ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଲୋକ ନିଜ ଟଙ୍କାକୁ ଅଧିକ ରୁ ଅଧିକ ବଢାଇବା ପାଇଁ ଚାହିଁ ଥାନ୍ତି । ଅନେକ ଲୋକ ଏଥିପାଇଁ ରିକ୍ସ ନେଇ ସେୟାର ବଜାରରେ ଟଙ୍କା ଲଗାଉ ଥିବା ବେଳେ ଅନେକ ଲୋକ ବିନା କୌଣସି ରିକ୍ସରେ ନିଜ ଘରେ ଟଙ୍କା ସାଇତି ରଖିଥାନ୍ତି । ହେଲେ ଅନେକ ଲୋକ ଜାଣି ନଥାନ୍ତି ଆମ ଦେଶରେ ଏମିତି ଅନେକ ସରକାରୀ ଯୋଜନା ରହିଛି ଯେଉଁଠି ମିଳିଥାଏ ଡବଲ ଲାଭ ।
ଏଠି ଆପଣ ଟଙ୍କା ରଖିଲେ ଗ୍ୟାରେଣ୍ଟି ସହ ଦୁଇଗୁଣା ହୋଇଥାଏ । ସାଧାରଣ ଲୋକ ମାନେ ସରକାରୀ ଯୋଜନାର ଲାଭ ଉଠାଇବା ଦରକାର । ଏଥିପାଇଁ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରୁଛନ୍ତି । ଯେମିତି କି ଲୋକମାନେ ନିଜ ଟଙ୍କାରୁ କିଛି ସଞ୍ଚୟ କରି ଭବିଷ୍ୟତରେ କିଛି ଅସୁବିଧାରେ ପଡିବେ ନାହିଁ । ଭାରତ ସରକାରଙ୍କ ଅଧୀନରେ ଥିବା ପୋଷ୍ଟ ଅଫିସରେ ରହିଛି ଏମିତି ୪ଟି ଲାଭଦାୟକ ଯୋଜନା ଯାହା ଆପଣଙ୍କ ଟଙ୍କାକୁ ଗ୍ୟାରେଣ୍ଟି ସହ ଦୁଇଗୁଣା କରିଥାଏ ।
ପ୍ରଥମେ ଜାଣିବା ନାସନାଲ ସେଭିଙ୍ଗ ସାର୍ଟିଫିକେଟ ସ୍କିମ ବିଷୟରେ । ଏଥିରେ ଆପଣ ପୁଞ୍ଜି ନିବେଶ କରି ମାତ୍ର କିଛି ମାସରେ ଦୁଇଗୁଣା ଲାଭ ପାଇପାରିବେ । ସବୁଠାରୁ ବଡ କଥା ଆପଣ ମାନେ ଏହି ଯୋଜନାରେ ୧୦୦ ଟଙ୍କା ହିଁ ନିବେଶ କରିପାରିବେ । ସାରା ଦେଶରେ ଥିବା ପୋସ୍ତ ଅଫିସରେ ଏହି ଯୋଜନା ଏବେବି ଜାରି ରହିଛି । ଦ୍ଵିତୀୟଟି ହେଉଛି ଟାଇମ ଡିପୋଜିଟ ସ୍କିମ ।
ସବୁ ପୋଷ୍ଟ ଅଫିସରେ ଲୋକେ ଏହି ସ୍କିମରେ ନିବେଶ କରିପାରିବେ । ଏହା ବ୍ଯାଙ୍କ ଫିକ୍ସଡ ଡିପୋଜିଟ ପରି ଏକ ଯୋଜନା ଯେଉଁଥିରେ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିହେବ । ଏହାର ସୁଧ ସିଧା ସଳଖ ଆକାଉଣ୍ଟକୁ ଯାଇଥାଏ । ଆପଣ ନଗତ ଟଙ୍କା କିମ୍ବା ଚେକ ଦ୍ଵାରା ଏଥିରେ ଆକାଉଣ୍ଟ ଖୋଲି ପାରିବେ । ତୃତୀୟ ଯୋଜନାଟି ହେଉଛି ସ୍ମଲ ସେଭିଙ୍ଗ ସ୍କିମ ଆରଡି ।
ସମସ୍ତ ବ୍ୟାଙ୍କରେ ଏହି ଯୋଜନା ଥିଲେ ମଧ୍ୟ ପୋଷ୍ଟ ଅଫିସ ଆପଣ ଟଙ୍କା ସଞ୍ଚୟ କଲେ ଆପଣଙ୍କୁ ମିଳିବ ଅଧିକ ସୁଧ । ଏହି ଯୋଜନାରେ ମାସିକ ନିଶ୍ଚିତ ରାସୀ ଜମା କରି ଅବଧି ଶେଷରେ ଆପଣ ମୋଟା ଅଙ୍କର ରିଟର୍ନ ପାଇପାରିବେ । ବନ୍ଧୁଗଣ ଆମର ଶେଷ ଯୋଜନାଟି ହେଉଛି କିଶାନ ବିକାଶ ପତ୍ର । ଏହା ମାଧ୍ୟମରେ ଆପଣ ନିଜ ଟଙ୍କାକୁ ଦୁଇଗୁଣା କରିପାରିବେ ।
ଏହି ଯୋଜନାରେ ଜଣେ ବ୍ୟକ୍ତି ଅତି କମରେ ଏକ ହଜାର ଟଙ୍କା ନିବେଶ କରି ଖାତା ଖୋଲିପାରିବେ । ଏହି ଯୋଜନାରେ ଆପଣ ୧୨୪ ମାସ ନିବେଶ କରିବା ପରେ ଆପଣ ଦୁଇଗୁଣା ଅର୍ଥ ପାଇପାରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ । ଧନ୍ୟବାଦ