ମନରେ ଖରାପ ବା ଅଶ୍ଳୀଳ ବିଚାର ଆସୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜୀବନ ବଦଳିଯିବ (Inspirational Story)

ଏହି ଦୁନିଆରେ ମନୁଷ୍ୟର ବଡ ଶତ୍ରୁ ଓ ବଡ ମିତ୍ର ତାହା ଭିତରେ ଲୁଚି ରହିଛି । ସେ ହେଉଛି ତାର ମନ ଓ ମସ୍ତିଷ୍କ । ଯଦି ମନ ଓ ମସ୍ତିଷ୍କକୁ ସଠିକ ରୂପରେ ପ୍ରଶିକ୍ଷଣ ଦିଆଯାଏ ତେବେ ସେ ଆପଣଙ୍କୁ ଭଲ ଓ ଉନ୍ନତି ରାସ୍ତାରେ ନେଇଯିବ । କିନ୍ତୁ ଯଦି ତାକୁ ଭୁଲ ପ୍ରଶିକ୍ଷଣ ଦିଆଯାଏ ତେବେ ତାକୁ ଯେଉଁ ଜିନିଷଟି ଭଲ ଲାଗିବ ସେ ତାକୁ ହିଁ ବାଛି ନବ । ଦୁନିଆର ୯୫ ପ୍ରତିଶତ ଖରାପ ଜିନିଷ ମନୁଷ୍ୟକୁ ଭଲ ଲାଗେ ।

ଯଦି ମନ ମଧ୍ୟରେ ଖରାପ ଓ ଅଶ୍ଳୀଳ ବିଚାର ଆସୁଛି ତେବେ ତାହା ମଧ୍ୟରୁ ଆପଣ କେମିତି ମୁକ୍ତି ପାଇବେ । ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟାମରେ ଏହାର ସମାଧାନ କହିବୁ । ଦିନେ କିଛି ଯୁବକ ବୁଦ୍ଧ ଦେବଙ୍କ ପାଖରେ ନିଜର ସମସ୍ଯା ନେଇ ଆସିଲେ । ସେମାନଙ୍କ କହିବା ଥିଲା କି ସେମାନଙ୍କ ମନ ମଧ୍ୟରେ ସର୍ବଦା ଅଶ୍ଳୀଳ ଓ ଖରାପ ଚିନ୍ତାଧାର ଆସୁଛି । ଏହା ଶୁଣିବା ପରେ ବୁଦ୍ଧ ଦେବ ତାଙ୍କର ଆଶ୍ରମର କିଛି ଶିଷ୍ୟମାନଙ୍କୁ ଓ ସେହି ନୂଆ ଶିଷ୍ୟମାନଙ୍କୁ କିଛି ମଞ୍ଜି ଦେଲେ ।

କହିଲେ କି ନିତ୍ୟ କର୍ମ ଶେଷ କରିବା ପରେ ସବୁଦିନ ଦୂର ଜଙ୍ଗଲକୁ ଯାଇ ଏହି ମଞ୍ଜି ଗୁଡିକ ପୋତି ଦବ । ସବୁଦିନ ପାଣି ଦବ ଓ ଏହାର ରକ୍ଷଣା ବେକ୍ଷଣା କରିବ । କିନ୍ତୁ ସର୍ତ ଏହା ଅଟେ କି ଏହି ଗଛରେ ଫଳ ଆସିଲେ ତେବେ ସେହି ଫଳକୁ ଖାଇବ ଓ ସେଠି ହିଁ ରହିବ । ଏଠି ଆସିବ ନାହିଁ । କିଛି ଦିନ ପରେ ତୁମ ଆସି ମୋତେ ଦେଖା କର ମୁଁ ତମର ସବୁ ସମସ୍ଯାର ସମଧାନ କରିଦେବି । ପୁରୁଣା ଶିଷ୍ୟମାନେ ଓ ନୂତନ ଯୁବକମାନେ ଦୁଇ ଜଣ ବୁଦ୍ଧ ଦେବଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଲେ ।

ଶେଷରେ ଯେତେବେଳେ ଗଛରେ ଫଳ ଆସିଲା ତେବେ ପୁରୁଣା ଶିଷ୍ୟମାନେ ଓ ନୂଆ ଶିଷ୍ୟମାନେ ଅଲଗା ଅଲଗା କୂଟିଆ ଘରେ ରହି ଫଳ ଗୁଡିକ ଭୋଜନ କରିଲେ । ୭ ଦିନ ପରେ ସେମାନେ ଯେତେବେଳେ ବୁଦ୍ଧ ଦେବଙ୍କ ପାଖକୁ ଆସିଲେ ତେବେ ସେହି ସମୟରେ ପୁରୁଣା ଶିଷ୍ୟମାନେ ହୃଷ୍ଟ ପୃଷ୍ଟ ଥିଲେ ଓ ନୂଆ ଶିଷ୍ୟମାନେ ବହୁତ ରୋଗିଣା ଏବଂ ଦୁଃଖିତ ଥିଲେ । ପୁରୁଣା ଶିଷ୍ୟମାନେ ବୁଦ୍ଧଦେବଙ୍କୁ କହିଲେ କି ଆମେ ବହୁତ ଆନନ୍ଦରେ ଥିଲୁ ଓ ଫଳ ଇତ୍ୟାଦିର ସେବନ କରି ଓ ଆପଣଙ୍କର ଜ୍ଞାନ ଆଲୋଚନା କରୁଥିଲୁ ।

ନୂଆ ଶିଷ୍ୟମାନଙ୍କୁ ଯେତେବେଳେ ରୁଗୁଣ ଓ ଦୁଃଖିତ ରହିବାର କାରଣ ପଚାରିଲେ ତେବେ ସେମାନେ କହିଲେ କି ଆମ ଗଛର ଫଳ ବହୁତ ଖଟା ଓ କଷା ଥିଲା । ତାକୁ ଆମେ ଖାଇ ପାରିଲୁ ନାହିଁ । ସମ୍ପୂର୍ଣ ରୂପରେ ଉପାସ ରହୁଥିଲୁ । ୭ ଦିନ ହେବ ନା ହିଁ ଆମେ ଖାଇ ପାରିଛୁ ଓ ନା ହିଁ ଶୋଇ ପାରିଛୁ । ବୁଦ୍ଧ ଦେବ କହିଲେ ୭ ଦିନର ଫଳ ଖାଇ ଏହିଭଳି ଅବସ୍ଥା, ଆଉ ତୁମେ ଯେଉଁ ଜୀବନସାରା କାର୍ଯ୍ୟ କରିଛ ତାର ପରିଣାମ କଣ ଜାଣିଛ । ତମ ମନରେ ଯେଉଁ ଖରାପ ଚିନ୍ତାଧାର ରଖିଛ ତାର ଯେଉଁ ଫଳ ସାମ୍ନାକୁ ଆସିବ ତାକୁ ଖାଇ ତୁମେ କଣ ଜୀବନସାରା ରହି ପାରିବ ।

ବୁଦ୍ଧ ଦେବ ଆଗକୁ କହିଲେ କି ତୁମେ ନିଜ ମନରେ ଖରାପ ଚିନ୍ତାଧାରର ମଞ୍ଜି ରଖିଛ ତାହା ଦିନେ ନା ଦିନେ ଖରାପ ଫଳ ଦବ । ସେହି ଫଳକୁ ତୁମକୁ ଜୀବନସାରା ଖାଇବାକୁ ପଡିବ । ତାକୁ ତୁମେ ଜୀବନସାରା କେମିତି ଖାଇବ । ସେଥିପାଇଁ ମନରେ ଭଲ ଚିନ୍ତାଧାର ରଖିଲେ ଓ ଭଲ କର୍ମ କରିଲେ ତୁମକୁ ଭଲ ଫଳ ମିଳିବ । ଯାହାକୁ ତୁମେ ଜୀବନସାରା ଖାଇ ପାରିବ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *