Jio ର ଧମାକେଦାର ଅଫର: ବର୍ତ୍ତମାନ ଅଫଲାଇନରେ ବି ମିଳିବ Jio Phone Next, ଯେଉଁଥିରେ ଆପଣଙ୍କୁ 24 ମାସ ପର୍ଯ୍ୟନ୍ତ ମିଳିବ ଏହି ସବୁ ସୁବିଧା

ଜିଓ କମ୍ପାନୀ ଭାରତର ସବୁଠୁ ବଡ କମ୍ପାନୀ ମଧ୍ୟରୁ ଗୋଟିଏ ଅଟେ । ବର୍ତ୍ତମାନ ଜିଓ କମ୍ପାନୀର ବହୁତ କିଛି ବଜାରରେ ଉପଲବ୍ଧ ଅଛି । ଯଦି ଜିଓ କମ୍ପାନୀର ଟେଲିକମ ସେକ୍ଟର ବିଷୟରେ କହିବା ତେବେ ପ୍ରଥମେ ଜିଓ ସିମ ଲଞ୍ଚ କରିବା ପରେ ଜିଓ ମୋବାଇଲ ଲଞ୍ଚ କରିଥିଲା । ଜିଓର ପ୍ରଥମ ଫୋନ ଗ୍ରାହକମାନଙ୍କୁ ବହୁତ ଆକ୍ରୁଷ୍ଟ କରିଥିଲା । କିଛି ଦିନ ତଳେ ହିଁ ଜିଓ କମ୍ପାନୀ ଏକ ନୂଆ ଫୋନ ଲଞ୍ଚ କରିଛି । ଯାହାକି କେବଳ ଅନ୍ଲାଇନ ଉପଲବ୍ଧ ଥିଲା ।

କିନ୍ତୁ ବର୍ତ୍ତମାନ ତାହା ଅଫ୍ଲାଇନ ବି ଉପଲବ୍ଧ ହୋଇ ଯାଇଛି । ଜିଓ କମ୍ପାନୀ ଘୋଷଣା କରିଛି କି ଯଦି ଆପଣ Jio Phone Next କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସବୁ ମୋବାଇଲ ଦୋକାନରୁ ଏହି ଫୋନ କିଣି ପାରିବେ । କହିଦେଉଛୁ କି ଜିଓ କମ୍ପାନୀ ଏହି ଫୋନକୁ ଗୁଗଲ ସହ ମିଶି ଏହି ଫୋନକୁ ତିଆରି କରିଛନ୍ତି । ବହୁତ କମ ଦାମରେ ମିଳୁଥିବା ଏହି ମୋବାଇଲରେ ବହୁତ ଭଲ ଭଲ ଜିନିଷ ଅଛି ।

ତେବେ ଚାଳନ୍ତୁ ଜାଣିବା ଏହି ଫୋନରେ ଖାସ କଥା କଣ । ଏହି ଫୋନରେ ୧୩ MP ପଛ କ୍ୟାମେରା ଓ ୮ MP ଫ୍ରନ୍ଟ କ୍ୟାମେରା ଅଛି । ଏହି ଫୋନର ମୂଲ୍ୟ ମାତ୍ର ୬,୪୯୯ ଟଙ୍କା ଅଟେ । କିନ୍ତୁ ଆପଣ ଏହି ଫୋନକୁ ଆହୁରି କମ ଦାମରେ କିଣି ପାରିବେ । ଏହି ମୋବାଇଲ EMIରେ ବି ମିଳୁଛି । ୧୯୯୯ ଟଙ୍କା ଡାଉନପେମେଣ୍ଟ ଦେଲେ ଆପଣ ଏହି ଫୋନକୁ କିଣି ପାରିବେ ।

EMI ର ଦୁଇଟି ଅପସନ ଅଛି । ୧୮ ରୁ ୨୪ ମାସ ପାଇଁ ଆପଣଙ୍କୁ ୩୦୦ ଟଙ୍କାରୁ ୬୦୦ ଟଙ୍କା EMI ଦବାକୁ ପଡିବ । ଏହି ଅଫରରେ କେବଳ ଆପଣଙ୍କୁ ଜିଓର ଫୋନ ମିଳିବ ନାହିଁ  ଆପଣଙ୍କୁ ଡେଟା ଓ କଳିଙ୍ଗ ବି ମିଳିବ । ଅର୍ଥାତ ୩୦୦ ଟଙ୍କାରୁ ୬୦୦ ଟଙ୍କା ଖର୍ଚ କରି ଆପଣଙ୍କୁ ବହୁତ ପ୍ରକାରର ସୁବିଧା ମିଳିବ । ୩୦୦ ଟଙ୍କାର EMIରେ ଆପଣଙ୍କୁ ୨୪ ମାସ ପର୍ଯ୍ୟନ୍ତ ୫ ଜିବି ଡେଟା ଓ ୧୦୦ ମିନିଟ ପର୍ଯ୍ୟନ୍ତ ସବୁ ମାସରେ କଥାବାର୍ତ୍ତା କରି ପାରିବେ ।

୪୫୦ ଟଙ୍କାର EMIରେ ଆପଣଙ୍କୁ ୧.୫ ଜିବି ଡେଟା ଅନଲିମିଟେଡ କଳିଙ୍ଗ ସହିତ ୧୦୦ ଏମଏସଏମ ମିଳିବ । ଏହି ଫୋନ ୫.୪୫ ଇଞ୍ଚ ଲମ୍ବା ଅଟେ । ଫୋନରେ ୨ ଜିବି RAM ଓ ୩୨ ଜିବିର ସ୍ଟୋରେଜ ମିଳିଥାଏ ।  ଆପଣ ୫୧୨ ଜିବି ପର୍ଯ୍ୟନ୍ତ ଏସଡ଼ି କାର୍ଡ ବି ପକାଇ ପାରିବେ ଏହି ଫୋନରେ । ଆପଣଙ୍କୁ ଏହି ଫୋନରେ ଅନ୍ୟ android ଫୋନର ସମସ୍ତ ସୁବିଧା ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *