ବନ୍ଧୁଗଣ ଯେତେବେଳେ ଦ୍ଵାପର ଯୁଗର ଅନ୍ତ କରିବାର ସମୟ ଆସିଗଲା ସେତେବେଳେ ଭଗବାନ କୃଷ୍ଣ ମହା ଜଳ ପ୍ରଳୟ ମାଧ୍ୟମରେ ଯଦୁ ବଂଶର ଅନ୍ତ କରିଦେଲେ । ଏହି ପ୍ରକ୍ରିୟାରେ ସେ ଦ୍ଵାରିକାର ପାଖ ଜଙ୍ଗଲରେ ଘୁରି ବୁଲୁଥିଲେ । ସେହି ସମୟରେ ଜାର ଶବର ନାମକ ଜଣେ ଶିକାରୀ ତାଙ୍କୁ ହରିଣ ଭାବି ତାଙ୍କ ଉପରେ ତୀର ମାରିଥିଲା । ଯେତେବେଳ ଜାରା ଶବର ନିଜ ଭୁଲ ଜାଣିଲେ ସେତେବେଳେ ସେ କାନ୍ଦିବାକୁ ଲାଗିଲେ ।
ଆଉ ଭଗବାନ ବିଷ୍ଣୁଙ୍କୁ କ୍ଷମା ମାଗିଲେ । ଭଗବାନ ବିଷ୍ଣୁ ତାଙ୍କୁ ଶାନ୍ତନା ଦେଇ କହିଲେ ଏହା ପୂର୍ବରୁ ନିର୍ଧାରିତ ଥିଲା ତେଣୁ ତୁମେ ଚିନ୍ତା କରନି । ତୁମେ ମୋର ଶରୀରକୁ ଜଳାଇ ମୋର ଶେଷ ଅଂଶକୁ ସମୁଦ୍ରରେ ବିସର୍ଜନ କରିଦେବ । ହେଲେ ଜାରା ଭଗବାନଙ୍କ ଶରୀରକୁ ସଂପୂର୍ଣ୍ଣ ରୂପେ ଜଳାଇ ପାରି ନଥିଲେ । କୁହାଯାଏ ଭଗବାନଙ୍କ ହୃଦୟ ଓ ନାଭିର ଅଂଶ ଜଳି ପାରି ନଥିଲା ।
ହେଲେ ଭଗବାନଙ୍କ ଆଦେଶ ଅନୁଯାଇ ଜାରା ତାଙ୍କ ଶେଷ ଅଂଶକୁ ସମୁଦ୍ରରେ ଭସାଇ ଦେଇଥିଲେ । ଆଉ ଏହା ଏକ ଦିବ୍ୟ କାଠ ଗଣ୍ଡି ଆକାରରେ ସମୁଦ୍ରରେ ଭାସି ଭାସି ପୁରୀ ସମୁଦ୍ର କୂଳରେ ଲାଗି ଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ବିଷ୍ଣୁଙ୍କର ବହୁତ ବଡ ଭକ୍ତ ଥିଲେ । ଦିନେ ବିଷ୍ଣୁ ତାଙ୍କୁ ସ୍ଵପ୍ନରେ ଆସି କହିଲେ ମୁଁ ପୁରୀର ବାଙ୍କ ମୁହାଣରେ ସମୁଦ୍ରରେ କାଠ ଗଣ୍ଡି ରୂପେ ଭାସୁଛି ମୋତେ ଆଣି ସେଇଥିରେ ମୋର ମୂର୍ତ୍ତି ନିର୍ମାଣ କରି ପୂଜା କର ।
ଏହା ପରେ ଇନ୍ଦ୍ରଦ୍ୟୁମ୍ନ ସେହି କାଠ ଗଣ୍ଡିକୁ ରାଜମହଲକୁ ଆଣି କାରିଗର ମାନଙ୍କୁ ଡକାଇ ଭଗବାନଙ୍କ ମୂର୍ତ୍ତି ନିର୍ମାଣ କରିବାକୁ କହିଲେ ହେଲେ କେହି ବି ବନେଇଲେ ନାହିଁ ।କାରିଗର ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ମୂର୍ତ୍ତି କିପରି ବନେଇବେ ତାହା ଜାଣି ପାରୁ ନଥିଲେ । ସେହି ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ନିଜକୁ ଅନନ୍ତ ମହାରଣା କହି ରାଜାଙ୍କ ଦରବାରରେ ପହଞ୍ଚିଲେ ।
ସେ ରାଜାଙ୍କୁ ବିଶ୍ଵାସ ଦେଲେ ଯେ, ସେ ଏହି ମୂର୍ତ୍ତି ବନେଇ ପାରିବେ ହେଲେ ତାଙ୍କର ସର୍ତ୍ତ ଥିଲା 21 ଦିନ ପର୍ଯ୍ୟନ୍ତ ସେ ଏକ ବନ୍ଦ କୋଠରିରେ ମୂର୍ତ୍ତି ବନେଇବେ କେହି ବି କବାଟ ଖୋଲିବେ ନାହିଁ କି ତାଙ୍କୁ କେହି ଡାକିବେ ନାହିଁ । ଏହା ପରେ କାମ ଆରମ୍ଭ ହେଲା ଓ ଦୁଇ ସପ୍ତାହ ଯାଏଁ କାଠ କାଟିବା ଓ ପିଟିବା ଶବ୍ଦ ଆସୁଥିଲା ହେଲେ ଏହା ପରେ କୌଣସି ଶବ୍ଦ ନ ଆସିବାରୁ ରାଣୀ ଗୁଣ୍ଡିଚା ଚିନ୍ତାରେ ରହି ରାଜାଙ୍କୁ କବାଟ ଖୋଲିବା ପାଇଁ କହିଲେ ।
ଏହା ପରେ ରାଜା କବାଟ ଖୋଲିଲେ ଘର ଭିତରେ ସେ ବୃଦ୍ଧ ବ୍ୟକ୍ତି ଅନ୍ତର୍ଦ୍ଧାନ ହେଇଗଲେ ଓ ଅଧା ଗଢା ମୂର୍ତ୍ତି ଦେଖିଲେ । ରାଜା ନିଜ ପ୍ରତିଜ୍ଞା ଭାଙ୍ଗି ଥିବାରୁ ବହୁତ କଷ୍ଟରେ ଥିଲେ ହେଲେ ସେହି ସମୟରେ ଭଗବାନ ବିଷ୍ଣୁ ରାଜାଙ୍କୁ ଦର୍ଶନ ଦେଇ ବରଦାନ ମାଗିବାକୁ କହିଲେ ।ଇନ୍ଦ୍ରଦ୍ୟୁମ୍ନ କହିଲେ ଆପଣ ଏମିତି ଏକ ବରଦାନ ଦିଅନ୍ତୁ ଯାହାଫଳରେ ମୁଁ ନିର୍ଗୁଣ ହୋଇଯିବି ଯାହାଦ୍ୱାରା କେହି ମଧ୍ୟ କହିପାରିବେ ନାହିଁ ତାଙ୍କ ପୂର୍ବଜଙ୍କ ଦ୍ଵାରା ବନା ଯାଇଥିଲା ।
ଏହା ଶୁଣି ରାଣୀ ଗୁଣ୍ଡିଚା ବହୁତ ମନ କଷ୍ଟ କରିଥିଲେ କାରଣ କେହି ବି ମହିଳା ନିର୍ବିପାକ ହୋଇ ରହିବାକୁ ପସନ୍ଦ କରିବ ନାହିଁ । ହେଲେ ଭଗବାନ ବିଷ୍ଣୁ ଗୁଣ୍ଡିଚାଙ୍କ ମନ କଥା ବୁଝି ପାରିଲେ ଓ ତାଙ୍କୁ କହିଲେ ମୁଁ ଆପଣଙ୍କ ଘରେ ଜନ୍ମ ନେଇଛି ମୁଁ ଆପଣଙ୍କ ପୁତ୍ର ସମାନ । ମୁଁ ପ୍ରତି ବର୍ଷ ରଥ ଯାତ୍ରାରେ ଆସିବି ଓ 9 ଦିନ ଯାଏଁ ଆପଣଙ୍କ ଘରେ ରହିବି । ବନ୍ଧୁଗଣ ସେବେ ଠାରୁ ରଥ ଯାତ୍ରାରେ ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ଆସନ୍ତି ଆଉ 9 ଦିନ ରୁହନ୍ତି ।