ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ, ସୂର୍ଯ୍ୟ ଙ୍କର ଗୋଟେ ରାଶି ରୁ ଅନ୍ୟ ରାଶି କୁ ଚଳନ ହେବାକୁ ସଂକ୍ରାନ୍ତି କହନ୍ତି । ଏହିଥର ପବିତ୍ର କୁମ୍ଭ ସଂକ୍ରାନ୍ତି ୧୨ ଫେବ୍ରୁଆରୀ ୨୦୨୨, ଶନିବାର କୁ ପାଳନ କରାଯାଉଛି । ୧୨ ଫେବ୍ରୁଆରି ଦିନ ସୂର୍ଯ୍ୟ ଦେବ ଅପରାହ୍ନ ୨.୩୮ ରେ କୁମ୍ଭ ରାଶି ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିପାଇଁ ଏହି ଦିନକୁ ପବିତ୍ର କୁମ୍ଭ ସଂକ୍ରାନ୍ତି ନାମରେ ପାଳନ କରାଯାଇଥାଏ ।
ଏହି ସଂକ୍ରାନ୍ତି ଉପଲକ୍ଷେ ଆପଣ କରିନିଅନ୍ତୁ ୩ଟି ଉପାୟ ଯାହାକି ଆପଣଙ୍କୁ ଆପଣଙ୍କ ଦୋଷ ରୁ ମୁକ୍ତି ମିଳିଯିବ । ତେବେ ପ୍ରଥମ ରେ ଏହିଦିନ ଆପଣ ସକାଳୁ ବ୍ରହ୍ମ ମୁହୂର୍ତ୍ତ ରେ ଉଠିଯିବେ । ପରେ ଘର ର ସଫା କରି ସ୍ନାନ କରିନେବେ । ଯଦି ଆପଣଙ୍କ ଘର ପାଖରେ ଶୁଦ୍ଧ, ପବିତ୍ର ନଦୀର ଜଳ ଅଛି, ତେବେ ସେଥିରେ ଗାଧୋଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ପାଖରେ ସେଭଳି ନଦୀ ନାହିଁ ତେବେ ଆପଣ ଘରେ କୂଅ,ନଳକୂପ, ପାଇପ ଆଦିରେ ଗାଧୋଇ ପାରିବେ ।
ପରେ ସ୍ଵଚ୍ଛ ହୋଇ ସୂର୍ଯ୍ୟ ଦେବଙ୍କ ଉପାସନା କରିବେ । ସୂର୍ଯ୍ୟଙ୍କ ମନ୍ତ୍ର ଅନୁସାରେ ଅର୍ଘ୍ୟ ଦେବେ । ପରେ ସୂର୍ଯ୍ୟଙ୍କର କୌଣସି ବି ମନ୍ତ୍ର କୁ ଶୁଦ୍ଧ, ଶାନ୍ତ ମନରେ ଉପାସନା କରିବେ । ଆପଣ ଏହି ଉପାସନା କଲେ, ଜୀବନରେ ସମସ୍ତ ଆଶାର ଶୁଭଫଳ ପାଇପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ପରିବାର ର କୌଣସି ସଦସ୍ୟ ଉପରେ ବିପଦ ଆସିପାରି ନଥାଏ । ଏହାସହ ଭଗବାନ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଯାହା ଦ୍ୱାରା ଜୀବନ ର ଅନେକ ଦୋଷ ଦୁର ହୋଇଯାଇଥାଏ । କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତାଙ୍କ ସହ ଯେଉଁ ବ୍ୟକ୍ତି ଏହି ସଂକ୍ରାନ୍ତି ଦିନରୁ ଲାଗିରହି ପରଦିନ ଯାଏଁ ବି ତାଙ୍କୁ ଉପାସନା କରିଥାଏ, ତେବେ ତାହାର ଜୀବନର ଦୋଷ କୁ କ୍ଷମା କରିଦିଅନ୍ତି । ତେବେ ଦ୍ଵିତୀୟ ରେ ଆପଣଙ୍କୁ ଅମାବାସ୍ୟା, ପୂର୍ଣ୍ଣମି ରେ ଦାନ ଧର୍ମ କରିବାରୁ ବିଶେଷ ଲାଭଦାୟକ ଫଳ ମିଳିଥାଏ । ଏହି ଅମାବାସ୍ୟା ପ୍ରତି ମାସରେ ଯେପରି ଆସିଥାଏ, ସେଭଳି ସଂକ୍ରାନ୍ତି ମଧ୍ୟ ପ୍ରତି ମାସରେ ଆସିଥାଏ ।
ତେଣୁ ସଂକ୍ରାନ୍ତି ରେ ମଧ୍ୟ ଆପଣ ଦାନ, ଧର୍ମ କଲେ ଆପଣଙ୍କୁ କୋଟି କୋଟି ଗୁଣ ର ପୁଣ୍ୟ ଫଳ ମିଳିଥାଏ । ଆପଣଙ୍କ ଦ୍ୱାରା ଯେତିକି ସମ୍ଭବ ଯଥା- ଜଳ, ଚାଉଳ, ପରିବା, ପୋଷାକ ଆଦି ବଣ୍ଟନ ଅଥବା ଦାନ କରବାଦ୍ୱାରା ଲାଭ ଦାୟକ ହୋଇଥାଏ । ଆମେ ଆଜି ଦାନ କଲେ ପରେ ଆମ ବିପଦ ସମୟରେ ଭଗବାନ ଅନ୍ୟ କାହା ଦ୍ୱାରା ଆମକୁ ସାହାଯ୍ୟ କରିବେ । ଅଥବା ଆମକୁ ଦାନ କରିଥିବା ଫଳ ଅବଶ୍ୟ କୌଣସି ଦିନ ମିଳିବ । ଏହି ଦାନ ଧର୍ମ କରିବା ଦ୍ୱାରା ଆପଣଙ୍କୁ ଶେଷ ରେ ବା ଅନ୍ତକାଳ ପରେ ଉତ୍ତମ ଧାମ ମିଳିଥାଏ ।
ତୃତୀୟ ରେ ଆପଣ ଏହି ଦିନରେ ଆମିଷ ଭକ୍ଷଣ କରିବେ ନାହିଁ । କିମ୍ବା ଘରକୁ ମଧ୍ୟ ଆମିଷ ଆଣିବେ ନାହିଁ । ଏହା ସହିତ ଆପଣ ପିଆଜ, ରସୁଣ ମଧ୍ୟ ତରକାରୀ ରେ ପକାଇ ଖାଇପାରିବେ ନାହିଁ । କାରଣ ପିଆଜ, ରସୁଣ ଆମିଷ ରେ ଗଣା ହୋଇଥାଏ । ଯଦି ଆପଣ ଏହିଦିନ ଆମିଷ ଗ୍ରହଣ କରନ୍ତି । ତେବେ ଆପଣଙ୍କୁ କରିଥିବା ପୂଜା ର କୌଣସି ବି ଫଳ ମିଳିନଥାଏ ।
ତେଣୁ ଏହି ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି , ଭୋଗ ଦେଇଥିବା ଅରୁଆ ଚାଉଳ ରେ ବର୍ଣ୍ଣିତ ବ୍ୟଞ୍ଜନ, ତଥା ଶୁଦ୍ଧ ଦ୍ରବ୍ୟ ଗ୍ରହଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର କୁ ଭି ଶାନ୍ତି ମିଳିଥାଏ । ମାନ୍ୟତା ଅଛି କୌଣସି ଶୁଦ୍ଧ ନଦୀ ଅଥବା ଗଙ୍ଗା ଜଳରେ ସ୍ନାନ କଲେ ଆପଣଙ୍କୁ ଅଧିକ ଗୁଣରେ ପୁଣ୍ୟଫଳ ମିଳିଥାଏ । ଗାଧୋଇ ସାରିଲା ପରେ ଆପଣ ସୂର୍ଯ୍ୟଙ୍କୁ ନଦୀ ସରବରରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ସୂର୍ଯ୍ୟ ଦେବଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ ।
ସେ ତାଙ୍କ କିରଣ ରେ ଆମ ଜୀବନର ପଥକୁ ଆଲୋକିତ କରି ଆଶୀର୍ବାଦ ଦେଇ ଥାଆନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।