“୬ ଦିନ ହେଲାଣି କଣ ତୁମେ କରିଛ ..ଖାଲି ହେଲିକାପ୍ଟରରେ ଯାଇ କଣାରେ ଦେଖିବ ଆଉ କହିବ କଣ ନା…’ ମୁଖ୍ୟମନ୍ତ୍ରୀ Naveen Patnaik ଙ୍କୁ ଏମିତି କାହିଁକି କହିଲେ Sura ଭାଇ…ଦେଖନ୍ତୁ

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।

ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁର ଭାଇ କହିଛନ୍ତି-‘ଯାହା ହଉ ଆଜି ଚାରି ଦିନ ପରେ ଖୋର୍ଦ୍ଧା, କଟକ, ଭଦ୍ରକ ଓ ଜଗତ ସିଂହ ପୁର ଜିଲ୍ଲା ଯିବା ପାଇଁ ସେମାନେ ବାହାରିଛନ୍ତି ।

ଫେଣେ କେଉଁଥିରେ ଯିବେ ନା ହେଳିକାପ୍ଟରରେ ଯିବେ । ସେଇ କଣାରେ ଟିକେ ଦେଖି ଦେଇକି ଆସିବେ କେଉଁଠି କଣା ହେଇଛି, କେଉଁଠି ବିନ୍ଦ ହେଇଛି, କେଉଁଠି ଘାଇ ହେଇଛି ଲଜ୍ଜା । ମୁଁ ସେ ଚିଫ ସେକ୍ରେଟେରୀକୁ ପଚାରିବାକୁ ଚାହୁଁଛି ଏ ଚିଫ ସେକ୍ରେଟେରୀ କଣ ତମେ କରୁଛ ବେ… କଣ କରୁଛ 6 ଦିନ ହେଲା ତିନି ପଲାରେ ଘାଇ ପାଣ୍ଡି ବିଲରେ ଘାଇ । ଏ ହାଇଟରେ ଯେଉଁ ପ୍ଲାଜା ହେଇଛି ତା ତଳେ ପାଣି ।

କୁହାରେ ପାଣି, ବିରି ବନ୍ଧରେ ପାଣି, ପାଞ୍ଚ ଗାଁରେ ପାଣି, ବଡଖୁଦରେ ପାଣି କଣ କରୁଛ ବେ ଚାରି ଦିନ ହେଲାଣି ରିଲିଫ ଆମେ ଦେଇଛୁ । ଚୂଡା, ଗୁଡ, ବିସ୍କୁଟ ଓ ଚାଉଳ ବଣ୍ଟା ଆରମ୍ଭ କରିଛୁ ଆମ ହାତରୁ ଯେହେତୁ ସେ ଆମ ଭୋଟର ମୁଁ ତାଙ୍କ ପ୍ରତିନିଧି । ଆଜି ନୁହେଁ ବେ ଆମେ ଦେଇ ଆସିଛୁ 50-60 ବର୍ଷ ହେଲାଣି । 6 ଦିନ ହେଇଗଲା କଣ କରୁଛି ସେ କଲେକ୍ଟର, କଣ କରୁଛି ସେ ବିଡିଓ କଣ କରୁଛନ୍ତି ସେମାନେ ।

କେଉଁଠି କାହାକୁ ଆଶ୍ରୟ ଦେଇଛନ୍ତି । ଗୋରୁ ଗୁଡାକ ଛଟପଟ ହେଉଛନ୍ତି । ଚାରି ଦିନ ହେଲାଣି ଆମେ ବୁଲୁଛୁ ଯେଉଁ ଯେଉଁ ଅଞ୍ଚଳରେ ବନ୍ୟା ପୀଡିତ ଲୋକ ଅଛନ୍ତି ସେହି ମାନଙ୍କୁ ରିଲିଫ ଦିଆ ହେଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *