Garuda Purana- ସ୍ତ୍ରୀ ପୂର୍ବରୁ କାହିଁକି ହୋଇଥାଏ ସ୍ବାମୀର ମୃତ୍ୟୁ ? ସଧବା ସ୍ତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ତେବେ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜୀବନ ସେତେ ଦିନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥାଏ ଯେ ପର୍ଯ୍ୟନ୍ତ ସେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇଛି । ତେବେ ପତି ଓ ପତ୍ନୀ ପରସ୍ପର ର ପୂରକ ହୋଇଥାନ୍ତି । ପତ୍ନୀ ନିଜ ପତି କୁ ବଞ୍ଚାଇବା ପାଇଁ ଏମିତି କିଛି ପ୍ରୟାସ କରିଥାଏ ଯାହା ପାଇଁ ତାର ସ୍ଵାମୀ ମୃତ୍ୟୁରୁ ବଞ୍ଚି ପାରିବ । ଯେମିତିକି, ପୂଜା ପାଠ କରିବା, ବ୍ରତ ରଖିବା, ଧାର୍ମିକ ଯାତ୍ରା କରିବା ଇତ୍ୟାଦି ସାମିଲ ରହିଛି ।

କିନ୍ତୁ ପତି ବୃଦ୍ଧ ହେବା ପରେ ତାର ମୃତ୍ୟୁ ହୋଇଥାଏ । ଗରୁଡ ପୂରାଣ ରେ କୁହାଯାଇଛିଯେ ଯଦି ପତ୍ନୀ ଏହି ତିନୋଟି ଭୁଲ କରିଥାଏ ତେବେ ତା’ର ପତି କୁ ମୃତ୍ୟୁ ପ୍ରାପ୍ତ ହୋଇଥାଏ । ଅର୍ଥାତ ପତି ଯୁବାବସ୍ଥା ରେ ହିଁ ମୃତ୍ୟୁ ବରଣ କରିଥାଏ ଯାହା ପାଇଁ ପତ୍ନୀ କୁ ଏକୁଟିଆ ଜୀବନ ସାରା ରହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଭୁଲ କଣ ରହିଛି ଯାହା ପତ୍ନୀ କରିବା ଦ୍ଵାରା ପତି କୁ ମୃତ୍ୟୁ ପ୍ରାପ୍ତ ହୋଇଥାଏ ।

୧. ଯଦି ପତ୍ନୀ ବଟ ସାବିତ୍ରୀ ବା କରୱା ଚୌଥ ବ୍ରତ କରିଥାଏ । କିନ୍ତୁ ଲୁଚି କରି ପାଣି ବା ଭୋଜନ ଗ୍ରହଣ କରିଥାଏ ତେବ ଆଗାମୀ ଭବିଷ୍ୟତରେ ତାର ପତିର ସମୟ ପୂର୍ବରୁ ମୃତ୍ୟୁ ହୋଇଥାଏ । ଏହା ବ୍ୟତୀତ ବ୍ରତ କରିବା ସମୟରେ ଭୋଜନର ଲାଳସା ରଖିବା ଅନୁଚିତ । ଶାସ୍ତ୍ର ଅନୁସାରେ ଯଦି ନାରୀ ଅନ୍ୟ କାହାକୁ ନ ଜଣାଇ ବ୍ରତ ଭାଙ୍ଗିଥାଏ ତେବେ ପତି ର ଯୁବାବସ୍ଥାରେ ମୃତ୍ୟୁ ହୋଇଥାଏ ।


୨. ଅନ୍ୟ ଏକ କାରଣ ହେଉଛି ନାରୀ ଅଳ୍ପ କଥାରେ ସ୍ଵାମୀ ସହ ଝଗଡା କରିବା ବା ମିଛ ରାଣ ଖାଇବା ବା ଖରାପ ଭାଷାରେ ନିଜ ପତି କୁ ଗାଳି କରିବା ଘୋର ପାପ ବୋଲି ଶାସ୍ତ୍ରରେ କୁହା ଯାଇଛି । ମାନ୍ୟତା ରହିଛି ଏପରି ନାରୀ କରିବା ଦ୍ଵାରା ସମ୍ପର୍କ ଭାଙ୍ଗିବା ସହ ପତି ର ଯୁବାବସ୍ଥାରେ ମୃତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । ଯଦି ନାରୀ ବ୍ରତ ରଖି ନିଜ ପତିକୁ ଗାଳି ଗୁଲଜ କରିବା ସହ ମିଛ ରାଣ ଖାଇଥାଏ ତେବେ ପତି ଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ ।


୩. ଗରୁଡ ପୁରାଣ ଅନୁସାରେ ଯେବେ ନାରୀ ମାଂସ ଭକ୍ଷଣ କରିଥାଏ ତେବେ ତା’ର ପତି ଉପରେ କଷ୍ଟ ପଡିଥାଏ । ଏହା ସହିତ ପତି ର ଯୁବାବସ୍ଥାରେ ମୃତ୍ୟୁ ହୋଇଥାଏ । ଏହାଛଡା ନାରୀ କେଶ ଧୋଇଲେ ତାର ପତିର ଆୟୁ କମିବା ସହିତ ପିଲାଙ୍କର ମଧ୍ୟ ଆୟୁ କମିଥାଏ । ନିଜ ପତି ଥାଉ ଥାଉ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ଦ୍ଵାରା ପତି ର ମୃତ୍ୟୁ ହୋଇଥାଏ । ଏହା ବ୍ଯତୀତ ଯଦି ନାରୀ ସିନ୍ଦୁର, ମଙ୍ଗଳସୂତ୍ର, ପାଉଁଜି ବା ଚୁଡି ନ ପିନ୍ଧି ସେମିତି ରହିଥାଏ ତେବେ ବୃଦ୍ଧା ଅବସ୍ଥା ଆସିବା ପୂର୍ବରୁ ପତି ର ମୃତ୍ୟୁ ହୋଇଥାଏ ।

ପତି ନ ଖାଇବା ପୂର୍ବରୁ ପତ୍ନୀ ଖାଇଲେ ବା ସକାଳେ ଓ ରାତିରେ ବିଳମ୍ବ ରେ ଶୋଉଥିବା ପତ୍ନୀ ର ପତି ଙ୍କ ଆୟୁଷ ବହୁତ କମ ହୋଇଥାଏ । ତେବେ ନିଜ ପତି ଙ୍କ ଆୟୁଷ ବଢ଼ାଇବା ପାଇଁ ମହିଳା ମାନେ ନିଜ ମଥାର ମଝିରେ ବହୁତ ଲମ୍ବା ସିନ୍ଦୁର ଲଗାନ୍ତୁ ଏହା ଦ୍ୱାରା ତାଙ୍କ ପତି ଙ୍କ ଆୟୁଷ ବଢିଥାଏ ଏବଂ ସେ ଦୀର୍ଘଜୀବୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *