କୁହଯାଏ କି ବ୍ୟକ୍ତିକୁ ତାର କର୍ମ ଅନୁସାରେ ହିଁ ଫଳ ମିଳିଥାଏ । ଏହି ଜନ୍ମର କର୍ମର ଫଳ ଆପଣଙ୍କୁ ଏହି ଜନ୍ମରେ ହିଁ ଭୋଗିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ । ଯେଉଁଥିରେ ଆପଣ ଏହି କଥାର ପ୍ରମାଣ ପାଇଯିବେ । କହିବାକୁ ଗଲେ ନୂଆ ଦମ୍ପତ୍ତି ବିବାହ ପରେ ଯେତେବେଳେ ସ୍ତ୍ରୀ ଖଟ ଉପରେ ବସିଥିଲା, ତେବେ ସେହି ସମୟରେ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଖାଇବା ଥାଳି ନେଇ ଆସିଲା । କିନ୍ତୁ ସ୍ତ୍ରୀ ନିଜ ସ୍ଵାମୀକୁ ଅନୁରୋଧ କରିଲା କି ସେ ତାଙ୍କର ଶାଶୁଙ୍କୁ ଡାକି ଦିଅନ୍ତୁ ଓ ଆମେ ସମସ୍ତେ ମିଶି ଭୋଜନ କରିବା ।
କିନ୍ତୁ ସ୍ଵାମୀ କହିଲେ କି ମା ଖାଇ ଦେଇ କେଉଁଠି ଶୋଇ ପଡିଥିବେ । ସ୍ତ୍ରୀ ବାରମ୍ବାର ଅନୁରୋଧ କରିବା ସତ୍ବେ ବି ସ୍ଵାମୀ ମନା କରିଲା । ଶେଷରେ ବିବାଦ ଏତେ ବଢିଗଲା କି ବିବାହର ପ୍ରଥମ ଦିନ ରାତିରେ ହିଁ ସ୍ତ୍ରୀ ଛାଡପତ୍ର ନେବା ପାଇଁ ନିଷ୍ପତି ନେଇ ଗଲା । ଛାଡପତ୍ର ନେବାର କିଛି ଦିନ ପରେ ହିଁ ମହିଳା ଜଣକ ଦ୍ଵିତୀୟ ବିବାହ କରି ନେଲା ଓ ତାର ପ୍ରଥମ ସ୍ଵାମୀ ବି ଦ୍ଵିତୀୟ ବିବାହ କରି ନେଲା ।
ଦୁଇ ଜଣ ଅଲଗା ଅଲଗା ନିଜର ବୈବାହିକ ଜୀବନରେ ଖୁସିରେ ଖୁସିରେ ରହିଲେ । କିଛି ବର୍ଷ ଗଲା ପରେ ମହିଳାର ଦୁଇଟି ପୁତ୍ର ସନ୍ତାନ ହେଲା । ଯେଉଁମାନେ କି ବହୁତ ଆଜ୍ଞାକାରୀ ଥିଲେ । ଯେତେବେଳେ ମହିଳା ଜଣକ ୬୦ ବର୍ଷର ବୁଢୀ ହୋଇଗଲା ତେବେ ସେ ଚାରି ଧାମ ଯିବା ପାଇଁ ଇଚ୍ଛା ପ୍ରକାଶ କରିଲା । ତାର ପୁଅମାନେ ବି ସଙ୍ଗେ ସଙ୍ଗେ ନିଜ ମାଙ୍କୁ ନେଇ ଚାରି ଧାମ ପାଇଁ ବାହାରି ଗଲେ ।
କିନ୍ତୁ ଯେତେବେଳେ ମା ଓ ଦୁଇ ପୁଅ ଭୋଜନ କରିବା ଯାଉଥିଲେ କି ବୁଦ୍ଧ ମହିଳାଙ୍କ ନଜର ସାମ୍ନାରେ ବସିଥିବା ଅପରିଷ୍କାର ଓ ଭୋକିଲା ଗୋଟିଏ ବୁଦ୍ଧ ବ୍ୟକ୍ତି ଉପରେ ପଡିଥିଲା । ବୁଦ୍ଧ ମହିଳାର ସେହି ବୁଦ୍ଧ ବ୍ୟକ୍ତି ଉପରେ ବହୁତ ଦୟା ଆସିଲା ଓ ସେ ନିଜର ପୁଅଙ୍କୁ କହିଲା କି ପ୍ରଥମେ ସେହି ବୁଦ୍ଧକୁ ପରିଷ୍କାର କରି ଭଲ ବସ୍ତ୍ର ଦିଅ । ଆମେ ସମସ୍ତେ ମିଶି ଭୋଜନ କରିବା । ପୁଅ ଯେତେବେଳେ ସେହି ବୁଦ୍ଧ ବ୍ୟକ୍ତିକୁ ପରିଷ୍କାର କରି ନିଜ ମା ସାମ୍ନାକୁ ଆଣିଥିଲେ ସେହି ସମୟରେ ମହିଳା ଜଣକ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
କାରଣ ସେହି ବୁଦ୍ଧ ବ୍ୟକ୍ତି ଜଣକ ଆଉ କେହି ନ ଥିଲା ସେ ସେଇ ବ୍ୟକ୍ତି ଥିଲା ଯାହାକୁ ବିବାହ କରିବାର ପ୍ରଥମ ଦିନରେ ହିଁ ବୁଦ୍ଧ ମହିଳା ଜଣକ ତା ଠାରୁ ଛାଡପତ୍ର ନେଇ ଯାଇ ଥିଲା । ବୁଦ୍ଧ ମହିଳା ଜଣକ ଏହାର କାରଣ ପଚାରିଲା । ବୁଦ୍ଧ ବ୍ୟକ୍ତି ଜଣକ କାନ୍ଦି କାନ୍ଦି କହିଲା କି ମୋର ସବୁ କିଛି ଥାଇ ବି ମୋର ସନ୍ତାନମାନେ ମୋତେ ଘରୁ ବାହାର କରି ଦେଇଛନ୍ତି ଓ ଖାଇବା ପାଇଁ ବି ଦେଉ ନାହାନ୍ତି । ବୁଦ୍ଧ ମହିଳା ଜଣକ କହିଲେ କି ଏହି କଥା ବିଷୟରେ ମୁଁ ବିବାହର ପ୍ରଥମ ଦିନରେ ହିଁ ଜାଣି ସାରିଥିଲି ।
ପ୍ରଥମେ ତମେ ତମର ମାକୁ ଖାଇବାକୁ ନ ଦେଇ ସେହି ସ୍ଵାଦିଷ୍ଟ ଭୋଜନର ଥାଳିକୁ ନେଇ ମୋ ରୁମକୁ ଚାଲି ଆସିଥିଲ । ମୋର ବାରମ୍ବାର କହିବା ସତ୍ବେ ବି ତୁମେ ତମର ମାକୁ ତିରଷ୍କାର କରିଥିଲ । ଯାହାର ଫଳ ଆଜି ତମ ଭୋଗୁଛ । ଆମେ ଯେମିତି ଗୁରୁଜନଙ୍କ ସହ ବ୍ୟବହାର କରିବା ସେହିଭଳି ଆମର ପିଲାମାନେ ବି ଆମ ସହିତ ସେହିଭଳି ବ୍ୟବହାର କରିବେ । ସେଥିପାଇଁ ସର୍ବଦା ମାତା ପିତାଙ୍କ ସେବା କରିବା ଉଚିତ ।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।