ବନ୍ଧୁଗଣ ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା ନିଜ ଘରକୁ କାହିଁକି ଆସିଥାଏ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଏଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆପଣଙ୍କର ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଏହା ହେଉଛି ଏକ ସତ୍ୟ ଘଟଣା ଯାହାକୁ ଆପଣ ମାନେ ଗୁଗଲ କିମ୍ବା ୟୁଟ୍ୟୁବରେ ସର୍ଚ କରି ଦେଖି ପାରିବେ । ହରିୟଣାର ପଲବଲରେ ଏକ ଯୁବକ ରହୁଛି ଯାହାର ବୟସ ହେଉଛି ୧୫ ବର୍ଷ । ୨୦୧୬ ମସିହାରେ ସେ ଯେତେବେଳେ ୧୦ ବର୍ଷର ଥିଲା ସେତେବେଳେ ସେ ନିଜ ବାପାଙ୍କ ସହ ଏକ ମୋଟର ସାଇକେଲରେ ନିଜ ପିଇଶି ଘରକୁ ଯାଉଥିଲା ।
ରାସ୍ତାରେ ଯାଉଥିବା ବେଳେ ରାହୁଲ ନିଜ ବାପାଙ୍କୁ ଅଧା ବାଟରେ କହିଲା ତାକୁ ନିଜ ଗାଁକୁ ଯିବାର ଅଛି ଓ ସେହି ଗାଁଟି ହେଉଛି ବାସୁଆ । ଅଧିକ ଜିଦି କରିବାରୁ ବାପା ସେହି ଗାଁକୁ ନେଇ ଯାଇଥିଲେ ଗାଁକୁ ପହଞ୍ଚିବା ମାତ୍ରେ ରାହୁଲ ଗୋଟେ ଘର ଭିତରକୁ ଦଉଡି ପଶି ଯାଉଛି ।ସେହି ଘରେ ୪୫ ବର୍ଷୀୟ ଜଣେ ମହିଳା ଥିଲେ ଓ ତାଙ୍କର ତିନୋଟି ଛୁଆ ମଧ୍ୟ ଥିଲେ ।
ରାହୁଲ କହିବା ଅନୁସାରେ ସେ ମହିଳା ହେଉଛନ୍ତି ତାଙ୍କର ପତ୍ନୀ ଓ ତାଙ୍କ ଛୁଆ ମାନଙ୍କର ନାମ ମଧ୍ୟ ରାହୁଲ କହିଦେଲା । ଏହି ଖବର ଗାଁରେ ଚର୍ଚ୍ଚାର ବିଷୟ ପାଲଟିଗଲା । ଗାଁ ଭିଡକୁ ଦେଖି ରାହୁଲ କେତେକ ଲୋକଙ୍କ ନାମ ମଧ୍ୟ କହିଦେଲା । ହେଲେ ରାହୁଲ କେବେ ସେହି ଗାଁକୁ ଯାଇ ନଥିଲା । ରାହୁଲର କହିବା ମୁତାବକ ତାର ପୁନଃ ଜନ୍ମ ହୋଇଛି ପୂର୍ବ ଜନ୍ମରେ ତାର ନାମ ଧନରାଜ ଥିଲା ।
ତାର କହିବା ମୁତାବକ, ଦୀର୍ଘ ୧୧ ବର୍ଷ ତଳେ ସେ ଚଣ୍ଡିଗଡରୁ ଟ୍ରକ ନେଇ ଆସୁଥିଲା ହେଲେ ରାସ୍ତାରେ ଆସିବା ବେଳେ ଦୁର୍ଘଟଣା ଜନିତ ତାର ମୃତ୍ୟୁ ହୋଇଥିଲା । ଆଜିର ସମୟରେ ରାହୁଲ ପାଇଁ ଦୁଇଟି ପରିବାର ମଧ୍ୟରେ ଏକ ଭିନ୍ନ ସମ୍ବନ୍ଧ ଯୋଡି ହୋଇଯାଇଛି । ଧନରାଜର ପତ୍ନୀ ରାହୁଲକୁ ସେହିଭଳି ସମ୍ମାନ ଦେଉଛି ଯେଉଁ ଭଳି ସେ ନିଜ ସ୍ଵାମୀଙ୍କୁ ଦେଉଥିଲା ।
ସେ ରାହୁଲର ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତାଙ୍କୁ ଲାଗୁଛି ତାଙ୍କ ସ୍ଵାମୀଙ୍କ ପୁନଃ ଜନ୍ମ ହୋଇଛି ଯାହା ସତ । ଗାଁରେ ଧନରାଜଙ୍କ ସାଙ୍ଗ ମାନେ ସେହି ଭଳି ଭାବରେ ରାହୁଲଙ୍କ ସହ ମିଶୁ ଛନ୍ତି ଯେଉଁ ଭଳି ସେ ନିଜ ସାଙ୍ଗ ସହ ଆଗରୁ ମିଶୁ ଥିଲେ । ତେବେ ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।