‘କିଛି ହେବନି ଆମେ ସମସ୍ତେ ଅଛୁ…’ ଭିନ୍ନ ଗାଁ ଯାଇ ବନ୍ୟା ସ୍ଥିତି ଦେଖୁଛନ୍ତି ବିଧାୟକ Rudra Maharathy, ଲୋକଙ୍କୁ ଦେଉଛନ୍ତି ସାନ୍ତ୍ଵନା…

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।

ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ଯେଉଁ କାମ କରୁଛନ୍ତି ତାହା ବୋଧେ ଆଉ କେହି ବି କରୁ ନଥିବେ କାରଣ ଏମିତି କାମ ଏବେ କେହି କରୁଥିବାର ଲୋକମାନେ ଦେଖି ହି ନାହାନ୍ତି ।

ରୁଦ୍ରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର ।

ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା । ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ରୁଦ୍ର ବିଧାୟକ ହେବା ପରେ ପ୍ରତି ଗାଁ ଗାଁ ଘର ଘର ବୁଲି ଲୋକ ମାନଙ୍କର ସମସ୍ୟା ବୁଝୁ ଛନ୍ତି ।

ସମ୍ଭାବ୍ୟ ବନ୍ୟାକୁ ନେଇ ଗତ କାଲି ରୁଦ୍ର ପ୍ରତାପ କିଛି ଅଞ୍ଚଳର ସମୀକ୍ଷା କରିଥିଲେ । ଆଜି ସୁର ଭାଇ ଆଣ୍ଠୁଏ ପାଣିରେ ଗାଁ ରୁ ଗାଁ ବୁଲି ବୁଲି ସମସ୍ତ ଲୋକ ମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଡାକୁ ଛନ୍ତି । ରୁଦ୍ର ଲୋକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି କେବଳ ଆଲୋକ ମାନେ ସେହି ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । ତା ହେଲେ ରୁଦ୍ରଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *