କେନ୍ଦ୍ର ସରକାରଙ୍କ ଧମାକେଦାର Scheme, ଦିନକୁ ଦିଅନ୍ତୁ ମାତ୍ର 7 ଟଙ୍କା, ମାସକୁ ମିଳିବ 5 ହଜାର ଟଙ୍କା, ଦେଖନ୍ତୁ କିପରି ଉଠାଇବେ ଏହି ଯୋଜନାର ଲାଭ…

କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ ପୁଣି ଥରେ ଏକ ଭଲ ଯୋଜନା ନେଇ ଆସିଛନ୍ତି । ଯେଉଁଥିରେ ଆପଣ ମାସକୁ ପାଖାପାଖି ୨୦୦ ଟଙ୍କା ଦେଲେ କିଛି ବର୍ଷ ପରେ ଆପଣଙ୍କୁ ୫୦୦୦ ଟଙ୍କା ମିଳିବ । ଏହା କେନ୍ଦ୍ର ସରକାରଙ୍କ ଯୋଜନା ଅଟଳ ପେନସନ ସ୍କିମ ଅଟେ । ଏହି ସ୍କିମ ଅନୁସାରେ ୬୦ ବର୍ଷ ହେବା ପରେ ଆପଣଙ୍କୁ ପେନସନ ମିଳିବ । ମୃତ୍ୟୁ ପର୍ଯ୍ୟନ୍ତ ଆପଣ ମାସକୁ ୫୦୦୦ ଟଙ୍କା ପେନସନ ପାଇବେ ।

ଯାହା ଦ୍ଵାରା ବୁଦ୍ଧ ବୟସରେ ଆପଣଙ୍କୁ କାହାର ସାହାରା ଦରକାର ହବ ନାହିଁ ଓ ଆପଣ ଖୁସିରେ ରହି ପାରିବେ । ଏହି ଯୋଜନାର ସବୁଠୁ ଭଲ କଥା ହେଉଛି କି ଆପଣ ସରକାରୀ ଚାକିରି କରନ୍ତୁ କିମ୍ବା ପ୍ରାଇବେଟ ଚାକିରି ସମସ୍ତେ ଏହି ଯୋଜନାର ଅଂସ ହୋଇ ପାରିବେ । କିନ୍ତୁ ଏଥିରେ ବୟସ ସୀମା ଅଛି । ୧୮ ରୁ ୪୦ ବର୍ଷ ମଧ୍ୟରେ ଥିବା ଲୋକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ ଆପଣ ମାସକୁ ୧ ହଜାର, ୨ ହଜାର, ୪ ହଜାର, ୫ ହଜାର ଟଙ୍କାର ଫିକ୍ସ ପେନସନ ମିଳିଥାଏ । ଆପଣଙ୍କ ନିବେଶ ରାଶି ଆଧାରରେ ହିଁ ଆପଣଙ୍କୁ ପେନସନ ମିଳିବ । ୧୮ ବର୍ଷରୁ ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ମାସକୁ ବହୁତ କମ ଟଙ୍କା ଦବାକୁ ପଡିବ । ମାସିକ ୧ ହଜାର ଟଙ୍କା ପେନସନ ପାଇଁ ଆପଣ ମାତ୍ର ୪୨ ଟଙ୍କା ଦେବେ ।

୫୦୦୦ ପେନସନ ଚାହୁଁଥିଲେ ମାସକୁ ୨୧୦ ଟଙ୍କା ନିବେଶ କରିବାକୁ ପଡିବ । ଅଟଳ ପେନସନ ଯୋଜନାରେ ଆପଣ ମାସିକ, ତ୍ରୟମାସିକ ଓ ୬ ମାସିକ ପେନସନ ଯୋଜନା ବାଛି ପାରିବେ । ମୃତ୍ୟୁ ପର୍ଯ୍ୟନ୍ତ ଏହି ପେନସନ ମିଳିଥାଏ । ଯଦି ହିତାଧିକାରୀଙ୍କ ମୃତ୍ୟୁ ହୋଇ ଯାଇଛି ତେବେ ତାଙ୍କର ସ୍ତ୍ରୀକୁ ପେନସନ ମିଳିପାରେ । ବର୍ତ୍ତମାନ ଜାଣି ନିଅନ୍ତୁ କି ଅଟଳ ପେନସନ ଯୋଜନାରେ ଖାତା ଖୋଲିବା ପାଇଁ କେମିତି ଓ କେଉଁଠି ଆବେଦନ କରିବେ ।

ଅଟଳ ପେନସନ ଯୋଜନାରେ ଖାତା ଖୋଲିବା ପାଇଁ ଆପଣ ଭାରତୀୟ ନାଗରିକ ହୋଇଥିବା ଜରୁରୀ ଅଟେ । ବ୍ଯାଙ୍କରେ ଆକାଉଣ୍ଟ ଥିବା ଦରକାର । ସବୁ ବ୍ଯାଙ୍କ ୱେବସାଇଟରେ ଅଟଳ ପେନସନ ଯୋଜନାର ସସ୍କ୍ରାଇବର ଫର୍ମ ଉପଲବ୍ଧ ଅଛି । ଏହାକୁ ଡାଉନଲୋଡ କରି କରି ଫର୍ମ ଫିଳ୍ପ କରି ଦିଅନ୍ତୁ । ଆଧାର କାର୍ଡର ଜେରକ୍ସ, ଫଟୋ ଓ ବ୍ଯାଙ୍କ ପାସବୁକ ଧରି ବ୍ୟାଙ୍କ ଯାଆନ୍ତୁ । ସହଜରେ ଆପଣଙ୍କର ଅଟଳ ପେନସନ ଯୋଜନାର ଆକାଉଣ୍ଟ ଖୋଲିଯିବ । ଆଜି ହିଁ ଏହି ଯୋଜନାର ନିବେଶ କରି ଲାଭ ଉଠାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *