ପିଲାଙ୍କ ପାଇଁ 30 ବର୍ଷ ଧରି ପୁରୁଷ ବେଶରେ ବଞ୍ଚୁଥିଲେ ମାଆ, କାହିଁକି ନେଇଥିଲେ ଏପରି ନିଷ୍ପତି, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ର ୧୫ ଦିନ ପରେ ଚାଲିଗଲେ ସ୍ଵାମୀ । ପିଲାଙ୍କର ଲାଳନ ପାଳନ ପାଇଁ ମା ଜଣଙ୍କ ନେଲେ ବଡ ନିଷ୍ପତ୍ତି । ମ’ ଜଣଙ୍କ କହିଲେ ଯେ ସେ ସବୁବେଳେ ଏଭଳି ପୁରୁଷ ବେଶରେ ବଞ୍ଚିବାକୁ ଚାହାଁନ୍ତି । ମା’ ପିଲାଙ୍କ ରକ୍ଷା ପାଇଁ କେତେବେଳେ ଦୂର୍ଗା ତ ଆଉ କେତେବେଳେ କାଳୀରୂପ ଧାରଣ କରେ । ପିଲାଙ୍କ ପାଇଁ ସେ ମୁଣ୍ଡାଇ ପାରେ ପର୍ବତ ଭଳି ସମସ୍ୟା । ମା’ ଶକ୍ତି ର ଆକଳନ କରିବା ଅସମ୍ଭବ ।

ଏହିଭଳି କିଛି ଅବିଶ୍ଵସନୀୟ କମ କରିଛନ୍ତି ଜଣେ ମହିଳା । ସନ୍ତାନ ର ଲାଳନ ପାଳନ ପାଇଁ ସେ ୩୦ ବର୍ଷ ଛଦ୍ମ ବେଶରେ ରହିଛନ୍ତି । ମହିଳା ହେଇ ପୁରୁଷ ବେସ ଧାରଣ କରିଛନ୍ତି ହିମା । ଏହି ଘଟନା ଟି ତାମିଲନାଡୁ ଟୁଥକୁଣ୍ଡିର ଏହି ଘଟଣା ଅଟେ । ସେ ସମୁଦାୟ ୩୦ ବର୍ଷ ହେବ ପୁରୁଷ ବେଶରେ ବଞ୍ଚୁଛନ୍ତି । ଏହି ମହିଳା ବିବାହ ର ୧୫ ଦିନ ପରେ ସ୍ଵାମୀ ଙ୍କୁ ହରାଇଲେ ହୃଦଘାତରେ ଚାଲିଗଲେ ସ୍ଵାମୀ ।

ଏହା ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଲା । ଏହାପରେ ସେ ବିଭିନ୍ନ ସ୍ଥାନରେ କାମ କଲେ । ମାତ୍ର ସେଠାରେ ସେ ଶାରୀରିକ ଶୋଷଣ ର ଶିକାର ହେଲେ, ଦ୍ଵିତୀୟ ବିବାହ ନ କରି ନିଜର ଏକମାତ୍ର ସନ୍ତାନ କୁ ଲାଳନ ପାଳନ କରିବା ନିଷ୍ପତ୍ତି ନେଇ ମହିଳା ଜଣଙ୍କ ପୁରୁଷ ବେଶରେ ରହିବା ଆରମ୍ଭ କରିଲେ ।

ଏବଂ ନିଜର ନାମ ରଖିଲେ ମୁଥୁ । ପୁରୁଷ ହେବାକୁ ସେ ବଦଳାଇଥିଲେ ରୂପ । ନିଜ କେଶ କୁ କାଟି ଛୋଟ କରିଦେଲେ । ଲୁଙ୍ଗୀ ଏବଂ ଢୋଲା ସାର୍ଟ ପିନ୍ଧିବା ଆରମ୍ଭ କରିଲେ । ବିଭିନ୍ନ କମ୍ପାନୀ ଏବଂ ଦୋକାନ ମାନଙ୍କରେ କାମ କରିଲେ ସେହିଭଳି ପୁରୁଷ ବେଶରେ । ଏହା ଫଳରେ ସେ ଆଉ ଶାରୀରିକ ଶୋଷଣ ର ଶିକାର ହେଲେ ନାହିଁ । ସହକର୍ମୀ ମାନେ ତାଙ୍କୁ ମୁଥୁ ମାଷ୍ଟର ବୋଲି ଡାକନ୍ତି । ଭୋଟର ଆଇଡି, ଆଧାରକାର୍ଡ ଏବଂ ପ୍ୟାନ କାର୍ଡ ରେ ମଧ୍ୟ ସେ ନା ରଖିଲେ ମୁଥୁ । ସର୍ବପ୍ରଥମେ ଏହିଭଳି ନିଷ୍ପତ୍ତି ନାନା ସମସ୍ୟା ରେ ପକାଇଲା ।

ମାତ୍ର ସେ ଏଥିରୁ ପଛଘୁଞ୍ଚା ଦେଇ ନଥିଲେ । ନିଜ ଝିଅ ର ଖୁସି ନିମନ୍ତେ ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ ସେ । ପେଚିଆମାଲ ବସ ର ସାଇଡ ସିଟ ରେ ବସଥିଲେ କେବେ ମଧ୍ୟ ମହିଳା ବୋଲି ଜଣା ପଡିନଥିଲେ । ତାଙ୍କୁ ବର୍ତ୍ତମାନ ୫୭ ବର୍ଷ ବୟସ । ତାଙ୍କର ଏକମାତ୍ର କନ୍ୟା ବିବାହ କରିସାରିଛନ୍ତି ସେ କହିଛନ୍ତି ଯେ ଆଗକୁ ମଧ୍ୟ ସେ ଏହି ପୁରୁଷ ପରିଚୟ ନେଇ ବଞ୍ଚିବାକୁ ଚାହୁଁଛନ୍ତି ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *