ବନ୍ଧୁଗଣ ଦୁନିଆର ସମସ୍ତ ଲୋକ ସବୁବେଳେ ନିଜ କାମ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବା ଦ୍ଵାରା ଲୋକମାନଙ୍କୁ ଅନେକ ରୋଗ ଘାରୁଛି । ବନ୍ଧୁଗଣ ଡାକ୍ତର ମାନେ ବି କହିଛନ୍ତି ସବୁ କାମ ହସ ଖୁସିରେ କରିବା ଉଚିତ । ଆପଣ ମାନେ ନିଜର ସମସ୍ତ କାମକୁ ହସ ଖୁସିରେ କରି ଦେଖନ୍ତୁ ଦେଖିବେ ଆପଣ ଆଜୀବନ ସୁସ୍ଥ ରହିବେ । ତେଣୁ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ହସ ନେଇ ଆଜି ଆମେ ଆସିଛୁ ।
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ସ୍ଵାମୀ କବାଟ ଖୋଲିଲା ଆଉ ସାମନାରେ କୋରିୟର ବାଲା ଥିଲା…
ସ୍ଵାମୀ- କଣ ଅଛି ଏଥିରେ ?
କୋରିୟର ବାଲା- ସାର ଆପଣଙ୍କର ଖାଇବା ଜିନିଷ ଅଛି ମ୍ୟାଡମ ଅର୍ଡର କରିଥିଲେ… ।
ସ୍ଵାମୀ ଏହା ପରେ ଫଟାଫଟ ବକ୍ସ ଖୋଲିଲା ଆଉ କୋରିୟର ବାଲାକୁ ଚାପୁଡା ଉପରେ ଚାପୁଡା ଦେଇ ଚାଲିଲା ।
ସ୍ଵାମୀ- ଏବେ ଏହାର ଅଭାବ ଥିଲା ଶଳା ତମେ ମାନେ ବେଲଣା କାଠିର ବି ହୋମ ଦେଲିଭରି କରୁଛ… ।
୨. ସନ୍ତାର ସ୍ତ୍ରୀ ସଂପୂର୍ଣ୍ଣ କାଳି ଥିଲା…
ଦିନେ ସନ୍ତାର ସ୍ତ୍ରୀ ନାଲି ରଙ୍ଗର ଶାଢୀ ପିନ୍ଧି ସନ୍ତାକୁ ପଚାରିଲା …
ସ୍ତ୍ରୀ- ମୁଁ ଆଜି କେମିତି ଦେଖା ଯାଉଛି ?
ସନ୍ତା- ଏମିତି ଲାଗୁଛି କାଜଲ ଫ୍ୟାକ୍ଟୋରିରେ ନିଆଁ ଲାଗିଯାଇଛି… ଏ ପର୍ଯ୍ୟନ୍ତ ସନ୍ତା ହସ୍ପିଟାଲରେ ଅଛି ।
୩. ପପୁର ସ୍ତ୍ରୀ ରୋମାଣ୍ଟିକ ମୁଡରେ ଥିଲା ଆଉ ପୁରା ବେଡରେ ହାତ ଖୋଲି ଶୋଇଥିଲା…
ଯେମିତି ପପୁ ରୁମ ଭିତରକୁ ଆସିଲା ସ୍ତ୍ରୀ ଟିକେ ହସି କହିଲା…
ସ୍ତ୍ରୀ- କିଛି ବୁଝିଲ ?
ପପୁ- ହଁ ଆଜି ରାତି ବେଡ ଉପରେ ତୁ ଏକା ଶୋଇବାକୁ ଚାହୁଁଛୁ ନା ସେଥିପାଇଁ ପୁରା ବେଡକୁ କବଜା କରିଦେଇଛୁ । ମୋତେ ଆଜି ସୋଫାରେ ଶୋଇବାକୁ ପଡିବ ।
୪. ସ୍ତ୍ରୀ ରାତି ୨ଟାରେ ସ୍ଵାମୀର ନିଦ ଭାଙ୍ଗି ପଚାରିଲା…
ସ୍ତ୍ରୀ- କହିଲ ୨୦୦୩ ୱାର୍ଲ୍ଡ କପ୍ ରେ ସଚିନ ପାକିସ୍ତାନ ବିପକ୍ଷ ମ୍ୟାଚରେ କେତେ ରନ୍ କରିଥିଲା ?
ସ୍ଵାମୀ- ୯୮…ହେଲେ କାହିଁକି ପଚାରୁଛ ?
ସ୍ତ୍ରୀ- ଏବେ କୁହ ସକାଳୁ ମୋତେ ବାର୍ଥ ଡେ ୱିସ କାହିଁକି କରିନ… ଏହା ପରେ ପୁରା ନୀରବ ହେଇଗଲା ସ୍ଵାମୀ ।
୫. ଜଣେ ଯାତ୍ରୀ ଟ୍ରେନରୁ ଓଲହାଇ ସନ୍ତାକୁ ପଚାରିଲା- ଏଇଟା କେଉଁ ଷ୍ଟେସନ ଭାଇ ?
ସନ୍ତା ହସିଲା ଆହୁରି ଜୋର ସେ ହସିଲା ଆଉ ବହୁତ କଷ୍ଟରେ ନିଜ ହସ ସମ୍ଭାଳି କହିଲା- ଆରେ ପାଗଳ ଏଇଟା ରେଲୱେ ଷ୍ଟେସନ ଏତିକି ବି ଜାଣି ନାହୁଁ ।
୬. ସ୍ତ୍ରୀ- ନୂଆ ଶାଢୀ ଆଣିଛି ଜାନୁ କୁଆଡେ ଯିବ ନାହିଁ ମୁଁ ଏବେ ପିନ୍ଧି କି ଆସୁଛି… ।
ସ୍ଵାମୀ- ଠିକ ଅଛି ଶୀଘ୍ର ଆସ ।
ସ୍ତ୍ରୀ- ଦେଖିଲ ମୁଁ କେମିତି ଲାଗୁଛି ?
ସ୍ଵାମୀ- ବାଃ ବହୁତ ସୁନ୍ଦର କିସ୍ କରିବାକୁ ଇଛା ହେଉଛି…
ସ୍ତ୍ରୀ- ହଁ ସେ ଦୋକାନୀ ବି ଠିକ ଏଇ କଥା କହୁଥିଲା ।
୭. 1980
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଚି-ଲ୍ଲେ-ଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ
2020
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଜୋର-ଜୋର ରେ ଚିଲ୍ଲେଇବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ