ଆତ୍ମାକୁ ଜନ୍ମ ଆଉ ମୃତ୍ୟୁ ସମୟରେ କେମିତି ଅନୁଭବ ହୁଏ ? (Garuda Puran)

ବନ୍ଧୁଗଣ ମୃତ୍ୟୁକୁ ନେଇ ଆମ ମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ । ବନ୍ଧୁଗଣ ଏହି ଦୁନିଆରେ ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ । ତେବେ ମୃତ୍ୟୁ ଓ ଜନ୍ମ ସମୟରେ କଣ ମଣିଷର ଆତ୍ମାକୁ କଷ୍ଟ ହୋଇଥାଏ ଆଉ ସେହି ମୁହୂର୍ତରେ ଆତ୍ମାକୁ କଣ ଅନୁଭବ ହୁଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେବୁ । ଗରୁଡ ପୁରାଣରେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଥାଏ । ଏହି ପୁରାଣ ଅନୁସାରେ ସନାତନ ଧର୍ମରେ ମଣିଷର କର୍ମକୁ ପ୍ରମୁଖ ମାନା ଯାଇଥାଏ ।

ଯେଉଁ ମଣିଷ ସତକର୍ମ କରିଥାଏ ତାର ଆତ୍ମାକୁ ଶୀଘ୍ର ମୁକ୍ତି ମିଳିଯାଏ । ଖରାପ କାମ କରିଥିବା ମଣିଷର ଆତ୍ମାକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ବନ୍ଧୁଗଣ ଯେଉଁ ଦିନ ଆତ୍ମା ମାତା ଗର୍ଭରେ ପ୍ରବେଶ କରେ କିମ୍ବା ଶିଶୁ ରୂପରେ ଗର୍ଭ ବାହାରକୁ ଆସେ ସେବେ ତା ଜୀବନର ଆରମ୍ଭ ହୁଏ । ଆଉ ଯେବେ ନିଶ୍ଵାସ ବନ୍ଦ ହୁଏ ସେବେ ମଣିଷର ଯାତ୍ରା ଶେଷ ହୋଇଯାଇଥାଏ । ହେଲେ ପ୍ରକୃତରେ ଏମିତି ହୁଏ ନାହିଁ ଏହା ଆମର ଅଜ୍ଞାନତା ଅଟେ ।

ପ୍ରକୃତରେ ଆତ୍ମା ଶରୀର ଠାରୁ ଭିନ୍ନ ନୁହେଁ । ଯେମିତି ଆମେ ବସ୍ତ୍ର ବଦଳାଇ ଥାଉ ସେମିତି ଜୀବତ୍ମା ମଧ୍ୟ ଶରୀର ବଦଳାଇ ଥାଏ । ଏହି ପ୍ରକ୍ରିୟା ସେତେବେଳେ ପର୍ଯ୍ୟନ୍ତ ଚାଲେ ଯେତେବେଳ ପର୍ଯ୍ୟନ୍ତ ଜୀବତ୍ମାକୁ ମୋକ୍ଷପ୍ରାପ୍ତି ମିଳି ନଥାଏ । ମାତା ଗର୍ଭରେ ତିନି ମାସରେ ଆତ୍ମାର ଶରୀରରେ ପ୍ରବେଶ ହୁଏ । ଯଦି ଆତ୍ମା ନିଜ ପୂର୍ବ ଜନ୍ମରେ ଜନ କଲ୍ୟାଣ କିମ୍ବା ଭଲ କାମ କରିଥାଏ ତେବେ ତାକୁ ଗର୍ଭରେ ପ୍ରବେଶ କରିବା ସମୟରେ କୌଣସି କଷ୍ଟ ହୋଇ ନଥାଏ ।

ଆଉ ଜନ୍ମ ସମୟ ପର୍ଯ୍ୟନ୍ତ ମଧ୍ୟ ତାକୁ କୌଣସି କଷ୍ଟ ହୋଇନଥାଏ । ସେହି ପରି ଯଦି ଆତ୍ମା ପୂର୍ବଜନ୍ମରେ ବହୁତ ଖରାପ କାମ କରିଥାଏ ତା ହେଲେ ଆତ୍ମାକୁ ଗର୍ଭରେ ପ୍ରବେଶ କରିବା ସମୟରେ ବହୁତ କଷ୍ଟ ହୋଇଥାଏ । ଏହି ସଂସାରରେ ସମସ୍ତ ପ୍ରାଣୀଙ୍କ ମୃତ୍ୟୁ ସୁନିଶ୍ଚିତ ଅଟେ । ଯେତେବେଳେ ମଣିଷ ଶରୀରରୁ ଆତ୍ମା ବାହାରେ ସେତେବେଳେ ତାକୁ ଜଣା ପଡିନଥାଏ ଯେ, ସେ ମଣିଷ ଶରୀରରୁ ଅଲଗା ହୋଇଯାଇଛି । କିନ୍ତୁ ସମସ୍ତଙ୍କ ପ୍ରାଣ ଅଲଗା ଅଲଗା ପ୍ରକାରର ଶରୀରରେ ବାହାରକୁ ଆସେ ।

କିଛି ଲୋକଙ୍କ ମୃତ୍ୟୁ ସମୟରେ ଆଖି ଓଲୋଟା ହୋଇଯାଏ ଆଉ କିଛି ଲୋକଙ୍କ ମୁହଁ ଖୋଲା ହୋଇଯାଏ । ଆଉ କିଛି ମଣିଷ ମୃତ୍ୟୁ ସମୟରେ ମଳ ମୁତ୍ର ତ୍ୟାଗ କରନ୍ତି । ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ଶରୀରର ୯ଟି ଦ୍ଵାରରୁ ଗୋଟିଏ ଦ୍ଵାରରୁ ଆସିଥାଏ । ବନ୍ଧୁଗଣ ପାପୀ ଲୋକ ମାନେ ମୃତ୍ୟୁ ସମୟରେ ଯମଦୂତଙ୍କୁ ଦେଖି ଭୟ କରନ୍ତି ଓ ସେହି ସମୟରେ ସେମାନଙ୍କ ପ୍ରାଣ ତଳ ଆଡକୁ ଯାଇଥାଏ ।

ପାପୀ ଲୋକଙ୍କ ମୃତ୍ୟୁ ସମୟରେ ଆଖି କାମ କରିବା ବନ୍ଦ କରିଦିଏ । ସେମାନଙ୍କ ସମସ୍ତ ଇନ୍ଦ୍ରିୟ ବନ୍ଦ ହୋଇଯାଏ ସେମାନେ ବହୁତ କିଛି କହିବା ପାଇଁ ଚାହୁଁ ଥାନ୍ତି ହେଲେ କହି ପାରନ୍ତି ନାହିଁ । ଏହି ଲୋକ ମୃତ୍ୟୁ ସମୟରେ ବହୁତ କଷ୍ଟ ସହି ଥାନ୍ତି । ହେଲେ ଯେଉଁ ଲୋକ ଜୀବନ ସାରା ସତକର୍ମ କରନ୍ତି ଓ ଠିକ ରାସ୍ତାରେ ଚାଲନ୍ତି ସେମାନଙ୍କ ପ୍ରାଣ ମୁଖରୁ ବାହାରିଥାଏ । ଏହାକୁ ଶୁଭ ମାନା ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *