ପ୍ରଫେସନାଲ ସାପ ଧରାଳି ନ ହେଇ ବି ୮ ଫୁଟ ଲମ୍ବର ବିରାଟକାୟ ବିଷଧର ଅହିରାଜକୁ ଏମିତି ଧରିଲେ ମହିଳା, ପୁରୁଷମାନେ ବି ହେଲେ ଫେଲ, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଲୁଲୁଙ୍ଗ ଗେଟ୍ ନିକଟରେ ଥିବା ପାନ୍ଥନିବାସରୁ ଏକ ବିଷାକ୍ତ ଅହିରାଜ ସାପ ଉଦ୍ଧାର କରାଯାଇଛି । ସୁଚନା ମୁତାବକ ଗୁରୁବାର ରାତିରେ ଏସଟିଆର ପୀଠବଟା ରେଞ୍ଜରଙ୍କଠାରୁ ଖବର ପାଇ ଅଭିଜ୍ଞ ସାପଧରାଳୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଓ ତାଙ୍କ ସ୍ତ୍ରୀ ରାତି ପ୍ରାୟ ୮ଟା ସମୟରେ ଉକ୍ତ ପାନ୍ଥନିବାସରେ ଉକ୍ତ ପାନ୍ଥ ନିବାସରେ ପହଞ୍ଚିଥିଲେ ।

ସାପଟି ପାନ୍ଥନିବାସର ଏକ ଘରଦ୍ୱାର ସମ୍ମୁଖରେ ଥିବାରୁ ସେହି ଘରେ ରହୁଥିବା କଲ ମୁଣ୍ଡା ଓ ସ୍ତ୍ରୀ କୁଲି ମୁଣ୍ଡାଙ୍କ ସମେତ ତାଙ୍କର ଛୋଟ ପିଲା ଝରକା ଭାଙ୍ଗି ବାହାରକୁ ଆସି ରେଞ୍ଜରଙ୍କୁ ଖବର ଦେଇଥିଲେ । ତେବେ କୃଷ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ସାହସିକତାର ସହିତ ଉକ୍ତ ବିଷାକ୍ତ ସାପଟିକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ । ଉଦ୍ଧାର ସାପଟିର ଲମ୍ବ  ୮ ଫୁଟ ଥିବାବେଳେ ଏହାର ଆନୁମାନିକ ବୟସ ୪ ବର୍ଷ ହେବ ବୋଲି ଜଣା ଯାଇଛି ।

ତେବେ ସେହିପରି ଜଣେ ମହିଳା ହୋଇ ସସ୍ମିତା ନ ଡରି ସାହସିକତା ଦେଖାଇ ବିଷଧର ଅହିରାଜ ସାପଟିକୁ ଉଦ୍ଧାର କରିଥିବାରୁ ସେଠାରେ ରହୁଥିବା ଲୋକମାନେ ଆଶ୍ୱସ୍ତି ପ୍ରକାଶ କରିବା ସହିତ ତାଙ୍କର ପ୍ରଶଂସା କରି ବାହାବା ଦେଉଛନ୍ତି । ଏମିତିରେ ସାପ ଧରିବା ସେତେଟା ଅସାଧାରଣ ହୋଇ ନଥିଲେ ମଧ୍ୟ ଜଣେ ମହିଳା ଏମିତି ଏକ ଦୁଃସାହସିକ କାମ କରିବା ନିହାତି ରୂପେ ପ୍ରଶଂସା ଯୋଗ୍ୟ ।

ସେ ପୁଣି ଏକ ବିଷଧର ବିରଟକାୟ ଅହିରାଜ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି  । କିନ୍ତୁ ନିର୍ଭୟରେ ହାତରେ ବିଷଧର ଅହିରାଜକୁ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ । ତେବେ ପୂରା ଘଟଣାରେ ନଜର ପକାଇଲେ ଜାଣିପାରିବେ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ଲୁଲୁଙ୍ଗ ଗେଟ୍ ନିକଟରେ ବସବାସ କରନ୍ତି କଲ ମୁଣ୍ଡା ଓ ସ୍ତ୍ରୀ କୁଲି ମୁଣ୍ଡା ।

ଗତକାଲି ରାତି ପ୍ରାୟ ୮ଟା ବେଳେ ତାଙ୍କର ୨ ବର୍ଷର ଶିଶୁ ପୁଅ ଦୁଆରକୁ ଯିବା ବେଳେ ସେଠାରେ ଫଣା ଟେକି ଏକ ଅହିରାଜ ସାପ ଥିଲା । ତତକ୍ଷଣାତ କୁଲା ମୁଣ୍ଡା ଶିଶୁ ଟିକୁ ଭିଡି ଆଣିଥିଲେ । ସାପଟିକୁ ଏମିତି ଫଣା ଟେକି ଥିବାର ଦେଖି ମୁଣ୍ଡା ପରିବାର ଭୟବିତ ହୋଇଯାଇଥିଲେ । ପରେ ଘର ଖଟ ଉପରେ ସମସ୍ତେ ଠିଆ ହୋଇ ଝରକାରେ ଲାଗିଥିବା ଲୁହା ରେଲିଂକୁ ଗୋଇଠା ମାରି ମାରି ଭାଙ୍ଗିଥିଲେ ।

ପ୍ରାୟ ୧ ଘଣ୍ଟା ସମୟ ଏହି ସାପ ସହ ବିତେଇବାକୁ ପଡିଥିଲା ସେମାନଙ୍କୁ । ଝରକା ବାଟ ଦେଇ ପୁରା ପରିବାର ଜୀବନ ବିକଳରେ ବାହାରି ଆସିଲେ । ଏହା ପରେ ବନ ବିଭାଗକୁ ଖବର ଦେବାରୁ ପିଠାବଟା ରେଂଜ ଅଫିସର ବାରିପଦାର ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଏବାବଦରେ ସୂଚନା ଦେଇଥିଲେ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *