ଓଡିଶାର 5 ଟି ସବୁଠୁ ଖତରନାକ ଡ୍ୟାମ… 

କୌଣସି ନଦୀ କିମ୍ବା ନାଳକୁ ବନ୍ଧାଇ ସେଇଠୁ ବହି ଯାଉଥିବା ପାଣିକୁ ଗୋଟେ ଜାଗାରେ ଅଟକାଇ ସେ ପାଣିରୁ ବିଜୁଳି ଓ ଖରା ଦିନେ ଜଳ ସେଚନ କରିବା ପାଇଁ ଡ୍ୟାମ ତିଆରି ହୋଇଥାଏ । ବେଳେବେଳେ ବନ୍ୟା କାରଣରୁ ଡ୍ୟାମରେ ପାଣି ଅଧିକ ହୋଇଥାଏ । ଯାହା ଦ୍ଵାରା ଡ୍ୟାମ ଖତରନାକ ଲାଗିଥାଏ । ଆଜି ଆମେ ଜାଣିବା ଓଡିଶାର ଖତରନାକ ଡ୍ୟାମ ବିଷୟରେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ହୀରାକୁଦ ଡ୍ୟାମ । ଓଡିଶାର ସମ୍ବଲପୁର ଜିଲ୍ଲା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ । ହୀରାକୁଦ ଏସିଆର ଲମ୍ବା ଡ୍ୟାମ ନାମରେ ବି ପରିଚିତ । ଏହି ଡ୍ୟାମର ଲମ୍ବ ୪.୮ କିଲୋମଟର ଓ ଏହି ଡ୍ୟାମର ଉଚ୍ଚତା ୨୦୦ ଫୁଟ । ଏ ଡ୍ୟାମରେ ସମୁଦାୟ ୯୮ଟି ଗେଟ ଅଛି । ଏ ଡ୍ୟାମରେ ପାଣି ପାଖାପାଖି ୫୫ କିଲୋମିଟର ଯାଏଁ ରହିଛି । ଯେତେବେଳେ ଲଗାତାର ବର୍ଷା ହୋଇଥାଏ ଏ ଡ୍ୟାମ ଖତରନାକ ଦେଖାଯାଏ ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ରେଙ୍ଗାଳି ଡ୍ୟାମ । ହୀରାକୁଦ ପରେ ଏହା ହେଉଛି ଓଡିଶାର ଦ୍ଵିତୀୟ ବୃହତ୍ତମ ଡ୍ୟାମ । ଏହି ଡ୍ୟାମକୁ ୧୯୭୫ ମସିହାରେ ନିର୍ମାଣ କରଯାଇଥିଲା । ବ୍ରାହ୍ମଣୀ ନଦୀରେ ଏ ଡ୍ୟାମ କରାଯାଇଛି । ଏ ଡ୍ୟାମର ଉଚ୍ଚତା ୭୦.୫ ମିଟର ଓ ଏହି ଡ୍ୟାମର ଲମ୍ବା ୧୦୪୦ ମିଟର । ଏହି ଡ୍ୟାମ ଉପରେ ଗାଡି ଚଳେଇବା ନିଷେଧ । ଏଥିରୁ ଭାବି ପାରୁଥିବେ ଏ ଡ୍ୟାମ କେତେ ଖତରନାକ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି କଳାହାଣ୍ଡି ଜିଲ୍ଲାର ଇଦ୍ରାବତୀ ଡ୍ୟାମ । ଇନ୍ଦ୍ରାବତୀ ଡ୍ୟାମକୁ ଓଡିଶାର ପ୍ରାଣ କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । ଏହି ଡ୍ୟାମଟି ୨୦୦୧ ମସିହାରେ ନିର୍ମାଣ ହୋଇଥିଲା । ଏହି ଡ୍ୟାମର ଉଚ୍ଚତା ୪୫ ମିଟର ଓ ଏହି ଡ୍ୟାମର ଲମ୍ବ ୫୩୯ ମିଟର । ଏ ଡ୍ୟାମରୁ ୬୦୦ ମେଗା ୱାଟର ବିଜୁଳି ବାହାରି ଥାଏ । ଅଧିକ ବର୍ଷା ହେଲେ ଏ ଡ୍ୟାମ ପୁରା ଖତରନାକ ହେଇଯାଏ ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଢେଙ୍କାନାଳରେ ଅବସ୍ଥିତ ସାପୁଆ ଡ୍ୟାମ । ଏହି ଡ୍ୟାମଟି ଦେଖିବା ପାଇଁ ସାପ ଭଳି ଅଙ୍କା ବଙ୍କା ଏହି ଡ୍ୟାମଟି ବହୁତ ସୁନ୍ଦର ଦେଖାଯାଏ । ଏହି ଡ୍ୟାମର ଜଳରୁ ଖରି ଫସଲ ୮୫୫ ହେକ୍ଟର ଏରିଆରେ ହୋଇଥାଏ । ଏହି ଡ୍ୟାମରେ ଗାଧୋଇବା ପାଇଁ ଅନେକ ଲୋକ ଆସିଥାନ୍ତି ଆଉ ଗାଧୋଇବା ବେଳେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

୫. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସୁନ୍ଦରଗଡର ମନ୍ଦିରା ଡ୍ୟାମ । ମନ୍ଦିରା ଡ୍ୟାମ ରାଉଲକେଲାର ଏକ ପ୍ରସିଦ୍ଧ ଡ୍ୟାମ । ଏହି ଡ୍ୟାମରୁ ପାଣି ରାଉଲକେଲା ଷ୍ଟିଲ ପ୍ଳାଣ୍ଟକୁ ଯାଇଥାଏ । ଏହି ଡ୍ୟାମ ଯୋଗୁଁ ୨୪୦୦ ପରିବାର ବିସ୍ଥାପିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *