ବନ୍ଧୁଗଣ ଯେତେବେଳେ ଆପଣ ବହୁତ ଦୁଃଖିତ ଥିବେ ଓ ବହୁତ ଚିନ୍ତାରେ ଥିବେ ତା ହେଲେ କିଛି ଅମୂଲ୍ୟ ଶିକ୍ଷାକୁ ମନେ ପକାଇବେ । ଆଜି ଆମେ ଆପଣ ମାନଙ୍କୁ ଏହି ଅମୂଲ୍ୟ ଶିକ୍ଷା ବିଷୟରେ କହିବାକୁ ଯାଉଛୁ । ଏହି ଅମୂଲ୍ୟ ଶିକ୍ଷା ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । ଏହାକୁ ଆପଣ ମନେ ରଖିବା ଦ୍ଵାରା ଆପଣଙ୍କ ମନ ମସ୍ତିସ୍କ ଶାନ୍ତ ହେବ । ଆପଣ ଜୀବନକୁ ପ୍ରକୃତ ସତ୍ୟତାକୁ ଦେଖିପାରିବେ ଆଉ ବୁଝିପାରିବେ ଆଉ ଜୀବନ ଯାତ୍ରାରେ ପୁନର୍ବାର ଆଗକୁ ଚାଳିବେ ।
ଯେଉଁ ଲୋକ ସମସ୍ୟା ମଧ୍ୟରେ ଅଣ୍ଟା ଭିଡି ଆଗକୁ ଯାଇଛି ସେ ନିଶ୍ଚିତ ସଫଳ ହେଇଛି । ବନ୍ଧୁଗଣ ମଣିଷ ବାରମ୍ବାର ହାରେ ହେଲେ ଶେଷରେ ଜିତିଯାଏ । ଅସଫଳତା ହେଉଛି ସଫଳତାର ସିଡି ତେଣୁ ଆପଣଙ୍କୁ ସିଡି ଚଢିବାକୁ ପଡିବ ଯଦି ସଫଳତାର ଶୀର୍ଷକୁ ପହଞ୍ଚିବାର ଅଛି । ଜୀବନରେ ଯେତେବେଳେ ଅଧିକ ଦୁଃଖ ଆସିବ ସେତେବେଳେ କୌଣସି ଭଲ ସମୟକୁ ଭାବି ଚୁପ ରୁହନ୍ତୁ ନାହିଁ ଏମିତି ଅଧିକାଂଶ ଲୋକ କରିଥାନ୍ତି ।
ଆପଣ ଏହି ଅସଫଳ, ଏହି ଦୁଃଖ ଆଉ ଏହି ଯନ୍ତ୍ରଣାକୁ ଆଖି ଆଗରେ ରଖି ପଦକ୍ଷେପ ନିଅନ୍ତୁ । ଏହି ଯନ୍ତ୍ରଣା ଏହି ଦୁଃଖ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ଆଶା କରନ୍ତୁ ନାହିଁ ମୋ ଜୀବନରେ କେବେ ସୁନ୍ଦର ସମୟ ଆସିବ । ଲୋକ ଭାବନ୍ତି ଏବେ ଖରାପ ସମୟ ଚାଲିଛି ଭଲ ସମୟ ଆସିବ ।
ଏମିତି ଆପଣ କେବେବି କରନ୍ତୁ ନାହିଁ । ଯେଉଁ ଅବସ୍ଥାରେ ଅଛନ୍ତି ଯେଉଁ ଯନ୍ତ୍ରଣାରେ ଅଛନ୍ତି ଆଜି ଠାରୁ ପ୍ରୟାସ କରିବା ଆରମ୍ଭ କରନ୍ତୁ । ବନ୍ଧୁଗଣ ଏ ଦୁନିଆରେ କିଛି ବି ଚିରସ୍ଥାୟୀ ନୁହେଁ । ଏ ଦୁନିଆରେ କୌଣସି ବି ଜିନିଷ ସବୁଦିନ ପାଇଁ ତ୍ରିଷ୍ଟେ ନାହିଁ । ଜୀବନଟି ହେଉଛି ନଦୀ ଭଳି ନଦୀରେ କେତେବେଳେ ଗୋଳିଆ ପାଣି ଆସିଥାଏ ତ କେତେବେଳେ ଭଲ ପାଣି ବି ଆସିଥାଏ ।
ଠିକ ସେମିତି ଏହି ଜୀବନ ଯାତ୍ରାରେ କୌଣସି ଜିନିଷ ନିଶ୍ଚିତ ନୁହେଁ । ସବୁ ଜିନିଷ ଆସିବ ଚାଲିଯିବ ତେଣୁ ଯଦି ଆପଣ ଅଧିକ ଚିନ୍ତିତ ଥିବେ ସେତେବେଳେ ଏହି ଅମୂଲ୍ୟ ବାକ୍ୟ ଗୁଡିକୁ ମନେ ପକାଇବେ । ଜୀବନରେ କେବେବି ସମସ୍ୟାରୁ ପଛ ଛଡାନ୍ତୁ ନାହିଁ । କେବେବି କୁହନ୍ତୁ ନାହିଁ ହେ ପ୍ରଭୁ ମୋତେ ସମସ୍ୟା ଦିଅନ୍ତୁ ନାହିଁ । ସମସ୍ୟାକୁ ବୁଝିବା, ସମସ୍ୟା ସହ ଲଢିବା ଆଉ ସମସ୍ୟାର ସଫଳତାର ରାସ୍ତା ଖୋଜି ପାଇବା ଏଭଳି ପ୍ରାର୍ଥନା ଇଶ୍ଵରଙ୍କୁ କରନ୍ତୁ ।
ଯଦି ଜୀବନରେ ସମସ୍ୟା ନାହିଁ ତା ହେଲେ ଆପଣ ଜୀବନରେ କିଛି ବି ଶିଖି ପାରିବେ ନାହିଁ । ସମସ୍ୟାକୁ କିଭଳି ସଫଳତାରେ ପରିଣତ କରିବେ ସେଥିପାଇଁ ଚିନ୍ତା କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ଅମୂଲ୍ୟ ବାକ୍ୟ ଗୁଡିକୁ ଜୀବନରେ ମନେ ରଖିବେ ଦେଖିବେ ଆପଣ ନିଶ୍ଚୟ ସଫଳତା ପାଇବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।