ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତ୍ୟା ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।
ରାଇମୋହନଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଅନ୍ୟ ପଟେ ମଞ୍ଚେଶ୍ଵର ଥାନା ପୋଲିସ ନିଜତ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିସାରିଛି । ପରିବାର ଲୋକଙ୍କ ସମେତ ଅନ୍ୟ 12 ଜଣକଙ୍କ ସହ ପଚରା ଉଚରା କରୁଛି ପୋଲିସ ।
ପୋଷ୍ଟ ମୋଟର୍ମ ରିପୋର୍ଟ ଅନୁସାରେ ରାଇମୋହନଙ୍କ ମୃତ୍ୟୁ ଶ୍ଵାସରୁଦ୍ଧ ପାଇଁ ଅର୍ଥାତ ବେକରେ ରସି ଦେଇ ଆତ୍ମହତ୍ୟା କରିବା ପାଇଁ ହୋଇଛି । ଆଉ ତାଙ୍କ ଦେହରେ ଥିବା ଅନ୍ୟ କ୍ଷତ ଚିହ୍ନ ସବୁ ଘଟଣା ପୂର୍ବ ସମୟର ବୋଲି ସୂଚନା ଦିଆଯାଇଛି । ରାଇମୋହନ ଯିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି ହୋଇଛି ଯାହାକୁ କେବେ ବି ପୂରଣ କରିହେବ ନାହିଁ ।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ପାଇଁ ଏକ ଆଲବମ ଗୀତ ଲଞ୍ଚ କରାଯାଇଛି । ବନ୍ଧୁଗଣ ଏହି ଆଲବମ ଗୀତର ନାମ ହେଉଛି ‘ଜୀବନରେ ଜୀବନ’ । ଏହି ଗୀତଟିକୁ ଓଡିଆ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଗାଇଛନ୍ତି । ଏହି ଗୀତରେ ରାଇମୋହନଙ୍କର କିଛି ପୁରୁଣା ସ୍ମୃତି ଦର୍ଶା ଯାଇଛି ଆଉ ତାଙ୍କ ମୃତ୍ୟୁ ସମୟର ଦୃଶ୍ୟ ମଧ୍ୟ ଦର୍ଶା ଯାଇଛି ।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହ୍ୟୁମାନ ସାଗର ରାଇମୋହନଙ୍କ ପାଇଁ ଅତି ସୁନ୍ଦର ଗୀତଟି ଗାଇଛନ୍ତି । ବନ୍ଧୁଗଣ ପରଦାରେ ଖଳନାୟକ ଭୂମିକା ପଦର୍ଶନ କରୁଥିବା ରାଇମୋହନ ଅସଲ ଜୀବନରେ ଜଣେ ଭଲ ମଣିଷ ଥିଲେ । ସେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଥିଲେ । ଏହି ଗୀତଟି ରାଇମୋହନଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।