‘ଓଃ ରେଡି, ପୁରା ରେଡି…ଆଜି ଝୋଳଟେ ହବ’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମିଷ ବଜାର । ତା ପୁଣି ଗୋଟିଏ ଦୁଇଟି ଆଇଟମ୍ ନୁହେଁ ଶତାଧିକ ଆମିଷର ପସରା । ‘ଦି ନନ୍ ଭେଜ୍ ୱାର୍ଲ୍ଡ’ । ଏପରି ନୂଆ କନସେପ୍ଟ ନେଇ ଭୁବନେଶ୍ୱର ପଟିଆ ଇନଫୋସିଟି ଅଂଚଳରେ ମନୋଜ ସାହୁ ନାମକ ବ୍ୟକ୍ତି ସହରବାସୀଙ୍କୁ ଏକ ନିଆରା ପରିବେଶ ଭେଟିଛନ୍ତି । ଗୋଟିଏ ଜାଗାରେ ବିଶ୍ୱର ବିଭିନ୍ନ ପ୍ରକାରର ଆମିଷକୁ ଏକାଠି କରି ବିକ୍ରି ସାଙ୍ଗକୁ ଏକ ଭ୍ରମଣୀୟ ସ୍ଥାନରେ ସେ ପରିଣତ କରିଛନ୍ତି ।

ଆମିଷ କାହାକୁ ବା ପସନ୍ଦ ନଥାଏ । ଶାକାହାରୀ ବ୍ୟକ୍ତିଙ୍କୁ ଛାଡିଦେଲେ ସପ୍ତାହକୁ ଅଧିକାଂଶ ଦିନ ଲୋକ ମାନେ ଖାଦ୍ୟରେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ବଜାରରେ ତ ଆପଣ ଅନେକ ଆମିଷ ଦୋକାନ ଦେଖିଥିବେ, ହେଲେ ଭୁବନେଶ୍ୱର ପଟିଆ ଇନଫୋସିଟି ଅଂଚଳରେ ଖୋଲିଥିବା ‘ଦି ନନ୍ ଭେଜ୍ ୱାର୍ଲ୍ଡ’ ଟିକେ ନିଆରା ।

ଭଳିକି ଭଳି କୁକୁଡା ଯଥା କଡକନାଥ, କୋରାପୁଟ ଗଂଜା, ଦେଶୀ କୁକୁଡା, ଗୁଣ୍ଡୁରି, କେଉଁଝର କୁକୁଡା, ମୟୂରଭଂଜ କୁକୁଡା, ଚାଇନା କୁକୁଡା ଓ ଟର୍କି ଭଳି ନାନା ଦେଶୀ କୁକୁଡା ସହ ବ୍ରଏଲର ଏବଂ ହଂସ ଓ ବତକର ସମାହାର ତା ସାଙ୍ଗକୁ ବତକ ଅଣ୍ଡା, ଅର୍ଗାନିକ୍ ଓ ଡବଲ କେଶର ଯୁକ୍ତ ଅଣ୍ଡା, ଏସବୁ ମିଳୁଛି ଗୋଟିଏ ଜାଗାରେ । ଖାଲି ସେତିକି ନୁହେଁ ଭଳିକି ଭଳି ରୋହୀ, ଭାକୁର ଓ ଇଲିସି ମାଛ ସହ କଙ୍କଡା, ଗେଣ୍ଡା, ପାମ୍ପଲେଟ୍ ଓ ଅକ୍ଟୋପସ୍ ଆଦିକୁ ପରସି ଦିଆ ଯାଇଛି।

ତେବେ ତେବେ ଏକ ପରିବା ବ୍ୟବସାୟୀ ଓ ପରେ ଚିକେନ ଦୋକାନରୁ ନିଜ ଜୀବିକା ଆରମ୍ଭ କରିଥିବା ବ୍ୟବସାୟୀ ମନୋଜ ସାହୁ ଲୋକ ମାନଙ୍କୁ ଗୋଟିଏ ସ୍ଥାନରେ ସାମୂହିକ ଭେରାଇଟ ର ଆମିଷ ଭେଟି ଦେବା ଉଦ୍ଦେଶ୍ୟରେ ଏହାକୁ ପ୍ରତିଷ୍ଠା କରିଛନ୍ତି । ଏଠାରେ ଗ୍ରାହକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନାନା ଭେରାଇଟର ଆମିଷ ଦ୍ରବ୍ୟ ଉପଲବ୍ଧ କରାଯିବା ସହ ଜୀଅନ୍ତା କୁକୁଡା, ମାଛ, ମାଂସକୁ ପ୍ରାଧାନ୍ୟ ଦେଇ ବଜାରର ମଲ୍ ଭଳି ସେ କୁକୁଡାଙ୍କ ପାଇଁ ଫାର୍ମ ହାଉସ୍, ମାଛ ପାଇଁ ଆକ୍ୱାରିୟମ୍ ସହ ବ୍ୟବସ୍ଥିତ ଢଙ୍ଗରେ ସଜାଇଛନ୍ତି ।

କେବଳ ଯେ କିଣିବା ନୁହେଁ ବରଂ ଭ୍ରମଣ କରି ଲାଇଭ୍ କିଚେନର ସୁବିଧା ଥିବାରୁ ଅଦିନିଆ ପିକନିକ୍ ର ମଜା ଉଠାଉ ଛନ୍ତି ରାଜଧାନୀ ବାସୀ । ତେବେ କିଣିବା ସହ ନାନା ବର୍ଗର ଆମିଷ ଦ୍ରବ୍ୟ ଦେଖିବାର ସୁଯୋଗ ମିଳୁଥିବାରୁ ସହର ବାସୀଙ୍କ ମଧ୍ୟରେ ଏହା ବେଶେ ପସନ୍ଦ ହୋଇ ପାରିଛି। ତେବେ ଏହି ନନ୍ ଭେଜ୍ ୱାର୍ଲ୍ଡ ରେ ଓଡ଼ିଶାର ଲୋକପ୍ରିୟ ରାଜନେତା ସୁର ରାଉତରାୟ ପ୍ରଵେଶ କରିଥିଲେ।

ସେଠାରେ ସେ ବୁଲି ବୁଲି ସବୁ ପ୍ରକାରର କୁକୁଡ଼ା,ବତକ,ଆଦି ସମସ୍ତ ଙ୍କୁ ଦେଖିଥିଲେ ଏବଂ ସେମାନଙ୍କ ଅଣ୍ଡା କୁ ମଧ୍ୟ ଦେଖିଲେ। ତେବେ ଦେଖି ସାରିବା ପରେ ସେ ଓଃ ବିୟୁଟି ଫୁଲ.. ଚମତ୍କାର… ଅତି ସୁନ୍ଦର… ରେଡି ରେଡି ଏହି ଭଳି ସବୁ କଥା କହୁଥିଲେ ଏବଂ ସେ ଗୋଟିଏ ବତକ କୁ ଧରି ଫୋଟୋ ମଧ୍ୟ ଉଠାଇ ଥିଲେ। ତେବେ ଏହା ପରେ ସେ ସବୁ ପ୍ରକାରର ପକ୍ଷୀ ମାନଂକୁ ଦେଖି ଖୁସି ହୋଇ ଯାଇଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *