ବାଛନ୍ତୁ ନିଜର ଜନ୍ମ ମାସ ବାଲା 1 ହୃଦୟ ଓ ଜାଣନ୍ତୁ ନିଜ ବିଷୟରେ ଏକ ରହସ୍ୟ ! (Personality Test)

ସମସ୍ତ ବ୍ୟକ୍ତିଙ୍କ ପସନ୍ଦ ତାଙ୍କର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ସବୁ ମାସ ହିସାବରେ ହୃଦୟ ନେଇ ଆସିଛୁ । ଯେଉଁଥିରୁ ଆପଣଙ୍କୁ ଜନ୍ମ ବାଲା ମାସ ବାଛିବାର ଅଛି । ଏହି ହୃଦୟ ଆପଣଙ୍କ ହୃଦୟ ବିଷୟରେ ବହୁତ କିଛି କହିବ । ବାଛିବା ପରେ ଆମେ ଆପଣଙ୍କ ସମ୍ବନ୍ଧିତ କିଛି ରହସ୍ୟ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା । ପ୍ରଥମେ ତଳେ ଦିଆ ଯାଇଥିବା ଫଟୋ ରୁ ନିଜ ଜନ୍ମ ମାସ ବାଲା ଗୋଟିଏ ହୃଦୟ ବାଛନ୍ତୁ ।

ଜାନୁଆରୀ

ଯଦି ଆପଣ ଜାନୁଆରୀ ମାସର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ସ୍ଵଭାବ ଦୃଢବିଶ୍ଵାସନୀୟ ଅଟନ୍ତି । ଯେଉଁ କାମକୁ କରିବା ପାଇଁ ଚିନ୍ତା କରି ନିଅନ୍ତି ତାକୁ ପୁରା ନ କରିବା ପର୍ଯ୍ୟନ୍ତ ଛାଡନ୍ତି ନାହିଁ । ଆପଣ ଅନ୍ୟ ଲୋକମାନଙ୍କର ବ୍ୟବହାରକୁ ବହୁତ ଜଲ୍ଦି ବୁଝି ନିଅନ୍ତି ।

ଫେବ୍ରୁୟାରୀ

ଯଦି ଆପଣ ଫେବ୍ରୁଆରି ମାସର ହୃଦୟ ବାଛିଛନ୍ତି ତେବେ ଆପଣ ଆକର୍ଷକ ଓ ଆତ୍ମବିଶ୍ଵାସୀ ଅଟନ୍ତି । ଆପଣ ସବୁ ଜିନିଷକୁ ସକାରତ୍ମକ ରୂପରେ ରୂପରେ ଦେଖନ୍ତି । ଆପଣ ନିଜର ପ୍ରାୟତଃ କାମରେ ସଫଳ ହୁଅନ୍ତି ।

ମାର୍ଚ୍ଚ

ଆପଣ ଭଲ ହୃଦୟ ବ୍ୟକ୍ତି ଅଟନ୍ତି । ନିଜର ସମ୍ପର୍କକୁ ନେଇ ଆପଣ ବହୁତ ବିଶ୍ଵାସୀ ହୋଇଥାନ୍ତି । ଆପଣ କାହାର ବି ଭାବନା ସହ ଖେଳନ୍ତି ନାହିଁ । ଆପଣ ଲୋକମାନଙ୍କ ଭାବନାର ମହତ୍ଵ ଦିଅନ୍ତି । ଆପଣ ସବୁ ପରିସ୍ଥିତିର ସାମ୍ନା କରିବାର ଜାଣିଛନ୍ତି ।

ଏପ୍ରିଲ

ଆପଣ ନିଜର ସ୍ଵଭାବ ଦ୍ଵାରା କାହାର ବି ହୃଦୟ ଜିତି ପାରିବେ । ଆପଣଙ୍କ ଉପରେ ସହଜରେ କେହି ବି ବିଶ୍ଵାସ କରି ପାରିବେ । କାରଣ ଆପଣ ରହସ୍ୟକୁ ନିଜ ମଧ୍ୟରେ ରଖିବାରେ ମାହିର ଅଟନ୍ତି । ଆପଣଙ୍କର ପ୍ରଥମିକତା ଆପଣଙ୍କ ପରିବାର ହୋଇଥାଏ ।

ମେ

ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ଏହି କଥାରେ ସବୁବେଳେ ଭୟ କରନ୍ତି କି ଆପଣଙ୍କ କୌଣସି କଥାରେ କାହାର ହୃଦୟ ଭାଙ୍ଗି ନ ଯାଉ । ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରନ୍ତି ।

ଜୁନ

ଆପଣ ନିଜ ଜୀବନରେ ବହୁତ ବ୍ୟସ୍ତ ରୁହନ୍ତି । ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତି । ଆପଣ ନିଜ ସହ ଜଡିତ ସମ୍ପର୍କକୁ ଅଧିକ ମହତ୍ଵ ଦେବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଥରେ କୌଣସି ସମ୍ପର୍କ ଭାଙ୍ଗିଯାଏ ତେବେ ସେହି ସମ୍ପର୍କ ସହ ଆପଣ କେବେ ବି ଯୋଡି ହୁଅନ୍ତି ନାହିଁ ।

ଜୁଲାଇ

ଆପଣ ମଜାକିଆ ଓ ସମସ୍ତଙ୍କ ସହ ମିଶି ଯାଆନ୍ତି । ଆପଣଙ୍କ ମଧ୍ୟରେ ସବୁ କାମ କରିବା ପାଇଁ ଜବରଦସ୍ତ ପ୍ରତିଭା ଅଛି । କାମ କରିବାର ଭିନ୍ନ ପ୍ରକାରର ଉପାୟ ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରନ୍ତି । ଆପଣ ଯାହାକୁ ହୃଦୟରେ ବସାଇ ଦିଅନ୍ତି । ତେବେ ତାଙ୍କ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

ଅଗଷ୍ଟ

ଆପଣଙ୍କ ଭାବପୂର୍ଣ ଚରିତ୍ରକୁ ଦର୍ଶାଉଛି । ଆପଣ ନିଜର ଭାବନାକୁ ନେଇ ବହୁତ ଭାବୁକ ହୋଇଥାନ୍ତି । ଆପଣ କେବେ ବି ଏହିଭଳି କୌଣସି କଥା କୁହନ୍ତି ନାହିଁ ଯାହା ଆପଣଙ୍କର ସାମ୍ନାରେ ଥିବା ଲୋକକୁ କଷ୍ଟ ପହଞ୍ଚାଇବ । ଆପଣ ଅଳ୍ପ ଲାଜୁକ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ସେପ୍ଟେମ୍ବର

ଆପଣଙ୍କୁ ନିଜ କାର୍ଯ୍ୟରେ ଅନ୍ୟ କାହାର ଦଖଲ ଦେବା ପସନ୍ଦ ନୁହେଁ । ଆପଣଙ୍କର ସବୁଠୁ ବଡ କଥା ହେଉଛି କି ଆପଣ ଖରାପ ପ୍ରକୃତିର ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ହୃଦୟରେ ଯାହା ଥାଏ ଆପଣଙ୍କ ମୁହଁରେ ତାହା ଥାଏ ।

ଅକ୍ଟୋବର

ଆପଣଙ୍କ ସ୍ଥିର ବୁଦ୍ଧି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବକୁ ଦର୍ଶାଇ ଥାଏ । ଆପଣ ଆତ୍ମବିଶ୍ଵାସୀ ବ୍ୟକ୍ତି ଅଟନ୍ତି । ଆପଣ ନିଜେ ତ ଖୁସିରେ ରୁହନ୍ତି ଓ ଅନ୍ୟର ଚେହେରାରେ ଖୁସି ଆଣିବା ପାଇଁ ଚେଷ୍ଟା କରନ୍ତି ।

ନଭେମ୍ବର

ଆପଣ ବହୁତ ବୁଦ୍ଧିମାନ ଓ ଦାୟିତ୍ଵ ବାନ ବ୍ୟକ୍ତି ଅଟନ୍ତି । ଆପଣ ଲୋକମାନଙ୍କର କଥା ଉପରେ ଧ୍ୟାନ ଦେବାକୁ ଚାହାନ୍ତି ନାହିଁ । ଆପଣ କେବଳ ନିଜ ମନର କରନ୍ତି । ଆପଣ ସବୁବେଳେ ସବୁ ଜିନିଷକୁ ଶିଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତି ।

ଡିସେମ୍ବର

ଆପଣଙ୍କ ସ୍ଵଭାବ ସବୁଠୁ ଭିନ୍ନ ପ୍ରକାରର ହୋଇଥାଏ । ଆପଣଙ୍କ କହିବାର ଉପାୟ ଏତେ ଅଧିକ ଭିନ୍ନ ହୋଇଥାଏ କି ଆପଣଙ୍କ କହିବା ମାତ୍ରେ ହିଁ ଲୋକମାନଙ୍କ ହୃଦୟ ଜିତି ଯାଆନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *