Malika Bachana- ସତ ହେଲା ଅଚ୍ୟୁତାନନ୍ଦଙ୍କର ମାଳିକା ବଚନ, ପର୍ବତ ଉପରେ ଫୁଟିଲା ପଦ୍ମ ! ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଗଞ୍ଜାମ ଜିଲ୍ଲା ଚମ୍ପେଇତପୁର ଗ୍ରାମରେ ଥିବା ଏକ ପାହାଡରେ ଅଲୌକିକତା ଓ ଐଶ୍ଵରିକତାର ଆଭାସ ମିଳେ । ତେବେ ଏହି ପାହାଡ ଉପରେ ଦୁଇଟି ଗୁମ୍ଫା ରହିଛି । ଏହି ଗୁମ୍ଫା ମଧ୍ୟରେ ବାବା ଭୋଳାନାଥ, ଜଗନ୍ନାଥ, କଛପର ପାଦ ଚିହ୍ନ ଏବଂ ଏହି ପର୍ବତ ଉପରେ ପଦ୍ମ ଫୁଲ ଫୁଟି ଥିବାର ଦେଖିବାକୁ ମିଳେ । ଏହି ଦୃଶ୍ୟ ଦେଖିଲେ ମନେ ପଡେ ମହାପୁରୁଷ ଅଚ୍ୟୁତଙ୍କ ମାଳିକାର ଏକ ଲେଖା ।

ମାଳିକାରେ ଲେଖା ଅଛି, ପାର୍ବତେ ଶିଖରେ ଫୁଟିଲା କଇଁ ମସ୍ତକେ ମୋହର ଲଗାଇ ଦିଅ ହେ ସାଇଁ । ଏହି ପାହାଡରେ ରହିଛି ଦୈବ ଚିହ୍ନ ଓ କିଛି କୁଣ୍ଡ । ତେବେ ବନ୍ଧୁଗଣ ସେହି କୁଣ୍ଡ ମାନଙ୍କ ମଧ୍ୟରୁ ଗୋଟେ କୁଣ୍ଡରେ ଫୁଟିଛି କଇଁ ଫୁଲ । ବର୍ଷ ତମାମ ଏହି କୁଣ୍ଡରେ ବାବାଙ୍କ ହିସାବରେ ପାଣି ଭରି ରୁହେ । ଏହି ପାହାଡରେ ରହିଛି ପଦ ଚିହ୍ନ । ବାବାଙ୍କ ହିସାବରେ ଏହି ପଦ ଚିହ୍ନ ଭଗବାନ ଶିବଙ୍କ ପାଦ ଚିହ୍ନ ଅଟେ ।

ଆଉ ଏହି ପଦ ଚିହ୍ନ ପାହାଡର ଅନେକ ଜାଗାରେ ଦେଖିବାକୁ ମିଳେ । ବାବା କୁହନ୍ତି ପାହାଡର ଏହି ପଥରକୁ ଭାଙ୍ଗିବାକୁ ଆସିଥିଲେ ଜଣେ ପଥରିଆ । ହେଲେ ତାର ଦୁଇଜଣ ସନ୍ତାନଙ୍କ ମୃତ୍ୟୁ ପରେ ସେ ଜାଗା ଛାଡି ଚାଲି ଗଲେ । ଦୁର୍ଗମ ପାହାଡରେ ଇଶ୍ଵରଙ୍କ ଦର୍ଶନ ପାଇଛନ୍ତି କାଳିଆ ବାବା । ପାହାଡରେ ରହିଛି ଦୁଇଟି ଗୁମ୍ଫା । ଆଜିକୁ ପ୍ରାୟ 10 ବର୍ଷ ତଳେ ସ୍ଵପ୍ନରେ ବାବାଙ୍କୁ ଏ ସ୍ଥାନର ସଂକେତ ମିଳିଥିଲା ।

ଆଉ କାଳିଆ ବାବା ଆସିଥିଲେ ଏ ଜାଗାକୁ । ବାବାଙ୍କ ମତରେ ସ୍ଵପ୍ନଦେଶ ମିଳିବା ପରେ ସେ ଧାଇଁ ଆସିଥିଲେ ଏ ଜାଗାକୁ । ହେଲେ ଦୁଃଖର କଥା ଏହା ହେଉଛି କି ତାଙ୍କୁ ଗାଁ ଲୋକଙ୍କ ସହାୟତା ମିଳୁନି । ସେ ଚାହୁଁ ଛନ୍ତି ଏ ଅନୁଷ୍ଠାନକୁ ଆଗକୁ ବଢେଇବା ପାଇଁ । ସେ ଶିବ, ପାର୍ବତୀ, ଗଣେଶ, ରାମ ଓ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ମତରେ, ଏ ପାହାଡରେ ସମୁଦାୟ ପାଞ୍ଚଟି କୁଣ୍ଡ ଅଛି ଆଉ ସେଥି ମଧ୍ୟରୁ ତିନୋଟି କୁଣ୍ଡ ବାହାରିଛି ଆଉ ଦୁଇଟି କୁଣ୍ଡ ଲୁଚି ଅଛି ।

ଆଗକୁ ବାବା ଅନ୍ୟ ଦୁଇଟି କୁଣ୍ଡର ସନ୍ଧାନ ପାଇବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ସେହି ତିନୋଟି କୁଣ୍ଡ ମଧ୍ୟରୁ ଗୋଟେ କୁଣ୍ଡରେ ପଦ୍ମ ଫୁଟିଛି । ଏ ଦୃଶ୍ୟ ଦେଖିଲେ ମାଳିକା ବଚନ ସତ ବୋଲି ମନେ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *