ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ରାଜ୍ୟ ରେ ଦୀର୍ଘ ଦିନ ହେବ ଲଗାଣ ବର୍ଷା ହେବା କାରଣରୁ ସବୁ ଆଡେ ବନ୍ୟା ସ୍ଥିତି ଦେଖା ଯାଇଛି । ଯାହା ପାଇଁ ଗାଁ ଗାଁ ମାନଙ୍କରେ ବନ୍ୟା ପାଣି ପଶି ଥିବାରୁ ଲୋକ ମାନେ ଦୀର୍ଘ ଦିନ ହେବ ପାଣି ଘେର ରେ ବୁଡି ରହିଛନ୍ତି । ଏମିତିକି ସ୍ମାର୍ଟ ସିଟି ଭୁବନେଶ୍ଵର ରେ ମଧ୍ୟ ଲଗାଣ ବର୍ଷା କାରଣରୁ ପାଣି ଏତେ ଜମା ହୋଇଛି ଯେ ଲୋକ ରାସ୍ତା ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଦେଇ ଯାତାୟାତ କରୁଛନ୍ତି ।
ତେବେ ଗାଁ ମାନଙ୍କରେ ବନ୍ୟା ପାଣି ପଶି ଲୋକ ମାନଙ୍କର ଘର ଭାଙ୍ଗି ଦେବା ସହ ଚାଷ ଜମି ସବୁ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ ବଢି ପାଣି ଏତେ ଜୋର ରେ ହୋଇଛି କି ଲୋକ ମାନେ ରହିବାକୁ ବାସ ସ୍ଥାନ ନାହି କି ଖାଇବାକୁ ଖାଦ୍ୟ ନାହି ।ଏମିତି ପିଇବାକୁ ଭଲ ପାଣି ମଧ୍ୟ ନାହି । ଗରିବ ଲୋକ ମାନେ ଯେଉଁ ମାନେ ପାହାଡିଆ ଆଉ ତଳିଆ ଅଞ୍ଚଳ ରେ ରହିଛନ୍ତି ସେମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।
ସବୁ ଆଡେ ବନ୍ୟା ମୁକାବିଲା ପାଇଁ ପରଶାସନ ତରଫରୁ ସଠିକ ଭାବେ ବ୍ୟବସ୍ଥା ମଧ୍ୟ କରାଯାଇ ନାହି । ତେବେ ଆପଣ ମାନେ ଜାଣିଥିବେ ବଢି ପାଣି ଆସିଲେ ପାଣିରେ ମାଛ, କଙ୍କଡା, ବିଷାକ୍ତ ସାପ ସବୁ ଭାସି ଆସିଥାନ୍ତି । ତେବେ ଏହାରି ମଧ୍ୟରେ ଏଭଳି ଏକ ଅଦଭୂତ ଘଟଣା ସାମନାକୁ ଆସିଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ବଢି ପାଣି ପଶି ଯାଇଛି ଆଉ ଗାଁ ର ରାସ୍ତା ସବୁ ପାଣି ରେ ବୁଡି ରହିଛି ।
ଏହାରି ମଧ୍ୟରେ ଜଣେ ଲୋକ ଜାଲ ପକାଇ ରାସ୍ତା ରୁ ଅନେକ ଗୁଡାଏ ମାଛ ଧରୁଛନ୍ତି । ବଢି ପାଣି ରେ ଏତେ ମାଛ ଆସିଛନ୍ତି କି ବ୍ୟକ୍ତି ଜଣକ ଜଳ ପକାଇ ବହୁତ ଗୁଡାଏ ମାଛ ଧରିଛନ୍ତି ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏମିତି ବ୍ୟକ୍ତି ଜଣକ କେତେ ମାଛ ଧରିଛନ୍ତି ତାହା ମଧ୍ୟ ଜାଲ ଖୋଲି ଦେଖାଉଛନ୍ତି । ବଢି ପାଣି ରେ ଲୋକ ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଥିଲେ ମଧ୍ୟ ଏବେ ମାଛ ସବୁ ରାସ୍ତା ରେ ଭାସି ଯାଉଛନ୍ତି ।
ଯାହାକୁ ଧରିବା ପାଇଁ ଲୋକ ମାନଙ୍କର ଗହଳି ଜମିଛି । ଗାଁ ଦାଣ୍ଡ ରେ ସାଲୁ ବାଲୁ ହେଉଛନ୍ତି ଛୋଟ ଛୋଟ ମାଛ ଯାହାକୁ ଆମେ ଚୂନା ମାଛ ମଧ୍ୟ କହିଥାଉ । ଯାହା ଖାଇବାକୁ ସ୍ୱାସ୍ଥ୍ୟ ବହୁତ ହିତକାରକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।