ଦେଖନ୍ତୁ Video: ନିଜକୁ ଫେମସ କରିବା ପାଇଁ ‘କାଚ୍ଚା ବାଦାମ’ ପରେ Puspa ର ଶ୍ରୀବଲ୍ଲୀ ଗୀତରେ ନାଚି ଧୂଆଁ କଲେ Ranu Mandal, ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଇଥିବା ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଗାୟିକା ରାନୁ ମଣ୍ଡଲଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ରାନୁ ସୋସିଆଲ ମିଡିଆରେ ନିଜ କଣ୍ଠ ଦ୍ଵାରା ରାତିଆ ରାତି ଫେମସ ହୋଇଯାଇଥିଲେ ଓ ବଲିଉଡର ଦିଗଜ ଗାୟକ ହିମେଶ ରେଶମୀୟା ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ।

ତେବେ ବଲିଉଡରେ ମାତ୍ର ଗୋଟିଏ ଗୀତ ଗାଇ କୁଆଡେ ଉଭାନ ହୋଇଯାଇଥିଲେ ରାନୁ ହେଲେ ଏବେ ସେ ଚର୍ଚ୍ଚାରେ ରହିବା ପାଇଁ ନୂଆ ନୂଆ ବାଟ ଖୋଜୁଛନ୍ତି । ସେ ପୁଣି ନିଜକୁ ଫେମସ କରେଇବା ପାଇଁ ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡି ରିଲ୍ସ । କିଛି ଦିନ ପୂର୍ବେ ରାନୁ ସବୁଠାରୁ ଟ୍ରେଣ୍ଡରେ ଥିବା ‘କାଚ୍ଚା ବାଦାମ’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ।

ତେବେ ରାନୁ ପଶ୍ଚିମ ବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ କାଚ୍ଚା ବାଦାମ ଗୀତ ଗାଇ ଅନେକ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଗୀତକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଲୋକ ରିଲ୍ସ କରୁଛନ୍ତି । ସୋସିଆଲ ମିଡିଆରେ ରାନୁଙ୍କର ଏହି ଗୀତ ଗାଇବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ରାନୁ ମଣ୍ଡଲ ପୁଣି ଏବେ ଏକ ଭିନ୍ନ ଅନ୍ଦାଜରେ ଲୋକ ମାନଙ୍କ ସାମ୍ନାକୁ ଆସିଛନ୍ତି ଯାହାକି ପୂର୍ବରୁ କେହି କେବେ ଦେଖି ନଥିବେ ।

ତେବେ ରାନୁ ‘ପୁଷ୍ପା’ ଫିଲ୍ମର ଶ୍ରୀବଲି ଗୀତରେ ରିଲ୍ସ କରିଥିବାର ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ପୁରା ବିଶ୍ଵରେ ଧମାଲ କରିଥିଲା । ତେବେ ଏହି ଫିଲ୍ମର ଡାଇଲଗ ଓ ଗୀତରେ ସମସ୍ତ ଲୋକ ରିଲ୍ସ ଭିଡିଓ ବନାଉ ଛନ୍ତି । କାଚ୍ଚା ବାଦାମ ପରେ ଏବେ ପୁଷ୍ପା ଫିଲ୍ମର ଶ୍ରୀବଲି ଗୀତଟି ବହୁତ ଟ୍ରେଣ୍ଡରେ ରହିଛି ତେଣୁ ରାନୁ ମଧ୍ୟ ନିଜର ଫେମସ କରେଇବା ପାଇଁ ଶ୍ରୀବଲି ଗୀତରେ ଝୁମୁ ଥିବାର ନଜର ଆସିଛନ୍ତି ।

ଏହି ଗୀତରେ କେବଳ ରାନୁ ନୁହେଁ ଅନେକ ଯୁବପିଢି ଓ ଅନେକ ସେଲିବ୍ରେଟି ମାନେ ମଧ୍ୟ ରିଲ୍ସ କରିସାରିଛନ୍ତି । ଏହା ସହିତ ରାନୁଙ୍କୁ ସୋସିଆଲ ମିଡିଆରେ ଆହୁରି ଅନେକ ଗୀତଏ ଠୁମୁକା ଲଗାଉ ଥିବାର ଦେଖିବାକୁ ମିଳୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୁଙ୍କ ଶ୍ରୀବଲି ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *