ଏମିତି ହେଉଛି ରଜାଘର ଝିଅ ବାହାଘର ! ଡେକୋରେସନ ଦେଖିଲେ ଆଖି ଖୋସି ହୋଇଯିବ…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ପୁରୀ ମହାରାଜା ଶ୍ରୀ ଗଜପତି ମହାରାଜା ଝିଅଙ୍କ ବିବାହ ସମ୍ପନ୍ନ ହୋଇଛି । ଗଜପତି ମହାରାଜ ଦିବ୍ୟ ସିଂହ ଦେବ ହେଉଛନ୍ତି ଆମ ଓଡିଶା ରାଜ୍ୟର ଜଣେ ବିଶିଷ୍ଟ ବ୍ୟକ୍ତି ଓ ତାଙ୍କ ଝିଅ ଦେବେଶୀଙ୍କ ବିବାହ ଆଜି ହିନ୍ଦୁ ରୀତିନୀତି ସହ ହୋଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଜକୁମାରୀ ଦେବେଶୀଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରାଜକୁମାରୀ ଦେବେଶୀଙ୍କ ବିବାହ ଗତ କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା । ମଧ୍ୟ ରାତ୍ରିରେ ବିବାହ ହାତ ଗଣ୍ଠି ସମ୍ପନ୍ନ ହୋଇଥିଲା । ଦେବେଶୀଙ୍କ ସହ ବର୍ଦ୍ଧବାନର ରାଜକୁମାର ଆଦିତ୍ୟଙ୍କର ବିବାହ ହୋଇଛି । ବିବାହ କାର୍ଯ୍ୟକ୍ରମର ସମସ୍ତ ଆରମ୍ଭ ଗତ ପହଡଦିନ ଠାରୁ ହୋଇସାରିଥିଲା । ଏହି ବିବାହ ସମାରୋହରେ ମହାରାଜାଙ୍କ ସମସ୍ତ ପରିବାର ସଦସ୍ୟ ଓ ଅନ୍ୟ ଦେଶର ରାଜା ମାନେ ଯୋଗ ଦେଇଥିଲେ ।

ତେବେ ବନ୍ଧୁଗଣ ରାଜକୁମାରୀ ଦେବେଶୀଙ୍କ ବିବାହ ଡେକୋରେସନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିବାହ ଡେକୋରେସନ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗଜପତି ମହାରାଜାଙ୍କ ଝିଅଙ୍କ ବିବାହ ଡେକୋରେସନରେ ସବୁ ଜିନିଷର ଥିମ ଅଲଗା ଅଲଗା ରହିଥିଲା । ଯେଉଁ ଦିନ ହଳଦୀ ରସମ ଥିଲା ସେଦିନ ପୁରା ଥିମ ହଳଦିଆ ରଙ୍ଗର କରା ଯାଇଥିଲା । ଯେଉଁ ଦିନ ମେହେନ୍ଦି ରସମ ଥିଲା ସେଦିନ ଅଲଗା ଥିମ ଥିଲା ହେଲେ ଗୋଟେ ଦିନ ପୁରା ଧଳା ରଙ୍ଗର ଥିମ ଥିଲା ଯେଉଁ ଦିନ ପୁରୀ ମନ୍ଦିରରୁ ଅଭଡା ଆସିଥିଲା । ବନ୍ଧୁଗଣ ସେହିଦିନ ସବୁ ରାଜା ମାନେ ତଳେ ବସି ଖଲି ପତ୍ରରେ ଅଭଡା ଭୋଜନ କରିଥିଲେ ।

ରାଜକୁମାରୀ ଦେବେଶୀଙ୍କ ବିବାହ ପୁରା ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । ତାଙ୍କ ବିବାହରେ ନାଚଗୀତ ଫଙ୍କସନ ମଧ୍ୟ ଥିଲା । ଏମିତି କି ଗୋଟେ ଦିନ ଓଡିଶୀ ନାଚ ମଧ୍ୟ ହୋଇଥିଲା । ସୂଚନା ମୁତାବକ ଗଜପତି ମହାରାଜ ନିଜ ଝିଅର ବିବାହରେ କରୋନା କଟକଣାକୁ ପୂରାପୂରି ଭାବରେ ପାଳନ କରିଥିଲେ । ଦେବେଶୀଙ୍କ ବିବାହ ପାଇଁ ସମସ୍ତ ଓଡିଶା ବାସୀ ବେସ ଅଧିକ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *