ନମସ୍କାର ବନ୍ଧୁଗଣ ତେବେ ଚାର୍ଲି ଚାପଲିନ ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ । ନିର୍ବାକ ଚଳଚ୍ଚିତ୍ର ଯୁଗର ପ୍ରାରମ୍ଭିକ ସମୟରୁ ଏକ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ସେ ଏକ ଜଣାଶୁଣା ଚେହେରା । ତେବେ ଲଣ୍ଡନରେ ଚାର୍ଲିଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟ ତଥା କଷ୍ଟକର ଥିଲା । ପିତାଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଅର୍ଥାଭାବରେ ସଂଘର୍ଷ କରୁଥିବା ବେଳେ ଚାର୍ଲିଙ୍କୁ ନଅ ବର୍ଷ ନ ହେଉଣୁ କାମ କରିବାପାଇଁ ପଠାଇଦିଆଗଲା ।
କମ୍ ବୟସରୁ ଚାର୍ଲି ମ୍ୟୁଜିକ ହାଉସଗୁଡ଼ିକ ବୁଲି କାମ କରିବା ଆରମ୍ଭ କଲେ । ସେ ମଞ୍ଚ ଅଭିନୟ ସାଙ୍ଗକୁ ହାସ୍ୟ ଅଭିନେତା ଭାବେ ମଧ୍ୟ କାମ କଲେ । ତାଙ୍କ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ‘ଦି କିଡ୍’ ଅନ୍ୟତମ । ଏଥିରେ ସେ ଜଣେ ଖିଆଲି ପଥିକ ଭୂମିକାରେ ଆସିଥିଲେ । ଯାହା ଦର୍ଶକଙ୍କୁ ଖୁବ୍ ଛୁଇଁଥିଲା ତାଙ୍କର ଅନ୍ୟ ଏକ ଲୋକପ୍ରିୟ ଚଳଚ୍ଚିତ୍ର ହେଉଛି ‘ଦି ଗୋଲଡ୍ ରସ୍’ । ସେହିପରି ତାଙ୍କର ଅନ୍ୟ ଏକ ବ୍ଲକ ବଷ୍ଟର ହିଟ୍ ସିନେମା ହେଉଛି ‘ସିଟି ଲାଇଟ୍ସ୍’ ।
ଏଥିରେ ସେ ଜଣେ ଦୃଷ୍ଟିହୀନ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ତେବେ ଏହି ଅଭିନୟ ଖୁବ୍ ବଳିଷ୍ଟ ଥିଲା । ଏହି ତାଲିକାରେ ସିନେମା ‘ମର୍ଡ଼ନ ଟାଇମ୍ସ’ ଏବଂ ‘ଦି ଗ୍ରେଟ୍ ଡିରେକ୍ଟର’ ଫିଲ୍ମ ରହିଛି । ତେବେ ଲଣ୍ଡନରେ ଚାଲିଥିଲା ଗୋଲ ଟେବୁଲ ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ମହାତ୍ମା ଗାନ୍ଧି । ସେହିଦିନ ଚାର୍ଲି ଚାପଲିନ୍ ମଧ୍ୟ ନିଜ ଫିଲ୍ମ ‘ସିଟି ଲାଇଟ’ର ପ୍ରମୋସନ ପାଇଁ ଲଣ୍ଡନରେ ପହଂଚିଥିଲେ ।
ଲଣ୍ଡନ ଗଣମାଧ୍ୟମରେ ଗାନ୍ଧିଜୀ ସେତେବେଳେ ପୁରା ପ୍ରଂଟ ଲାଇନ୍ରେ ଥିଲେ । ଏଥିସହ ଚାର୍ଲି ମଧ୍ୟ ଗାନ୍ଧିଜୀଙ୍କ ବିଷୟରେ ଅନେକ ଶୁଣିଥିଲେ । ତେଣୁ ତାଙ୍କୁ ଭେଟିବା ପାଇଁ ସେ ବେଶ୍ ଉତ୍ସୁକ ଥିଲେ । ତେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍ଙ୍କ ମଧ୍ୟରେ ଭେଟ୍ଘାଟ ହେଲା । ତେବେ ଗାନ୍ଧିଜୀଙ୍କ ଠାରୁ ପାଇଥିବା ଜ୍ଞାନ ଓ ବକ୍ତବ୍ୟ ଶୁଣି ଚାର୍ଲି ଏକ ଫିଲ୍ମ ମଧ୍ୟ ତିଆରି କିରଥିଲେ, ଯାହାର ନାଁ ଥିଲା ‘ମଡର୍ଣ୍ଣ ଟାଇମ୍ସ’ ।
ଏହି ଫିଲ୍ମ ଜରିଆରେ ସେ ଲୋକଙ୍କୁ ମେସିନ୍ ବଦଳରେ ଆତ୍ମନିର୍ଭର ହେବା ପାଇଁ ବାର୍ତ୍ତା ଦେଇଥିଲେ । ତେବେ ଚାର୍ଲି ଚାପ୍ଲିନ୍ଙ୍କ ପୂରା ନାଁ ସର ଚାଲ୍ସେ ସ୍ପେନ୍ସର ଥିଲା । ଏପ୍ରିଲ୧୬, ୧୮୮୯ରେ ଜନ୍ମିତ ଚାର୍ଲି ୨୫ ଡିସେମ୍ବର ୧୯୭୭ରେ ପ୍ରାଣ ହରାଇଥିଲେ । ଚାର୍ଲି ଜଣେ ଇଂରାଜୀ ହାସ୍ୟ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକ ଥିଲେ । ତାଙ୍କ ବାପା ଜଣେ ଅଭିନେତା ଥିଲେ । ସବୁବେଳେ ମଦ୍ୟପାନ କରୁଥିବାରୁ ପିତାଙ୍କ ସହ ତାଙ୍କର ପଡୁ ନ ଥିଲା । ଜୀବନ ଖୁବ୍ ସଂଘର୍ଷମୟ ହୋଇପଡିଥିଲା ।
ପିତାଙ୍କ ଏହି କୁ ଅଭ୍ୟାସ ପାଇଁ ମାନଦସିକ ବିକାରଗ୍ରସ୍ତ ହୋଇ ପଡିଥିଲେ ମା’ । ପରିସ୍ଥିତି ଏପରି ହେଲା ଯେ, ଶେଷକୁ ତାଙ୍କୁ ମାନସିକ ରୋଗ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କ ସହ ରହିବାକୁ ପଡ଼ୁଥିଲା । କିନ୍ତୁ ତାଙ୍କ ବାପାଙ୍କ ବ୍ୟବହାର କାରଣରୁ ଏକ ସଂସ୍ଥା ଚାର୍ଲି ଓ ତାଙ୍କ ଭାଇଙ୍କୁ ତାଙ୍କ ବାପାଙ୍କଠାରୁ ଅଲଗା ରଖିଥିଲେ । କିଛି ବର୍ଷ ପରେ ଚାର୍ଲିଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ।
ଚିନ୍ତା ଓ ବିଷାଦ ଭରା ପିଲାଦିନ ସତ୍ତ୍ୱେ ସେ ଆମେରିକା ସିନେମାରେ ନିଜ ଛାପ ଛାଡ଼ିବାରେ ସଫଳ ହୋଇଥିଲେ । କିନ୍ତୁ ଆମେରିକା ସରକାର ୧୯୫୨ରେ ତାଙ୍କୁ ବ୍ୟାନ୍ କରି ଦେଇଥିଲେ । ଚାର୍ଲି ଚାପ୍ଲିନ୍ ସବୁଠୁ ପ୍ରସିଦ୍ଧ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ଏହାସହ ସେ ଜଣେ ଫିଲ୍ମ ନିର୍ମାତା, ସଙ୍ଗୀତକାର ଓ ସଙ୍ଗୀତଜ୍ଞ ଥିଲେ । ତେବେ ନିଜ ଫିଲ୍ମରେ ଜୀବନର କମେଡି ଓ ଟ୍ରାଜେଡି ଦେଖାଉଥିବା ଚାର୍ଲିଙ୍କର ମୃତ୍ୟୁ ପରେ ବି ଟ୍ରାଜେଡି ସରି ନ ଥିଲା ।
୧୯୭୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ଗୋଟିଏ ବର୍ଷ ପରେ ବି ତାଙ୍କ ପାର୍ଥିବ ଶରୀରକୁ ସ୍ୱିଜରଲ୍ୟାଣ୍ଡ୍ର ଏକ ଗାଁରୁ ଦୁଇଜଣ ଚୋର ଉଠେଇ ନେଇଯାଇଥିଲେ । ଚିନ୍ତା କରନ୍ତୁ କେତେ ଲୋକପ୍ରିୟ ଥିଲେ ଚାର୍ଲି । ପରେ ଦୁଇ ଚୋର ଙ୍କୁ ପୋଲିସ ଧରି ନେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।