ଥରେ ପଢିଲେ ସବୁ ପାଠ ମନେ ରହିବ, ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ (Best Study Tips) 

ବନ୍ଧୁଗଣ ଆଜି ଆମେ କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତ ବିଦ୍ୟାର୍ଥୀ ମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଗୋଟେ ଥର ପୁସ୍ତକ ପଢିବା ପରେ ପାଠ ବା ଜ୍ଞାନ କେମିତି ମନେ ରହିବ ସେ ବିଷୟରେ ଆଜି ଆମେ ଆଲୋଚନା କରିବା । ଥରେ ସ୍ଵାମୀ ବିବେକାନନ୍ଦ କଲିକତାରେ ଥିବା ସେଣ୍ଟ୍ରାଲ ଲାଇବ୍ରେରୀରେ ଯାଇ ପହଞ୍ଚି ଗଲେ । ଲାଇବ୍ରେରୀରେ ଥିବା ପରିଚାଳକଙ୍କୁ ବିବେକାନନ୍ଦ ପାଞ୍ଚ ଗୋଟି ପୁସ୍ତକ ମାଗିଲେ ଆଉ କହିଲେ ସନ୍ଧ୍ୟା ସୁଧା ଫେରାଇ ଦେବେ ।


ପରିଚାଳକ ଜଣକ କହିଲେ ଆପଣ ସନ୍ଧ୍ୟା ସୁଧା କେମିତି ପାଞ୍ଚ ଗୋଟି ପୁସ୍ତକ ପଢିବେ । ହେଲେ ବିବେକାନନ୍ଦ ସେହି ପାଞ୍ଚ ଗୋଟି ପୁସ୍ତକକୁ ପଢି ସନ୍ଧ୍ୟା ସୁଧା ଫେରାଇ ଥିଲେ । ପରିଚାଳକ ଜଣକ କହିଲେ ତମେ ସତରେ ପଢିଲ ନା ମିଛରେ ନେଇ ଆଣି ଫେରାଇ ଦେଲ । ବିବେକାନନ୍ଦ କହିଲେ ଆପଣ ମୋତେ ପରୀକ୍ଷା କରିପାରିବେ । ସ୍ଵାମୀ ବିବେକାନନ୍ଦ ସମାସ ପୁସ୍ତକର ଉତ୍ତର ଦେବା ସହ ପ୍ରଶ୍ନର ସମାଧାନ ମଧ୍ୟ କରିଲେ ।

ଏହା ଜାଣି ଲାଇବ୍ରେରୀର ପରିଚାଳକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଏହା କିପରି ସମ୍ଭବ । ତେବେ ବନ୍ଧୁଗଣ ଆପଣ ମାନେ ଚାହିଁଲେ ମଧ୍ୟ କରିପାରିବେ ଯଦି କିଛି ସୂତ୍ର ଗୁଡିକୁ ଆପଣ ଉପଯୋଗ କରିବେ । ଏହି ସୂତ୍ର ଗୁଡିକୁ ଉପଯୋଗ କରିଲେ ଆପଣ ପୁସ୍ତକକୁ ଥରେ ପଡିଲେ ସବୁଦିନ ପାଇଁ ଆପଣ ମନେ ରଖିପାରିବେ ।

ଗୋଟେ ସିନେମା ହଲକୁ ଯେତେବେଳେ ଆମେ ମାନେ ସିନେମା ଦେଖିବାକୁ ଯାଉ ସେ ସିନେମାକୁ ଥରେ ଦେଖୁ ହେଲେ ଜୀବନ ସାରା ମନେ ରଖିଥାଉ । କିନ୍ତୁ ପାଠ କାହିଁକି ମନେ ରହେ ନାହିଁ । କାରଣ ସେନାମା ଦେଖିବା ସମୟରେ ଆମେ ଗୋଟେ କାହାଣୀ ଭାବି ସିନେମା ଦେଖୁ ଆଉ ସିନେମାର ବାତାବରଣ ମଧ୍ୟ ସେମିତି ଥାଏ ।

ଆମେ ସଂପୂର୍ଣ୍ଣ ମନକୁ ସିନେମା ଭିତରେ କେନ୍ଦ୍ରୀଭୂତ କରିଥାଉ । ନା ବେପାର ଚିନ୍ତା ଥାଏ, ନା ଖେଳିବା ଚିନ୍ତା ଥାଏ ନା ଅନ୍ୟ କୌଣସି ଚିନ୍ତା ଥାଏ । ଆମେ ଆମ ମନକୁ ସଂପୂର୍ଣ୍ଣ ଭାବେ ସିନେମାରେ ରଖିଥାଉ ତେଣୁ ଜୀବନ ସାରା ଆମେ ସିନେମାଟିକୁ ଭୁଲି ନଥାଉ । ହେଲେ ବନ୍ଧୁଗଣ ପାଠ ପଢିବା ସମୟରେ ଆମେ ବହି ସିନା ଧରିଥାଉ ହେଲେ ମନ କୁଆଡେ କୁଆଡେ ବୁଲେ ତାହା ଆପଣ ମାନେ ଜାଣିଥିବେ ।

ଆପଣ ମାନେ ପ୍ରାତଃ ସମୟରୁ ଉଠି ଜ୍ଞାନ ଆହରଣ କରନ୍ତୁ ଦେଖିବେ ଆପଣଙ୍କ ମନ ପାଠରେ ରହିବ । ପାଠ ପଢିବା ସମୟରେ ମନକୁ ନିୟନ୍ତ୍ରଣ କରିବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ପାଠ ପଢିବା ବେଳେ ନିଜ ମନକୁ କେନ୍ଦ୍ରୀଭୂତ କରନ୍ତୁ ଆଉ କିଛି ବି ଭାବନ୍ତୁ ନାହିଁ ଦେଖିବେ ଜୀବନ ସାରା ଆପଣ ଥରେ ପଢିଥିବା ପାଠ ମନେ ରହିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *