପ୍ରସିଦ୍ଧ କିଶୋର ଭାଇନାଙ୍କ ହୋଟେଲକୁ ବିଏମସି ଭାଙ୍ଗିବା ପରେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି । ତେବେ କିଶୋର ଭାଇନାଙ୍କ ହୋଟେଲରେ ସବୁଠାରୁ ଅଧିକ ମଟନ ବେପାର ହୁଏ ତାହା ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ମିଡିଆ ରିପୋର୍ଟସ ଅନୁସାରେ କିଶୋର ଭାଇନାଙ୍କ ଦୋକାନରେ ଦିନକୁ ଦୁଇ କ୍ଵିଣ୍ଟାଲ ମଟନ ବିକ୍ରି ହେଉଥିଲା ହେଲେ ଏହା ପଛର ରହସ୍ୟ କଣ ଅଛି ତାହା କଣ ଆପଣ ମାନେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା । କିଶୋର ଭାଇନାଙ୍କ ଦୋକାନ କେବଳ ସୋମବାର ଦିନ ବନ୍ଦ ରୁହେ ନହଲେ ସବୁ ଦିନ ଖୋଲା ରୁହେ ଆଉ ପ୍ରତ୍ୟକ ଦିନ ତାଙ୍କ ଦୋକାନରେ 200 କେଜି ମଟନ ବିକ୍ରି ହୁଏ । କିଶୋର ଭାଇନାଙ୍କ ଏହି ହୋଟେଲଟି ହେଉଛି 20 ବର୍ଷ ପୁରୁଣା ହୋଟେଲ । ବେପାର କରିବା ପାଇଁ କିଶୋର ଭାଇନା ଯେଉଁ ଟ୍ରିକ ଜାଣିବା କଥା ସେ ସବୁ ଜାଣିଛନ୍ତି ।

କିଶୋର ଭାଇନାଙ୍କର 20 ବର୍ଷର ଅଭିଜ୍ଞାତା ରହିଛି ଆଉ ସେଥିପାଇଁ ତ ତାଙ୍କ ଦୋକାନରେ ଲମ୍ବା ଲାଇନ ଲାଗେ । ସେ ଜାଣି ଛନ୍ତି ଲୋକ ମାନଙ୍କୁ କେଉଁ ଭଳିଆ ଜିନିଷ କେତେ ଟଙ୍କାରେ ଦେଲେ ତାଙ୍କର ବେପାର ଅଧିକ ରୁ ଅଧିକ ହେବ । ଏହା ସହ କିଶୋର ଭାଇ ସମସ୍ତ ଲୋକଙ୍କ ସହ ଭଲ ବ୍ୟବହାର ମଧ୍ୟ ପଦର୍ଶନ କରନ୍ତି । ଆପଣ ମାନେ ଅନେକ ଜାଗାରେ ମଟନ ଖାଇଥିବେ ହେଲେ କିଶୋର ଭାଇନାଙ୍କ ମଟନର ସ୍ଵାଦ ସବୁଠାରୁ ଅଲଗା ।

ସେଥିପାଇଁ ବୋଧ ହୁଏ ତାଙ୍କ ହୋଟେଲରେ ଦିନ 3ଟା ଭିତରେ 200କେଜି ମଟନ ଶେଷ ହୋଇଯାଏ । କିଶୋର ଭାଇ ମାତ୍ର ଦେଢ ଶହ ଟଙ୍କାରେ ମଟନ ଦେଉଥିଲେ । ତାଙ୍କର ହାପ ପ୍ଳେଟ ହେଉଛି ଦେଢ ଶହ ଟଙ୍କା ଆଉ ଫୁଲ ପ୍ଳେଟ ହେଉଛି 200 ଟଙ୍କା । ଏହା ସହିତ ଲୋକ ମାନେ ଯେତେ ଇଛା ମଟନ ଝୋଳ ଆଉ ଭାତ ନେଇ ଖାଇ ପାରୁଥିଲେ । ଲୋକ ମାନେ କିଶୋର ଭାଇନାଙ୍କ ବ୍ୟବହାର, କମ ଟଙ୍କା ଆଉ ମଟନର ସ୍ଵାଦ ପାଇଁ ତାଙ୍କ ହୋଟେଲକୁ ଆସୁଥିଲେ ।

ହେଲେ ଦର୍ଶକ ବନ୍ଧୁ ଏବେ ଆଉ କିଶୋର ଭାଇନାଙ୍କ ହାତ ରନ୍ଧା ମଟନ ବୋଧ ହୁଏ ଲୋକ ମାନେ ଖାଇ ପାରିବେ ନାହିଁ କାରଣ କିଶୋର ଭାଇନାଙ୍କ ହୋଟେଲ ଏବେ ମାଟିରେ ମିଶି ଯାଇଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *