କାନ୍ଦୁଛି ହୀରାକୁଦ ଡ଼୍ୟାମ ! (History Of Hirakud Dam) …

କାନ୍ଦୁଛି ହୀରାକୁଦ ଡ୍ୟାମ, କଣ ପାଇଁ କାନ୍ଦୁଛି, କାହା ପାଇଁ କାନ୍ଦୁଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ବିଶ୍ଵର ସବୁଠାରୁ ଲମ୍ବା ଡ୍ୟାମ ଯାହାର ଲକ୍ଷ ଥିଲା ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ । 1857 ମସିହା ଜାନୁୟାରୀ 13 ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ହାତରେ ଉଦ୍ଘାଟନ ହୋଇଥିଲା ବିଶ୍ଵର ସର୍ବ ବୃହତ ହୀରାକୁଦ ନଦୀ ବନ୍ଧ । ହେଲେ ଆପଣ ମାନେ କଣ ଜାଣିଛନ୍ତି କେତେ ଗାଁ ଗଣ୍ଡା ପୋଖରୀ କେତେ ଧନ ଜୀବନ ଏଥିପାଇଁ ବଳି ପଡିଥିଲା ।

ଆଉ କେତେ ଲୋକଙ୍କୁ ନିଜ ଭିଟାମାଟିକୁ ତ୍ୟାଗ କରି ସବୁଦିନ ପାଇଁ ଚାଲିଯିବାକୁ ପଡିଥିଲା । ପାଖାପାଖି 300 ଗାଁ ଯାହାର ନାମ ଆଉ ଭାରତ ମାନଚିତ୍ରରେ ନାହିଁ । ଏ ସବୁ ପାଇଁ ଦାୟୀ କିଏ, ଏଇଥି ପାଇଁ କାନ୍ଦୁଛି ହୀରାକୁଦ । ଏଥିପାଇଁ ଦାୟୀ ସମଗ୍ର ଓଡିଶା । ବନ୍ୟା ଜଳ ନିୟନ୍ତ୍ରଣ, ବିଦ୍ୟୁତ ଓ ଚାଷ କାମ ଏହି ସବୁ କାମ ପାଇଁ ନିର୍ମାଣ ହୋଇଛି ବିଶ୍ଵର ସର୍ବ ବୃହତ ହୀରାକୁଦ ନଦୀବନ୍ଧ ।

ସେହି ଲୋକଙ୍କୁ ଝୁରି ଆଜି ହୀରାକୁଦ ଡ୍ୟାମ କାନ୍ଦୁଛି । ତେବେ ବନ୍ଧୁଗଣ ଏବେ ଚାରି ଆଡେ କେବଳ ବନ୍ୟାର ଭୟ ଆଉ ଚାରି ଆଡେ ପାଣି । ଅଧା ଓଡିଶା ଏବେ ପାଣିରେ ବୁଡି ରହିଛି । ଏବେ ହନ୍ତସନ୍ତ ହେଉଛି ଜନ ଜୀବନ । ହଠାତ ମାଡି ଆସୁଛି ପାଣି ଆଉ ଭାଙ୍ଗି ଦେଉଛି ବନ୍ଧ ବାଡ ।

ବନ୍ୟାର ସୁଅ ଭସେଇ ନେଉଛି ବିରାଟ ବିରାଟ ଗଛ । ଫସି ରହିଛନ୍ତି ଶହ ଶହ ଲୋକ । ଲଗାଣ ବର୍ଷା କାରଣରୁ ହୋଇଛି ବନ୍ୟା ବିପାତ୍ତ । ହୀରାକୁଦର ଜଳ ଭଣ୍ଡାର ଗେଟ ଖୋଲିବା ପରେ ଏବେ ଜଳ ମଗ୍ନ ଅଧା ଓଡିଶା । ସୃଷ୍ଟି ହୋଇଛି ଭୀଷଣ ଜଳ ସ୍ରୋତ ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ବିରାଟ ନଦୀ । ତେବେ ହୀରାକୁଦ ମାଟି ବନ୍ଧକୁ 74 ବର୍ଷ ପୁରିଲାଣି ଏହା ସତ୍ବେ ତଳିଆ ଅଞ୍ଚଳକୁ ବଢିରୁ ବଞ୍ଚେଇବାକୁ ଯାଇ ଅନେକ ସମୟରେ ଡ୍ୟାମରେ ଅଧିକ ଜଳ ରଖିବାକୁ ପଡୁଛି ।

ଯେମିତି ଏଥର 627 ଫୁଟ ଜଳ ରଖିବାକୁ ପଡୁଛି ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ବି ରହିଛି । ତେଣୁ ବନ୍ଧୁଗଣ ହୀରାକୁଦ ଡ୍ୟାମ ଏବେ କାନ୍ଦୁଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *