92 ରନ ରେ ଆଉଟ ହୋଇଗଲେ ଶୁଭମନ ଗିଲ, କାନ୍ଦି ପକାଇଲେ ସାରା ତେନ୍ଦୁଲକର… ଆଉ ତା ପରେ

ଶୁଭମନ ମିସ କରିଲେ ଶତକ ଯାହାକୁ ଦେଖି କାନ୍ଦି ପକାଇଲେ ସାରା । ମୁମ୍ବାଇର ୱାଙ୍ଖଡେ ରେ ବାପାଙ୍କ ଆଗରେ କାନ୍ଦିଲେ । ପ୍ରଥମ ବିଶ୍ଵକପ ଶତକ ହାସଲ କରି ପାରିଲେନି ଗିଲ । ହଁ ଦର୍ଶକ ବନ୍ଧୁ ନିଜର ପ୍ରଥମ ବିଶ୍ଵକପ ଶତକ ହାସଲ କରି ପାରିଲେ ନାହିଁ ଶୁଭମନ ଗିଲ । ମାତ୍ର 8 ରନ ପାଇଁ ସେ ଏହି ଶତକ ରୁ ବଞ୍ଚିତ ହୋଇଛନ୍ତି । ସେ ଆଉଟ ହେବା ପରେ ଷ୍ଟାଡିୟମରେ ଥିବା ସମସ୍ତଙ୍କ ଆଗରେ ସ୍ତବ୍ଧ ହୋଇ ବସି ପଡିଥିଲେ ।

ବଡ କଥା ହେଉଛି ଗିଲ ପ୍ୟାଭିଲନ ଫେରିବା ସମୟରେ ଷ୍ଟାଡିୟମ ରେ ବସିଥିବା ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର କାନ୍ଦି ପକାଇଥିଲେ । ଯାହା କି ରେକର୍ଡ କରା ଯାଇଥିଲା । ଗତ କାଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ରେ ମୁହାଁ ମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । 2011 ବିଶ୍ଵକପ ଫାଇନାଲ ରେ ଉଭୟ ଏହି ଗ୍ରାଉଣ୍ଡରେ ସାମ୍ନା ସାମ୍ନି ହୋଇଥିଲେ । ଯେଉଁଥିରେ ଶ୍ରୀଲଙ୍କା କୁ ମାତା ଦେଇ ଭାରତ ଚାମ୍ପିୟାନ ହୋଇଥିଲା ।

ପ୍ରଥମେ ଟସ ଜିତି ଭାରତ ବ୍ୟାଟିଙ୍ଗ କରିବାକୁ ନିସ୍ପତି ନେଇଥିଲା । ଏହା ପରେ ମଇଦାନ କୁ ଓଲହାଇଥିଲା ରୋହିତ ଶର୍ମା ଓ ଶୁଭମନ ଗିଲ । ଆଉ ପ୍ରଥମ ବଲ ରେ ଚଉକା ମାରିଥିଲେ ରୋହିତ । ହେଲେ ଦ୍ଵିତୀୟ ବଲ ସେ କଲିନ ବୋର୍ଡ ହୋଇ ଯାଇଥିଲେ । ହେଲା ଏହା ପରେ ବିରାଟ ଓ ଗିଲ ମ୍ଯାଚ ଖେଳିଥିଲେ । ଦୁଇ ଜଣଙ୍କ ମଧ୍ୟରେ 189 ରନ ର ଭାଗୀଦାରୀ ହୋଇଥିଲା । ଉଭୟ ଖେଳାଳି ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଦୁହେଁ ଶତକ ହାସଲ କରିବାକୁ ଅଗ୍ରସର ହେଉଥିବା ବେଳେ ଘଟିଥିଲା ବଡ ଅଘଟଣ । 92 ଟି ବଲ ରୁ 2ଟି ଚକା ଓ 11ଟି ଚଉକା ସହ 92 ରନ କରି ପ୍ୟାଭିଲନ ଫେରିଥିଲେ ଶୁଭମନ । ବିଶ୍ଵକପରେ ନିଜର ପ୍ରଥମ ଶତକ ହାସଲ କରିବା ଅଧା ରହି ଯାଇଥିଲା । ତେବେ ତାଙ୍କର ଏହି ଆଉଟ ହେବାକୁ ନେଇ ବିଶ୍ଵାସ କରିପାରି ନ ଥିଲେ ଭାରତୀୟ ପ୍ରଶଂସକ । ଷ୍ଟାଡିୟମ ରେ ଉପସ୍ଥିତ ଥିବା ଫ୍ୟାନ୍ସ ମାନେ ପୁରା ସାଇଲେନ୍ଟ ହୋଇ ଯାଇଥିଲେ ।

ସବୁଠାରୁ ଅଧିକ ମନ ଦୁଃଖ କରିଥିଲେ ସାରା ତେନ୍ଦୁଲକର । ସେ ତାଙ୍କ ବାପାଙ୍କ ଆଗରେ କାନ୍ଦି ପକାଇ ଥିଲେ । ମ୍ଯାଚ ପୂର୍ବରୁ ସଚିନ ଓ ସାରା ଷ୍ଟାଡିୟମ ରେ ପହଞ୍ଚି ଯାଇଥିଲେ । ପୂର୍ବ ମ୍ଯାଚରେ ସାରା ଖୁସି ହୋଇ ତାଳି ହୋଇ ନାଚିଥିଲେ । ଯେତେବେଳେ ଗିଲ ଚଉକା ମାରିଥିଲେ । କିନ୍ତୁ ଗତ କାଲି ଶତକ ହାସଲ ନ କରିପାରି ଥିବାରୁ ସାରା ଙ୍କ ମନ ଭାଙ୍ଗି ଯାଇଛି ।

ତେବେ ଶୁଭମନ ଚଳିତ ବିଶ୍ଵକପରେ 2ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଏଭଳି ବିରାଟ କୋହଲି ମଧ୍ୟ ମାତ୍ର 12 ରନ ପାଇଁ ଶତକ ରୁ ବଞ୍ଚିତ ହୋଇଥିଲେ । ସମସ୍ତେ ଆଶା କରିଥିଲେ ବିରାଟ କୋହଲି ଗତ କାଲି ମ୍ଯାଚରେ ଦିନିକିଆ ଶତକ ପୂରଣ କରିବେ । କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ  ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *