ନମସ୍କାର ବନ୍ଧୁଗଣ ଯେତେବେଳେ ଗୋଟେ ବୋହୂ ଶାଶୁ ଶ୍ଵଶୁର ଙ୍କ ବିରୁଦ୍ଧରେ ମହିଳା କମିଶନରେ ହାଜର ହେଉଛି ଆଉ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଅଭିଯୋଗ ଆଣିଛନ୍ତି ଏହି ଘଟଣା ଟି ଯାଜପୁର ରୁ ଆସି ଭୁବନେଶ୍ଵର ରେ ପହଞ୍ଚି ଯାଇଛି । କାରଣ ବୃଦ୍ଧା ଦମ୍ପତି ଦୁହେଁ ଆସି ପହଞ୍ଚିଛନ୍ତି ଆଇନଜୀବୀ ବ୍ୟୋମେକେଶ ତ୍ରିପାଠିଙ୍କ ପାଖରେ । ଏହି ଘଟଣା ବିଷୟରେ ତ୍ରିପାଠୀ ମତ ଦେଇଛନ୍ତି କି ଏହି ଘଟଣାଟି ହେଉଛି ବାସ୍ତବିକ ଦୁଖଦାୟକ ।
ଉଦାହରଣ ଦେଇ ତ୍ରିପାଠୀ କହିଛନ୍ତି ଛୋଟ ପିଲାଟି ଯେତେବ ଜିଦି କରିଥାଏ ବାପା ମା ପୂରଣ କରିଥାନ୍ତି ବା ଭୁଲ କରିଥିଲେ କ୍ଷମା କରିଥାନ୍ତି । ବାପା ମା ମୋ ପିଲା କହି କୋଳେଇ ନେଇଥାନ୍ତି । ମା ଗର୍ଭରେ ପିଲାକୁ ଧାରଣ କରିବା ଦିନ ଠାରୁ ବଡ କରି ବାହା କରିବା ଯାଏଁ ଭାବିଥାଏ ଏ ହେଉଛି ମୋର ଉତ୍ତରାଧିକାରୀ କିନ୍ତୁ ଯେବେ ପୁଅ ସାଧାରଣ ଭାବେ ବିବାହ ନ କରିଛି ସେ ଯାଏଁ ସବୁ କିଛି ଠିକ ରହୁଛି ।
କିନ୍ତୁ ଯେବେ ପୁଅ ବିବାହ କରୁଛି ଆଉ ସ୍ତ୍ରୀ ଆସୁଛି ସେହି ସମୟରେ ସ୍ତ୍ରୀ କଥାରେ ଉଠ ବସ ହେଉଛି । ଛେଳିର ୮ଟି ଗୋଡ ବୋଲି ଯଦି ସ୍ତ୍ରୀ କହୁଛି ପୁଅ ହଁ କହୁଛି ଏହା ଠାରୁ ବଡ ଦୁଖଦ ଘଟଣା କଣ ହୋଇପାରେ ବୋଲି ତ୍ରିପାଠୀ କହିଛନ୍ତି । ମା ବାପାଙ୍କର ଭଲ ପାଇବା ଆଉ ଯେଉଁ କଷ୍ଟ ବାପାର ଯେଉଁ କାନ୍ଧରେ ବସାଇ ଯାତ୍ରା ବୁଲାଇବା ଏଟା ପୁଅ ବାହାଘର ପରେ ବୁଝିପାରେ ନାହି ।
ତେବେ ଗତ କିଛି ଦିନ ତଳେ ବୋହୁ ଯେଉଁ ଅଭିଯୋଗ ଆଣିଛନ୍ତି ଶାଶୁ ଶ୍ବଶୁରଙ୍କୁ ନେଇ ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଥିଲା ଆଉ ଲୋକେ ଶାଶୁ ଶ୍ଵଶୁରଙ୍କୁ ଭୁଲ ଭାବି ଗାଳି କରୁଥିଲେ । ବୋହୁ ଅଭିଯୋଗ ଆଣିଥିଲେ ମୋ ଅଣ୍ଟାରେ ହାତ ମାରୁଥିଲେ ବାଥୃମରେ ପରିସ୍ରା କରିବା ବେଳେ ବୁଢା ବୁଢୀ ମୋତେ ଅନାଉଥିଲେ ଯାହା ସଂପୂର୍ଣ୍ଣ ଭୁଲ ଅଟେ । ବାସ୍ତବିକ ଦେଖିଲେ ବୃଦ୍ଧ ବ୍ୟକ୍ତି ଜଣକ କାଲା ଯାହା ସବୁଠାରୁ ଦୁଖଦ କଥା ।
ବୃଦ୍ଧ ଦମ୍ପତି ଯେଉଁ ପେନସନ ପଇସା ପାଇଥିଲେ ତାହା ପୁଅ ବୋହୁ ହଡପ କରି ନେଇଛନ୍ତି । ବର୍ତ୍ତମାନ ଟାର୍ଗେଟରେ ଅଛନ୍ତି ଯେଉଁ ଭିଟ୍ଟା ମାଟିରେ ରହିଛନ୍ତି କେମିତି ତାକୁ କବଜା କରିବେ । ଯେବେ ଏହି ଉଦ୍ଦେଶ୍ୟ ପୁରା ହୋଇ ନାହି ସେହି ସମୟରେ ପୁଅ ବୋହୁ ବୁଢା ବୁଢୀଙ୍କୁ ଗାଳି ଗୁଲଜ କରିବା ସହ ଖାଇବାକୁ ଦେଇ ନାହାନ୍ତି । ଏ ସବୁ ହେବା ପରେ ବୃଦ୍ଧ ଦମ୍ପତି ମହିଳା ଥାନାରେ କେସ ଦେଇଛନ୍ତି ଆଉ ପରେ ବ୍ୟମୋକେଶ ତ୍ରିପାଠୀଙ୍କ ପାଖରେ କୌଣସି ମତେ ପହଞ୍ଚିଛନ୍ତି ।
ଏହି କାହାଣୀ ଆଜିର ଘରେ ଘରେ ଦେଖାଯାଉଛି । ପୁଅ ରୋଜଗାରକ୍ଷମ ହୋଇଗଲା ପରେ ବୁଝିପାରୁ ନାହାନ୍ତି ଯାହା ପାଇଁ ବାପା ମାଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରୁଛନ୍ତି । ବାପା ମାଙ୍କୁ ରଖିବା ପାଇଁ ଧନର ନୁହେଁ ମନର ଆବଶ୍ୟକତା ରହିଛି ବୋଲି ତ୍ରିପାଠୀ ମତ ଦେଇଛନ୍ତି ।