ମହିଳାଙ୍କ ପାଇଁ ବଡ ଖୁସି ଖବର ! 100 ଦିନରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ! New CM Mohan Charan Majhi

100 ଦିନରେ ସୁଭଦ୍ରା ଯୋଜନା ! ସୂଚନା ମୁତାବିକ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁକୁ ଗୋଟି ଗୋଟି ପୂରଣ କରିବା ଦିଗରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟ ଜାରୀ ରଖିଛନ୍ତି । ଯେଉଁ ମଧ୍ୟରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ମଧ୍ୟ ରହିଥିଲା । ତେବେ ସୁଭଦ୍ରା ଯୋଜନା ସମ୍ପର୍କରେ ମାନ୍ୟବର ମୋହନ ଚରଣ ମାଝି ଅର୍ଥାତ ଓଡିଶାର ନୂତନ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ ମହିଳା ଏବଂ ଶିଶୁ ବିକାଶ ତଥା ମହିଳା ଶଶକ୍ତିକାରଣ ଦିଗରେ ପୂର୍ବରୁ ପୂର୍ବତନ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ସବୁ ଆଣିଥିଲେ । ହେଲେ ସେହି ଯୋଜନା ସବୁ ଠିକ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ସେହି ସବୁ ଯୋଜନା ଗୁସିକ ମାଧ୍ୟମରେ ଲୋକଙ୍କର ଆର୍ଥିକ ସ୍ଥିତିରେ ଯେଉଁଭଳି ସବୁ ଉନ୍ନତି ଆସିବା କଥା ସେହିଭଳି ହୋଇପାରିନାହିଁ ।

ତେଣୁ ମହିଳା ମାନଙ୍କର ଶଶକ୍ତିକରଣ ଦିଗରେ ମହିଳାଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ପାଇଁ ଭାଜପା ସରକାର ସୁଭଦ୍ରା ଯୋଜନାର ପ୍ରତିଶ୍ତୁତି ଦେଇଥିଲା । ତେବେ ସେହି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ନୂଆ ସରକାର ଆସିଲା ପରେ ପ୍ରଥମ କ୍ଯାବିନେଟ ବୈଠକରେ ଏହି ଯୋଜନା ଉପରେ ଆଲୋଚନା କରାଯାଇଛି । ଏହୋ ସୁଭଦ୍ରା ଯୋଜନାକୁ ଆଗାମୀ 100 ଦିନ ଭିତରେ କାର୍ଯ୍ୟକାରୀ କରାଯିବାକୁ ଯାଉଛି ।

ଏଥିସହ ପ୍ରତ୍ଯେକ ମହିଳା ହିତାଧିକାରୀଙ୍କୁ 50,000 ଟଙ୍କାର ନଗଦ ଭାଉଚର ମିଳିବାକୁ ଯାଉଛି । ତେବେ ଏହି ସୁଭଦ୍ରା ଯୋଜନା ସହ ସମ୍ପୃକ୍ତ ବିଭାଗକୁ ମଧ୍ୟ ଏହାର ଗାଇଡଲାଇନ ପ୍ରସତ୍ତା କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଆଗାମୀ 100 ଦିନ ମଧ୍ୟରେ ଏହା ଉପରେ ସବୁ ପ୍ରସ୍ତୁତ କରାଯାଇ ପ୍ରତ୍ଯେକଟି ମହିଳା କିଭଳି ଭାବେ ଏଥିଦ୍ବାରା ଉପକୃତ ହୋଇପାରିବେ । ତାହା ଉପରେ ଆମେ ବିଶେଷ ଭାବେ ଆମ୍ଭର କାର୍ଯ୍ୟ ଆରମ୍ଭ କରିଦେଇଛୁ ।

ନିର୍ବାଚନ ଘଡିରେ ଭାଜପା ତାହାର ସଂକଳ୍ପ ଲିଷ୍ଟରେ ଲୋକଙ୍କର ଉନ୍ନତିକୁ ଦ୍ରୁଷ୍ଟିରେ ରଖି ଯାହା ଯାହା ସବୁ ଯୋଜନା ପ୍ରସ୍ତୁତ କରିଥିଲା । ତାହାକୁ କେବଳ ଠିକ ଭାବେ କାର୍ଯ୍ୟକାରୀ କରି ଖୁବ ଶୀଘ୍ର ଲୋକଙ୍କର ନିକଟରେ ତାହାକୁ ପହଞ୍ଚାଇବାର ଆମେ ପ୍ରୟାସ କରିବୁ ।  ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *