‘ମୋ ପାଟିରୁ ତ ସ୍ଲିପ କରି ଯାଉଛି, ମଲେ ଯାଇ…’ ନିଜ କଥା କହିବା ଢଙ୍ଗକୁ ନେଇ କିଛି ଏମିତି କହିଲେ Sura Routray, ଶୁଣିଲେ ହସି ହସି ଗଡିଯିବେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ ଗତ ବର୍ଷ ଅଗଷ୍ଟ ୧୦ ତାରିଖରେ ନିଜର ୭୮ ତମ ଜନ୍ମ ଦିବସ ପାଳନ କରିଥିଲେ ।

ସୁର ନିଜର ପରିବାର ବର୍ଗ ଏବଂ ସମର୍ଥକ ମାନଙ୍କ ଗହଣ ରେ ଧୁମଧାମରେ ନିଜର ଜନ୍ମଦିନ ପାଳନ କରିଥିଲେ । ସୁର ନିଜର ଜନ୍ମ ଉତ୍ସବ ପାଳନ କରିବା ପରେ କିଛି ଲୋକଙ୍କୁ ଟଙ୍କା ଦେଉ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ପାଖରେ ଥିବା କିଛି ଲୋକ ମଧ୍ୟ ସୁର ଙ୍କୁ ପଇସା ମାଗିଥିଲେ । ଯାହାଦ୍ୱାରା ସୁର ଚିଡ଼ି ଯାଇଥିଲେ । ସୁର ରାଗିଯିବା ସହିତ ଅତି ଅଶ୍ଳୀଳ ଭାଷା ରେ ସେମାନଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ସେହି ବ୍ୟବହାର ଏବଂ ଗାଳି ଗୁଲଜ କୁ ନେଇ ତାଙ୍କୁ ମିଡ଼ିଆ ପ୍ରଶ୍ନ କରିଥିବା ବେଳେ ସେ ଏହାର ଉତ୍ତର ରେ କହିଥିଲେ କି ଛୋଟ ବେଳୁ ଏହି ଅଭ୍ୟାସ ଅଛି । ବେଳେବେଳେ ରାଗରେ କିମ୍ବା ଚିଡିଗଲେ ମୁହଁ ରୁ ଦୋଅକ୍ଷରି ବାହାରି ଯାଏ । ତେବେ ବର୍ତ୍ତମାନ ମଲା ବେଳକୁ କିପରି ଭାବେ ଅଟକିବ ।

ଏହା ସହ ସେ କହିଥିଲେ କି କେହି ଯଦି ମଦ ପିଇ କିମ୍ବା ଅଭଦ୍ର ଙ୍କ ଭଳି ହେଲେ ମୋ ପାଟିରୁ ଭାଷା ଅଭାଷା ବାହାରି ପଡେ କିନ୍ତୁ ତଥାପି ମୁଁ ୯୯ ଭାଗ ସୁଧାରି ସାରିଲିଣି । ତେବେ ସେ କହିଥିଲେ କି ମୁଁ ସେତେବେଳେ ଗାଳି କରେ ଯେତେବେଳେ କିଛି ଖରାପ କାମ ହୁଏ କିମ୍ବା କେହି ବ୍ୟକ୍ତି କୌଣସି ଭୁଲ କରେ କିମ୍ବା ସରକାର ଯଦି ନିଜ କର୍ତ୍ତବ୍ୟ ଠିକ ରେ ନ କରନ୍ତି ତେବେ ମୁଁ ତାଙ୍କୁ ଗାଳି କରେ ଏବଂ ମୋ ପାଟିରୁ ଭାଷା ସ୍ଲିପ କରିଯାଏ ।


ତେବେ ସୁର ଙ୍କ ଏହି କଥା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *