ପ୍ରଥମେ ପଞ୍ଚୟାତ ନିର୍ବାଚନ ବର୍ତ୍ତମାନ ପୌରାଞ୍ଚଳ ନିର୍ବାଚନ ଚାଲିଛି । ଏମିତିରେ ସବୁ ଦଳ ଅନ୍ୟ ଦଳ ବିରୁଦ୍ଧରେ କହୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ନେତା ସୁର ରାଉତରାୟ ବି ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କହିଛନ୍ତି । ସେ ପ୍ରାୟତଃ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିଥାନ୍ତି । କେତେବେଳେ ତାଙ୍କର ପ୍ରଶଂସା କରନ୍ତି ତ କେତେବେଳେ ତାଙ୍କ ବିରୁଦ୍ଧରେ କୁହନ୍ତି ।
ବର୍ତ୍ତମାନ ନିର୍ବାଚନର ସମୟ ସେଥିପାଇଁ ସେ ନବୀନଙ୍କ ବିରୁଦ୍ଧରେ କହୁଥିବାର ନଜର ଆସିଛନ୍ତି । ସୁର ଭାଇ କହିଲେ କି ନବୀନ ପଟ୍ଟନାୟକର ଭଲ ସମୟ ଚାଲିଛି ଓ ସେହିଭଳି ଭାଗ୍ୟ କାହାର ବି ନାହିଁ । ସବୁ ଓଡିଶାବାସୀ ତ ନବୀନ ର । ନବୀନ ପାଖରେ ଶକ୍ତି ଅଛି ତା ଦଳରେ ହାତ ମାରିଦେବ ସବୁ ଗୁଣ୍ଡୁଚି ମୂଷା ଭଳି ସାଉଁଟି ଯିବେ । ତାଙ୍କ ଦଳରେ କିଛି ବି ନାହିଁ । ସବୁ ନବୀନ ଯୋଗୁ ସମ୍ଭବ ।
ନବୀନ ଯେଉଁ ଦିନ ଗଲା ସେହି ଦିନ ସବୁ ଗେଣ୍ଡା ହୋଇଯିବ ଶଙ୍ଖ । ଖୋଜିଲେ ବି ଆଉ ମିଳିବ ନାହିଁ । ନବୀନ ପଟ୍ଟନାୟକ ବିଷୟରେ ସେ ଆଗକୁ କହିଲେ କି ନବୀନ ନାଁ ରେ ସବୁ ଭୋଟ ରିଜର୍ବ ହୋଇ ଅଛି । ଭୋଟ ସବୁ କିଣା ହୋଇ ଅଛି । ସବୁ ଝୋପଡି ଭୋଟ ବିଜେପି କି କଂଗ୍ରେସ ନେଇ ପାରିବ ନହିଁ । ସବୁ ବିଜେଡ଼ି ନବ । ବିଜେଡ଼ି ସବୁ ଦେଇ ରଖିଛି ।
କହିଦେଉଛୁ କି ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବହୁତ ଭଲ ରେଜେଲ୍ଟ କରିଛି ଓ କଂଗ୍ରେସ ସେହିଭଳି କିଛି ଖାସ କମାଲ କରି ପାରି ନାହିଁ । ଯେଉଁଥି ପାଇଁ ସୁର ରାଉତରାୟ ରାଗିଛନ୍ତି । ସେ ନିର୍ବଚାନକୁ ନେଇ କଂଗ୍ରେସ ବିଷୟରେ କହିଲେ କି ଗତ ନିର୍ବାଚନରେ ମୋଟ ୫ – ୧୦ ହଜାର ଭୋଟ ପାଇଥିଲା । ଏଥର ଭୁବନେଶ୍ଵର ସହରରେ ପ୍ରାୟତଃ ୨୦ ରୁ ୨୧ କାଉନ୍ସିଲର ଜିତିବୁ ।
ଏହି ଝୋପଡି ବସ୍ତିର ଭୋଟ ସବୁ ନବୀନ ପାଇବ । କିନ୍ତୁ ଶିକ୍ଷିତ ଭୋଟ ଆମ ଆଡକୁ ଆସିବ । ଜାନକୀ ପଟ୍ଟନାୟକ ଭୁବନେଶ୍ବର, ଜଟଣୀ, ଖୋର୍ଦ୍ଦା ଓ କଟକୁ ଗଢିଛି । ଆମେ ଏଥର ଆଶା କରୁଛୁ କି ଜଟଣୀ ଓ ଖୋର୍ଦ୍ଦା ଆସିବ । ଆମେ ଏଥର ୩୫ ରୁ ସିଟ ନବୁ ।