ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ମୋବାଇଲ ଫୋନ ଆମ ଜୀବନର ଏକ ଖାସ ଅଂଶ ପାଲଟି ଯାଇଛି । ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ । ଯେମିତି ସମସ୍ତ ଜିନିଷର କିଛି ଭଲ ଆଉ ଖରାପ ଗୁଣ ଅଛି ଠିକ ସେମିତି ମୋବାଇଲର ମଧ୍ୟ କିଛି ଭଲ ଗୁଣ ଅଛି ଆଉ କିଛି ଖରାପ ଗୁଣ ମଧ୍ୟ ଅଛି । ଅନେକ ସମୟରେ ସ୍ମାର୍ଟ ଫୋନ ଜୀବନ ପାଇଁ ଅଭିଶାପ ରେ ପରିଣତ ହୋଇଥିବା ପ୍ରମାଣ ମିଳିଛି ।
ମୋବାଇଲ ଫାଟିବା ଦ୍ଵାରା ଅନେକ ଜୀବନ ଯିବାର ଘଟଣା ଆପଣ ଶୁଣି ଥିବେ ଆଉ ଦେଖି ବି ଥିବେ । ତେବେ କଣ ସବୁ ମୋବାଇଲ ଦିନେ ଫାଟିବା ସୁନିଶ୍ଚିତ ନା ବନ୍ଧୁଗଣ ସେମିତି ହୁଏ ନାହିଁ । ହେଲେ ମୋବାଇଲ ଫାଟିବା ପୂର୍ବରୁ କିଛି ନିର୍ଦ୍ଧିଷ୍ଟ ସଙ୍କେତ ଦେଖାଇ ଥାଏ ଆଉ ତା ବିଷୟରେ ସମସ୍ତ ଲୋକ ଜାଣିବା ନିହାତି ଆବଶ୍ୟକ ।
୧. ଲିଥିୟମ ଆୟନରେ ନିର୍ମିତ ବ୍ୟାଟେରୀ ଚାର୍ଜ କରିବା ସମୟରେ ଗରମ ହୋଇଥାଏ । ଏଥିସହ ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ମଧ୍ୟ ଏହା ଗରମ ହୋଇଥାଏ । ତେଣୁ ଯେତେବେଳେ ମୋବାଇଲ ବ୍ୟବହାର ବା ଚାର୍ଜ କରିବା ସମୟରେ ମୋବାଇଲ ଗରମ ହେଉଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ ଅଥବା ଏହା ଫାଟିବାର ସମ୍ଭାବନା ଅଛି ।
୨. ଯଦି ଆପଣଙ୍କ ମୋବାଇଲର ବ୍ୟାଟେରୀ ଫୁଲି ଯାଇଛି ତେବେ ଏହା କେତେବେଳେ ମଧ୍ୟ ଫାଟିବାର ସମ୍ଭାବନା ରହିଥାଏ । ତେଣୁ ତୁରନ୍ତ ଆପଣ ଆପଣଙ୍କର ଫୁଲି ଥିବା ମୋବାଇଲ ବ୍ୟାଟେରୀକୁ ବଦଳାନ୍ତୁ ।
୩. ମୋବାଇଲ ଫାଟିବକି ନାହିଁ ପରୀକ୍ଷା କରିବା ପାଇଁ ଗୋଟିଏ ଟେବୁଲ ଉପରେ ମୋବାଇଲର ବ୍ୟାଟେରୀକୁ ବାହାର କରି ଘୂରାନ୍ତୁ । ଯଦି ତାହା ଘୂରୁଛି ତା ହେଲେ ବ୍ୟାଟେରୀ ଫୁଲି ଯାଇଛି । ଏହି ସମୟରେ ତୁରନ୍ତ ଏହାକୁ ବଦଳାନ୍ତୁ ନଚେତ ଏହା ଫାଟିବାର ସମ୍ଭାବନା ରହିଛି ।
୪. ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି ଯାହାର ବ୍ୟାଟେରୀ ବାହାର କରାଯାଇ ପାରିବନି । ସେ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଯଦି ମୋବାଇଲ ଚାର୍ଜ କରିବା ସମୟରେ ଉଭୟ ମୋବାଇଲ ଏବଂ ଚାର୍ଜର ଗରମ ହୋଇ ଯାଉଛି ତେବେ ତୁରନ୍ତ ଚାର୍ଜିଙ୍ଗ ପଏଣ୍ଟ ବନ୍ଦ କରନ୍ତୁ ।
୫. ବେଳେବେଳେ ସ୍ମାର୍ଟ ଫୋନ ହାତରୁ ପଡି ଗଲେ କିମ୍ବା ଫିଙ୍ଗି ଦେଲେ ତାହା ଫାଟିବାର ସମ୍ଭାବନା ରହିଛି । ଏହା ସହ କମ ତାପମାତ୍ରାରେ ମୋବାଇଲ ଫୋନ ଚାର୍ଜ କଲେ ବା ଆପଣଙ୍କ ଘରେ ଯଦି ଫ୍ରିଜ, ଏସି ଆଉ ଟିଭି ଆଦି ଲାଗିଛି ସେହି ସମୟରେ ଯଦି ଆପଣ ମୋବାଇଲ ଚାର୍ଜ କରୁଛନ୍ତି ତେବେ ମୋବାଇଲ ବ୍ୟାଟେରୀ ଫାଟି ଯିବାର ଅଧିକ ସମ୍ଭାବନା ରହିଥାଏ । ଲିଥିୟମ ଆୟନ ବ୍ୟାଟେରୀକୁ ଅଧିକ ଥଣ୍ଡା ଥିବା ସ୍ଥାନରେ ଚାର୍ଜ କରିବା ଭୟଙ୍କର ହୋଇଥାଏ ।