ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଏହି ୫ ଟି ସ୍ଥାନରେ ସବୁବେଳେ ଚୁପ ରୁହନ୍ତୁ (Dr APJ Abdul Kalam Motivational Tips)

ନମସ୍କାର ବନ୍ଧୁଗଣ ତେବେ ଏହି ଦୁନିଆରେ ଥିବା ସମସ୍ତ ମଣିଷ କେବେ ଭାବେନି କି କେବେ ଚିନ୍ତା କରେନି ଯେ, ତାର ପ୍ରତ୍ୟକ ଶବ୍ଦର ପ୍ରଭାବ ଅନ୍ୟ ମଣିଷ ଉପରେ ରହିଛି ତାହା ସକାରାତ୍ମକ ରହୁ ବା ନକରାତ୍ମକ ହେଉ । ପ୍ରାୟ ୯୯ ପ୍ରତିଶତ ମଣିଷ ହୋସ ନଥାଇ ଶବ୍ଦ କହିଥାନ୍ତି । ହେଲେ ତାର ପ୍ରତ୍ୟକ ଶବ୍ଦ, ଚାଲି ଚଳନ ତାର ସମ୍ପର୍କୀୟଙ୍କ ଉପରେ ତାର ପରିବାର ଉପରେ ପ୍ରଭାବ ପକାଇ ଥାଏ । ଏହି ଜିନିଷକୁ ମଣିଷ ଭଲ ଭାବରେ ଜାଣିବା ଦରକାର ।

ତେବେ ଗୋଟେ ସୁନ୍ଦର କଥା ଅଛି ପାଟି ଖୋଲିବା ପୂର୍ବରୁ ମସ୍ତିସ୍କ ଖୋଲନ୍ତୁ । ତେବେ ବନ୍ଧୁଗଣ କାହା ସହ କଥାବାର୍ତ୍ତା କରିବା ପୂର୍ବରୁ ଆପଣ ନିଜ ମନ, ମସ୍ତିସ୍କକୁ ଖୋଲି ଭଲ ଭାବରେ ଚିନ୍ତା କରନ୍ତୁ ମୁଁ କଣ କହିବାକୁ ଯାଉଛୁ ଆଉ ମୋର କଣ କହିବା ଉଚିତ । କାରଣ ଶବ୍ଦର ପ୍ରଭାବ ଅଛି ଆପଣ ବୋଧେ କହିକି ତାହା ଭୁଲି ଯାଉଥିବେ । ଯଦି ଆପଣଙ୍କ ହୋସ ପୂର୍ବକ କଥାବାର୍ତ୍ତା ନ କରୁଛନ୍ତି ତେବେ ଆପଣଙ୍କର ପ୍ରତ୍ୟକ ଶବ୍ଦ କୌଣସି ନା କୌଣସି ଜାଗାରେ କ୍ଷତି ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିନେବା କେଉଁ ସ୍ଥାନରେ ଚୁପ ରହିବା ଆବଶ୍ୟକ ।

୧- ପ୍ରଥମରେ ହେଉଛି ଯେଉଁ ସ୍ଥାନ ରେ କେହି ଆପଣ ମାନ ଙ୍କ କଥା କୁ ବୁଝିବାକୁ ଚେଷ୍ଟା କରୁ ନାହାଁନ୍ତି ଓ ଆପଣ ମନ୍ ଙ୍କୁ ଖାତିର କରୁ ନାହାଁନ୍ତି । ତେବେ ସେହି ସ୍ଥାନ ରେ ଆପଣ ମାନେ ଯେତେ କଥା କହିଥିଲେ ମଧ୍ୟ ସେଠୀ ଆପଣ ଙ୍କ ମୂଲ୍ୟ ରହିବ ନାହିଁ ସେଥିପାଇଁ ଆପଣ ସେହି ସ୍ଥାନ ରେ ଚୁପ୍ ରହିଲେ ଆପଣ ଙ୍କ ମାନ ସମ୍ମାନ ବଢିବ ।

୨- ଦ୍ଵିତୀୟ ରେ ହେଉଛି ଯେତେବେଳେ ଆପଣ ଏମିତି କିଛି ପରିସ୍ଥିତି ସାମ୍ନା କରିବେ ଯେଉଁଠି ଆପଣ ଙ୍କୁ ବୁଦ୍ଧି ବାଟ ଦିଶୁ ନ ଥିବ ତେବେ ସେହି ଜାଗା ରେ ଚୁପ ରହିଯିବେ । ତେବେ ଯଦି ଚୁପ ନ ରହି ମନ ଇଚ୍ଛା ଗପନ୍ତି ତେବେ ସେମାନେ ଫସି ଯାଇ ଥାଆନ୍ତି । ତେବେ ସେଥିପାଇଁ ଚୁପ୍ ରହିଯିବା ଠିକ୍ ହେବ ।

୩- ତୃତୀୟ ରେ ହେଉଛି ଯେତେବେଳେ ପର ନିନ୍ଦା ବା ପର ଆଲୋଚନା ହୋଇଥାଏ ସେତେବେଳେ ସମ୍ପୂର୍ଣ ଭାବ ଲୋକେ ଓଲଟା କରନ୍ତି । ତେବେ ପର ଚର୍ଚ୍ଚା ର ନିନ୍ଦା କରନ୍ତି ଓ ସେହି ବ୍ୟକ୍ତି କୁ ଅନେକ କିଛି କଥା କହି ଥାଆନ୍ତି । ତେବେ ଏହି ଭଳି ସ୍ଥାନ ରେ କେବେ ବି ଯୋଗ ଦିଅନ୍ତୁ ନାହିଁ କାରଣ ସେହି ସ୍ଥାନ ରେ ଆପଣ ଯାହା ବି କିଛି କହିବେ ଆଗକୁ ଆପଣ ଙ୍କ ସହ ତାହା ହିଁ ହେବ ।

୪- ଚତୁର୍ଥ ରେ ହେଉଛି ଯେତେବେଳେ ଅଧିକ ଖୁସି କିମ୍ବା ଅଧିକ ରାଗି ଯାଇଥାଏ ତେବେ ସେହି ସମୟ ରେ ଚୁପ୍ ରହିବେ । ତେବେ ଖୁସି ରେ କାହାକୁ କିଛି ଦେବା ପାଇଁ କହିଥିବେ କିନ୍ତୁ ଖୁସି ଚାଲି ଯିବା ପରେ କିଛି ଦେଇ ପାରିବେ ନାହିଁ ଓ ରାଗି ଯାଇଥିବା ସମୟ ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ କି କାହାକୁ କିଛି କୁହନ୍ତୁ ନାହିଁ ଯଦି ବି କୁହନ୍ତି ତେବେ ଏହାର ଆଗାମୀ ପରିଣାମ ବହୁତ କଷ୍ଟ ଦାୟକ ହେବ ।

୫- ପଞ୍ଚମ ରେ ହେଉଛି ଯେତେବେଳେ କୌଣସି ବ୍ୟକ୍ତି ଆପଣ ଙ୍କୁ ତାର ଦୁଃଖ ବିଷୟ । ରେ କହୁଛି ସେତେବେଳେ ଚୁପ୍ ରହିବେ ଓ ତାର ଦୁଃଖ ର କଥା ଶୁଣିବା ପରେ ତାର ସମାଧାନ କରିବେ । ତେବେ ଯଦି ଆପଣ ମାନେ ସେହି ଲୋକ ର କଥା କାଟି କହିବେ ତା ହେଲେ ସେହି ଲୋକ ଆପଣ ଙ୍କୁ ବହୁତ ଖରାପ ଭାବିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *