ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟ ମନ୍ତ୍ରୀ କେତେ ଶିକ୍ଷିତ ? ଦେଖନ୍ତୁ କିଏ ସବୁଠୁ ଅଧିକ ଶିକ୍ଷିତ ?

ନମସ୍କାର ବନ୍ଧୁଗଣ ତେବେ ଫେସବୁକ ହେଉ କିମ୍ବା ୱାଟସପ ସେଥିରେ ଏକ ମେସେଜ ଘୁରି ବୁଲୁଛି ଯେଉଁଥିରେ ଲେଖା ହୋଇଥାଏ କି ଯଦି ଏକ ଚପ୍ରାସି ପାଇଁ ସେ କେତେ ଶିକ୍ଷିତ ହୋଇଥିବା ଦରକାର ତାହା ଲେଖା ହୋଇଥାଏ । ତେବେ କୌଣସି ରାଜନେତା ମନ୍ତ୍ରୀ ମାନଙ୍କ ପାଇଁ ଏହା କଣ ପାଇଁ ନିର୍ଧାରିତ ହୋଇ ନାହିଁ । ଏବଂ ସେ ମେସେଜ ରେ ଏହା କୁହାଯାଏ କି ମୁଖ୍ୟମନ୍ତ୍ରୀ ଓ କୌଣସି ବି ରାଜନେତା ଙ୍କ ପାଇଁ ଅତି କମ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

କିନ୍ତୁ ଆମେ ଜାଣିଛୁ ଏହା କେବେବି ହୋଇ ପାରିବ ନାହିଁ କାରଣ ଏହି ସବୁ ନିୟମ ସେହି ରାଜନେତା ମାନେ ହିଁ ବନେଇ ଥାଆନ୍ତି । କିନ୍ତୁ ଆମ ଦେଶର ସବୁ ରାଜନେତା କିମ୍ବା ମନ୍ତ୍ରୀ ମାନେ କମ ପଢି ନାହାନ୍ତି ଏପରି ଅନେକ ରାଜନେତା ବହୁତ ଶିକ୍ଷିତ ମଧ୍ୟ ଅଛନ୍ତି । ତେବେ ଚାଲନ୍ତୁ ଜାଣିନେବା ସମସ୍ତ ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷିତ ଓ ଯୋଗ୍ୟତା ବିଷୟରେ । ମୁଖ୍ୟମନ୍ତ୍ରୀ ହେବା ପାଇଁ ତିନୋଟି ଯୋଗ୍ୟତା ରହିବା ଆବଶ୍ୟକ ।

୧- ପ୍ରଥମ ରେ ସେ ଭାରତୀୟ ହେବା ଆବଶ୍ୟକ।

୨- ଦ୍ୱିତୀୟ ରେ ସେ ବିଧାନସଭା ଓ ବିଧାନ ପରିଷଦ ରେ ସଦସ୍ୟ ହେବା ଆବଶ୍ୟକ ।

୩- ଏବଂ ତୃତୀୟ ରେ ସେ ଅତି କମରେ ୨୫ ବର୍ଷରେ ହୋଇ ଥିବା ଆବଶ୍ୟକ ।

ତେବେ ଚାଲନ୍ତୁ ଜାଣିନେବା ସମସ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କ ଶିକ୍ଷା ଗତ ଯୋଗ୍ୟତା ବିଷୟରେ ।


୧- ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ୟାଇ. ଏସ. ଜଗନ ମୋହନ ରେଡ୍ଡୀ । ସେ ଆନ୍ଧ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ । ସେ ଭାରତ ର ସବୁଠୁ ଆମିର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏବଂ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟ ରୁ ଜଣେ ।

୨- ପେମା ଖାଣ୍ଡୁ । ସେ ଅରୁଣା ଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ହିନ୍ଦୁ କଲେଜ ରୁ ଇତିହାସ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୩- ସର୍ବନନ୍ଦା ସୋନବାଲ । ସେ ଆସାମ ର ମୁଖ୍ୟମନ୍ତ୍ରୀ । ସେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଗୋହ୍ଵାଟି ବିଶ୍ୱବିଦ୍ୟାଳୟ ରେ ଏଲ.ଏଲ.ବି ଡିଗ୍ରୀ ହାସଲ କରିଛନ୍ତି

୪- ନୀତିଶ କୁମାର । ସେ ବିହାର ର ମୁଖ୍ୟମନ୍ତ୍ରୀ । ସେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି ।

୫-ଭୁପେଶ ବାଘେଲ । ସେ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ । ସେ ଜଣେ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ସେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ।

୬- ଅରବିନ୍ଦ କେଜରିବାଲ । ସେ ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ ଜଣେ ଶିକ୍ଷିତ ନେତା । ସେ ବି ଟେକ କରିଛନ୍ତି।


୭- ପ୍ରମୋଦ ସାୱନ୍ତ । ସେ ଗୋଆ ର ମୁଖ୍ୟମନ୍ତ୍ରୀ ସେ ଆୟୁର୍ବେଦ ଔଷଧ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୮- ବିଜୟ ରୂପାନୀ । ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ । ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଏଲ ଏଲ ବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

୯- ମନୋହର ଲାଲ ଖଟର । ସେ ହରିୟାଣା ର ମୁଖ୍ୟମନ୍ତ୍ରୀ । ସେ ଜଣେ ଶିକ୍ଷକ ମଧ୍ୟ ଥିଲେ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୧୦- ଜୟରାମ ଠାକୁର । ସେ ହିମାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ ଜଣେ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏମ ଏ ଡିଗ୍ରୀ ହାସଲ କରିଛନ୍ତି ।

୧୧- ହେମନ୍ତ ସୋରେନ । ସେ ଝାଡଖଣ୍ଡ ର ମୁଖ୍ୟମନ୍ତ୍ରୀ । ସେ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି।

୧୨- ବି. ଏସ. ୟାଦିୟୁରପ୍ପା । ସେ କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ । ତାଙ୍କ ଶିକ୍ଷା ଗତ ଯୋଗ୍ୟତା ରେ ବହୁତ ସନ୍ଦେହ ରହିଛି । କିନ୍ତୁ ବର୍ତ୍ତମାନ ର ସୂଚନା ଦ୍ବାରା ସେ ମଧ୍ୟ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି

୧୩- ପିନାରୟୀ ବିଜୟନ । ସେ କେରଳ ର ମୁଖ୍ୟମନ୍ତ୍ରୀ । ସେ ମଧ୍ୟ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ।


୧୪ – ନବୀନ ପଟ୍ଟନାୟକ । ସେ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୧୫ – ୱେଷ୍ଟ ବେଙ୍ଗଲ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ପ୍ରଥମେ ଇତିହାସ ବିଷୟରେ ବିଏ ଡିଗ୍ରୀ ହାସଲ କଲେ ଏବଂ ପରେ ଇସଲାମୀକ୍ ଇତିହାସ ରେ ଏମ ଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏବଂ ପରେ ବି ଏଡ଼ ଡିଗ୍ରୀ ମଧ୍ୟ ହାସଲ କଲେ । ଏବଂ ପରେ ସେ ଏଲ ଏଲ ବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏବଂ ତାଙ୍କୁ ଡ଼ି. ଲେଟ ଉପାଧି ମଧ୍ୟ ପ୍ରଦାନ କରାଯାଇଛି ।

୧୬- ଯୋଗୀ ଆଦିତ୍ୟ ନାଥ । ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ଗଣିତ ବିଷୟରେ ବି ଏସସି ଡିଗ୍ରୀ ହାସଲ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *