ଅନ୍ଧାର ରାତିରେ ଭୁତ ମରୁଛି ଟ୍ୟୁବୱେଲ ! ଏହି ଭାଇରାଲ Video ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁନାସାନ ଅନ୍ଧାର ରାତି, ଗଛପତ୍ର ସବୁକିଛି ସ୍ତବ୍ଦ । ଗଛ ପତ୍ର ଗହଳୀ ଭିତରେ ରହିଛି ଘୋର ଅନ୍ଧକାର । ତେବେ ଏହିଭଳି ଏକ ପରିବେଶ କୁ ଅଧିକ ଭୟଙ୍କର କରିଦେଉଛି ଟ୍ୟୁବୱେଲ ମରାଯିବାର ଶବ୍ଦ । ଏହି ଦୃଶ୍ୟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ରେ ଠିକ ନଡିଆ ଗଛ ମୂଳରେ ଏକ ଟ୍ୟୁବୱେଲ ରହିଅଛି । ଏହା ଦେଖିବାକୁ ବହୁତ ପୁରୁଣା ଭଳି ଲାଗୁଅଛି ।

କାରଣ ଏହା ବିକଟାଳ ଶବ୍ଦ କରୁଅଛି । ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଏହାର ହ୍ୟାଣ୍ଡେଲ ଟି ଆପେ ଆପେ ମାରି ହେଉଛି । ଏହି ଦୃଶ୍ୟ ଟି ଦେଖି ସତରେ ବହୁତ ଭୟ ଲାଗୁଅଛି । ତେବେ ଏହାକୁ ଏକ ଭୁତ ଭିଡିଓ କହି ଅନେକ ଲୋକ ସୋସିଆଲ ମିଡିଆ ରେ ସେୟାର କରିବାରେ ଲାଗିଛନ୍ତି । ମାତ୍ର ଆମ୍ଭେ ସମସ୍ତେ ଜାଣିଛୁ ଯେ ଭୁତ ପ୍ରେତ ଦୁନିଆରେ ଅଛି ସିନା ଏହାକୁ କିନ୍ତୁ ବିଜ୍ଞାନ ବିଶ୍ବାସ କରେ ନାହିଁ ।

ସେଥିପାଇଁ ଅନେକ ଲୋକେ ଏହି ଭିଡିଓ କୁ ଫେକ ବୋଲି କମେଣ୍ଟ ଦେଇଛନ୍ତି । ସାଧାରଣତ ଭୁତ ପ୍ରେତ ନାମ ଶୁଣିଲେ ସମସ୍ତଙ୍କ ମନରେ ଭୟ ପସିଥାଏ ଏବଂ ଏହା ସ୍ଵଭାବିକ ମଧ୍ୟ ଏଭଳି ଦୃଶ୍ୟ ଦେଖିଲେ କିଏ ବା ନ ଡରିବ ? ଆଜିର ଦୁନିଆରେ ଏହି ଭୁତ ପ୍ରେତ କୁ ଅନ୍ଧବିଶ୍ଵାସ ବୋଲି ଗ୍ରହଣ କରନ୍ତି ହେତୁବାଦୀ ମାନେ । ହେତୁବାଦୀ ଦେବେନ୍ଦ୍ର ସୁତାର କହିଅଛନ୍ତି ଯେ ଆତ୍ମା ବୋଲି କିଛି ନାହିଁ ଏହା ହେଉଅଛି ଏକ କାଳ୍ପନିକ ବିଚାର ।

ବିଜ୍ଞାନ ଅନୁଯାୟୀ ଦେଖିଲେ ଆତ୍ମା ବୋଲି କିଛି ନାହିଁ । ଏଣୁ ଆମ୍ଭେ ଆଦୌ କହି ପାରିବା ନାହିଁ ଯେ ଏହାକୁ ଆତ୍ମା କରୁଅଛି । କୌଣସି ଜାଗାରେ ଏଭଳି ଘଟଣା ଘଟେ ନାହିଁ । ତେବେ ଏହା ଜାଣିଶୁଣି କିଏ ଏହିଭଳି କରି ଭିଡିଓ ସେୟାର କରିଛି ଏ ସମ୍ବନ୍ଧରେ ତଦନ୍ତ କରିଲେ ଜଣାପଡିବ । ପୂର୍ବ ରୁ ମଧ୍ୟ ଏହିଭଳି ଭିଡିଓ କରି ଛାଡିଛନ୍ତି । ବାସ୍ତବରେ ଭୂତପ୍ରେତ ହେଉଛି ମନର ଏକ ଭ୍ରମ ।

ଏହିଭଳି ଭିଡିଓ ଆମ୍ଭକୁ ମନରୁ ଦୁର୍ବଳ କରିଦେଇଥାଏ । ଏହି ଟ୍ୟୁବୱେଲ ରୁ ପାଣି ବାହାରିବ ଜାଗାରେ ଏକ ଛୋଟିଆ ବଲ୍ବ ଟିଏ ଜଳୁଛି ଏହାର ଅର୍ଥ କିଏ ଜାଣିଶୁଣି ଏଭଳି ପୋଷ୍ଟ କରିଛି । ଏବଂ କିଛି ଲୋକେ ଏହା ମଧ୍ୟ କହିଅଛନ୍ତି ଯେ ଲୁହା କୁ ଭୁତ ପ୍ରେତ ଡରନ୍ତି । ଏଣୁ ଏହାକୁ କିଭଳି ସ୍ପର୍ଶ କରି ପାରିବ ଭୁତ ? ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରସ୍ତୁତ କରାଯାଇଅଛି ବୋଲି ଲୋକେ କହିଅଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *