ନମସ୍କାର ବନ୍ଧୁଗଣ ତେବେ ଆମ ଦେଶରେ ସାପକୁ ପ୍ରଭୁ ଶିବଙ୍କର ବରଦାନ ଭାବେ ମାନାଯାଏ । ଯାହାକୁ କିଛି ଲୋକ ମାନେ ବିଶ୍ଵାସ କରିଥାନ୍ତି । ଆଜିର ଆମର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି । ଏହି ଭିଡିଓ ରେ ଜଣେ ମହିଳା ନିଜ ଘରେ କୋବ୍ରା ସାପ ଅନେକ ଦିନ ଧରି ରଖି ତାର ପୂଜା କରିବା ସହ ସୁରକ୍ଷିତ ଭାବେ ସାପକୁ ଘରେ ରଖିଥିଲେ । ସେହି ମହିଳା ଜଣକ ସାପକୁ ନିଜ ଘର ଦେବତା ମାନେ କରି ତାକୁ ଘରେ ରଖିଥିଲେ ।
କିନ୍ତୁ ଗାଁ ଲୋକ ମାନେ ଏହା ଜାଣି ପାରି ସାପ ଧରାଳିକୁ ଡାକି ତୁରନ୍ତ ସେ ସାପକୁ ଘର ବାହାର କରି ଦେଇଛନ୍ତି । ଏହା ପରେ ମହିଳା ଜଣକ ସେ ସାପକୁ ତାଙ୍କ ଘକୁ ନ ନେବା ପାଇଁ ଅନୁରୋଧ କରିଥିବାର ଏହି ଭିଡିଓ ରୁ ଜଣା ପଡୁଛି । ମହିଳା ଜଣକ ଏତେ ଅନ୍ଧବିଶ୍ଵାସ ରେ ରହିଛନ୍ତି ଯେ ସାପକୁ ନିଜ ଘରେ ରଖିବା ପାଇଁ ସାପ ଧରାଳିର ଗୋଡ ତଳେ ପଡିଯାଇ ତାଙ୍କୁ କାକୁତି ମିନତୀ ହେବାର ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।
ତେବେ ମହିଳା ଏତେ ଜୋରରେ କାନ୍ଦୁଛନ୍ତି ଯେପରି ଲାଗୁଛି ତାଙ୍କ ଠାରୁ ତାଙ୍କର କିଛି ମୁଲ୍ଯବାନ ସମ୍ପତି ଦୂରେଇ ଯାଉଛି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଘରେ ସାପ ରଖି ତା ସହ ରହିବା ଏକ ଅଦଭୂତକର ଘଟଣା ଅଟେ ଯାହା ଏହି ମହିଳା ଜଣକ କରି ଦେଖାଇଛନ୍ତି । ଏହା ଛଡା ସେ ସାପ ନ ନେବା ପାଇଁ ଯେତେ ଟଙ୍କା ଦରକାର ସେତେ ଟଙ୍କା ଦେବାକୁ ରାଜି ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।
ସାପ ତାଙ୍କର କିଛି ବି କ୍ଷତି କରୁ ନ ଥିଲା ଏହା ମଧ୍ୟ ମହିଳା ଜଣକ ନିଜ ମତରେ କହିଛନ୍ତି । ତେବେ ଗାଁ ଲୋକ ମାନେ ଏହାର ବିରୋଧ କରି ସାପ ଧରାଳିକୁ ମିର୍ଜା ଆରିଫ ଙ୍କୁ ଡାକି ସାପକୁ ତାଙ୍କ ହାତରେ ହସ୍ତାନ୍ତର କରିଛନ୍ତି । ସାପ ଧରାଳି ଜଣକ ମହିଳାଙ୍କ ଘରକୁ ଆସି ସେ କୋବ୍ରା ସାପକୁ ଧରିବାରେ ସଫଳ ହୋଇଛନ୍ତି ।
ସାପ ଧରାଳି ଜଣକ କହିଛନ୍ତି ଯେ ଯେଉଁ ମାନେ ଏ ଅନ୍ଧବିଶ୍ଵାସ ରେ ରୁହନ୍ତି ଯେ ସାପକୁ ଘରେ ପାଳିଲେ ଶୁଭ ହୋଇଥାଏ ତାହା ବାସ୍ତବରେ ଏକ ଭ୍ରମଧାରଣା ଅଟେ । କାରଣ କୋବ୍ରା ସାପ ହେଉ ବା ଅନ୍ୟ କୌଣସି ସାପ ହେଉ ସବୁଠାରୁ ବିଷଧର ସାପ ହେଉଛି କୋବ୍ରା । ତେବେ ଯଦି କୋବ୍ରା ଥରେ ଚୋଟ ମାରିଦିଏ ତେବେ ବ୍ଯକ୍ତିର ଜୀବନ ଯାଇଥାଏ ତ ଆଉ କିଛି କ୍ଷେତ୍ରରେ ବ୍ୟକ୍ତି ପାରାଲିସିସ ହୋଇଯାଏ ।
ତେଣୁ ଶେଷରେ ଏତିକି କୁହା ଯାଇପାରେ ଯେ କୌଣସି ବି ସାପକୁ ଘରେ ରଖି ପାଳିବା ଭୁଲ ଧାରଣା ଅଟେ । ତେଣୁ ଯଦି ଘରର ଆଖ ପାଖରେ ଯଦି ସାପ ରହିଥିବାର ଦେଖାଯାଏ ତେବେ ତୁରନ୍ତ ସାପ ଧରାଳିକୁ ଡାକି ସାପକୁ ବାହାର କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।