ବନ୍ଧୁଗଣ ଆଜି ନର୍କରୁ ମୁକ୍ତି ମିଳିଯାଇଛି ବଳରାମ କିନ୍ନରଙ୍କୁ । ଖୁସି ଅଛନ୍ତି ତାର ସାଥି କିନ୍ନର । ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ସିନା ଜୀବନ ହାରି ଦେଲା ବଳରାମ କିନ୍ନର କିନ୍ତୁ ଆଜି ତାଙ୍କୁ ଏହି ନର୍କ ଯନ୍ତ୍ରଣାରୁ ସବୁ ଦିନ ପାଇଁ ମୁକ୍ତି ମିଳି ଯାଇଛି । ଗତ କାଲି ଗୁପ୍ତରେ ହୋଇଥିଲା ତାର ଅନ୍ତିମ ସତ୍କାର । ଜୋତାରେ ମନ ଭରିକି ମାଡ ମାରିବେ ସାଥି କିନ୍ନର ମାନେ । କାରଣ ଏହା ହେଉଛି କିନ୍ନର ମାନଙ୍କ ଗୁପ୍ତ ପ୍ରଥାର ଅନ୍ୟତମ ପ୍ରଥା ।
ଯେତେବେଳେ ଗୋଟେ କିନ୍ନରର ମୃତ୍ୟୁ ହୁଏ ସେତେବେଳେ ଏହାକୁ ଅତି ଗୁପ୍ତ ଭାବରେ କରାଯାଏ । ଧଳା କପଡାରେ ଘୋଡାଇ ଦିଆଯାଏ କିନ୍ନରର ଶବକୁ । ଆଉ ଏହା ପରେ ଦେହରେ ଯଦି କୌଣସି ଜିନିଷ ବନ୍ଧା ହୋଇଛି ବା ଦେହରେ ଯଦି କୌଣସି ବସ୍ତୁ ଅଛି ସେସବୁକୁ ଅଲଗା କରାଯାଏ ।
କଥାରେ ଅଛି ଯଦି କେହି କିନ୍ନରର ଶବ ଯାତ୍ରା କୁ ବା କିନ୍ନରର ଶବକୁ ଖାଲି ଆଖିରେ ଦେଖେ ତା ହେଲେ ପରବର୍ତ୍ତୀ ଜନ୍ମରେ ସେ କିନ୍ନର ହୋଇ ଜନ୍ମ ହୁଏ । ସେଥିପାଇଁ କିନ୍ନରର ଶବକୁ ଘୋଡାଇ ଦିଆଯାଏ । ଆଉ ଏହାକୁ ଅତି ଗୁପ୍ତରେ କରାଯାଏ । କିନ୍ନରକୁ ଅନ୍ତିମ ସଂସ୍କାରରେ ଜଳା ନଯାଇ ପୋତି ବି ଦିଆଯାଏ । କିନ୍ନର ସମାଜର ଶବ ସଂସ୍କାରର ପ୍ରଥା ରହିଛି କିଛି ଭିନ୍ନ ଓ କିଛି ଅନ୍ଯତମ ।
ଆଉ ସେହି ଶବ ସଂସ୍କାରର ପ୍ରଥା ହିସାବରେ ଗତ କାଲି ବଳରାମକୁ ଦିଆଯାଇଛି ଶେଷ ବିଦାୟ । ନାଚ ଗୀତ କରି ମଶ୍ଗୁଲ ହେବେ ସାଥି କିନ୍ନର ମାନେ । ସାଧାରଣତଃ ଲୋକମାନଙ୍କର ଏହା ମାନ୍ୟତା ଅଛି ଯେତେବେଳେ ଘରର କେହି ଚାଲିଯାଏ ଏହା ଦୁଃଖର ପରିସ୍ଥିତି କିନ୍ତୁ କିନ୍ନର ମାନଙ୍କ ପାଇଁ ଏହା ଅଲୋଟା ହୋଇଥାଏ । କାରଣ ଏହି ବିଦାୟ ଏହି ନର୍କର ଯନ୍ତ୍ରଣାରୁ ବିଦାୟ ।
କାରଣ ଯେଉଁ ଶରୀରକୁ ସେମାନେ ଧାରଣ କରନ୍ତି ନା ସେମାନେ ତା ସହିତ ଚଳି ପାରନ୍ତି ନା ସେମାନଙ୍କୁ ସମାଜ ସେ ହିସାବରେ ଗ୍ରହଣ କରେ । ଏଭଳି ଅନେକ ମାନ୍ୟତା ରହିଛି କିନ୍ନର ମାନଙ୍କର । ଆଉ ଗତ କାଲି ସେହି ମାନ୍ୟତା ଓ ସଂସ୍କାରରେ ବଳରାମ କିନ୍ନରଙ୍କ ଅନ୍ତିମ ସଂସ୍କାର ହୋଇଛି । କୁହାଯାଏ କିନ୍ନରଙ୍କ ଶବ ସଂସ୍କାରରେ ତାଙ୍କର ଜନନ ଇନ୍ଦ୍ରିୟକୁ କଟା ଯାଇଥାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।