ଏହାକୁ ଦେଖିବା ପରେ ଜୀବନରେ ଆପଣ କେବେ ବି ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରିବେ ନାହିଁ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରନ୍ତୁ ନାହିଁ । ପ୍ରଥମେ ଆପଣ କିଛି ଲେମ୍ବୁ ଚୋପା ନିଅନ୍ତୁ ଯେମିତିକା ଚୋପା ହଉ ଚଳିବ ମନେକର ଆପଣ ଙ୍କ ପାଖରେ ଦଶଟି ଲେମ୍ବୁ ଚୋପା ଅଛି ତା ପରେ ଏକ ପାତ୍ରରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ ଏବେ ଏଥିରେ ସବୁ ଲେମ୍ବୁ ଚୋପାକୁ ପକେଇ ଦିଅନ୍ତୁ । ଏବେ ଏହାକୁ ଗ୍ୟାସରେ ବସାଇ ଭଲ ଭାବେ ଫୁଟାନ୍ତୁ ଯାହା ଦ୍ୱାରା ଏ ଲେମ୍ବୁରେ ଥିବା ରସ ତାହା ଏ ପାଣିରେ ଅବଶୋଶିତ ହୋଇଯିବ ।


ଆପଣ ଏହାକୁ ପାଖାପାଖି ଚାରିରୁ ପାଞ୍ଚ ମିନିଟ ଭଲ ଭାବେ ଫୁଟାନ୍ତୁ ତା ପରେ ଆପଣ ଦେଖିବେ ପାଣିର ରଙ୍ଗ ଚେଞ୍ଜ ହେଇଯିବ ତାପରେ ଆପଣ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତେବେ ଯେତେବେଳେ ଏ ପାଣି ଥଣ୍ଡାହେଇଯିବ ସେତେବେଳେ ଆମେ ଭଲ ଭାବରେ ଲେମ୍ବୁ କୁ ଚିପୁଡ଼ି ପାଣିରୁ ଅଲଗା କରିବା କାରଣ ଏହି ଲେମ୍ବୁ ଚୋପାରେ ବହୁତ ପାଣି ରହିଥାଏ l

ଏବେ ଆମେ ଏହାକୁ ଏକ ପାତ୍ରରେ ଛାଣିନବା କାରଣ ଏଥିରେ ଯେଉଁ ମଞ୍ଜିଥିବ ତାହା ଯେମିତି ବାହାରି ଯିବ ଏବେ ଦେଖନ୍ତୁ ଆମକୁ ଲେମ୍ବୁ ପାଣି ମିଳିସାରିଛି । ଏବେ ଆପଣ ଗୋଟେ ବୋତଲ ନେଇଛି ଏବଂ ସମ୍ପୂର୍ଣ ଦେଢ଼ ଗ୍ଲାସ ପାଣି ନେବେ ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ଲେମ୍ବୁପାଣିକୁ ମିଶେଇବା ତେବେ ଏହି ଠାରେ କହି ରଖିବା କି ଲେମ୍ବୁରେ ସବୁଠୁ ଅଧିକ ଶକ୍ତି ରହିଥାଏ ଦାଗ ଛଡେଇବାରେ ଜୀବାଣୁକୁ ଶେଷ କରିବାରେ ଆପଣ ଦେଖିବେ ବାସନ ମଜା ସାବୁନ ଯାହାବି ମାର୍କେଟରେ ମିଳୁଛି ସବୁଥିରେ ଲେମ୍ବୁ ବ୍ୟବହୃତ କରାଯାଏ ।

ଆପଣ ବହୁତ ବଢିଆ କ୍ଲିନଜର ବନେଇବେ ଯାହା ଆପଣ ବଜାରରେ ବହୁତ ଦାମରେ କିଣିଥାନ୍ତି ଲେମ୍ବୁପାଣିକୁ ପାଣିରେ ଭଲ ଭାବେ ମିକ୍ସ କରିବେ ଏବେ ସେଥି ରେ ଏକ ଚାମଚ ଖାଇବା ସୋଡ଼ା ବା ଯାହାକୁ ଆମେ ମିଠା ସୋଡା କହିଥାଉ ତାହାକୁ ମିଶେଇବେ ଏହା ଯେବେ ଲେମ୍ବୁରେ ମିଶିଥାଏ ତେବେ ଏହା ବହୁତ ଅଧିକ ପ୍ରଭାବ ପକେଇଥାଏ ଏବଂ ହାନିକାରକ ଜୀବାଣୁକୁ ଶେଷ କରିଥାଏ ଏବଂ ଦାଗକୁ ଦୂର କରିଥାଏ ।

ତେବେ ମିଠା ସୋଡ଼ା ମିଶେଇବା ପରେ ଆପଣ ପ୍ରତିକ୍ରିୟା ଦେଖିପାରିବେ ଏଥିରେ ଫେଣଭଳି ବନିବା ଆରମ୍ଭ ହୋଇ ଯାଇଥିବ ଏବେ ଆପଣ ଯେ କୌଣସି ଲିକ୍ଯୁଡ ଦୁଇ ଚାମଚ ମିଶେଇ ପାରନ୍ତି ଏବଂ ନ ମିଶେଇଲେ ବି ଚଳିବ କିନ୍ତୁ ଏହାକୁ ମିଶେଇଥିଲେ ଏହାଠାରୁ ବହୁତ ସୁଗନ୍ଧ ଆସିଥାଏ ଏବଂ ଫେଣ ମଧ୍ୟ ହୋଇଥାଏ ଯଦି ଆପଣଙ୍କ ପାଖରେ ବିଶ୍ୱାସ ନାହିଁ ତେବେ ଆପଣ କୌଣସିବି ଡିଟରଯେନଟ ମିଶେଇପାରିବେ ।


ଏବେ ଆପଣ ଙ୍କର ଲିକ୍ଯୁଡ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇସାରି ଥିବ । ଏହା ଆପଣଙ୍କ ସମସ୍ତ ସର୍ଭେରେ କାମରେ ଆସିବ ଆପଣ ଏଥିରେ ବାସନବି ମାଜି ପାରିବେ ଏବେ ଆପଣକୁ କୌଣସି ସ୍ପ୍ରେ ବୋତଲର ଆବଶ୍ୟକତା ପଡିବ ଏବେ ତେବେ ଏହାକୁ ସେଥିରେ ଭରି ନେବେ ଏବେ ମନେକର ଆପଣଙ୍କ ପାଖରେ ଗୋଟେ ଥାଳି ଅଛି ଯେଉଁଥିରେକି କିଛି ତେଲ ଲାଗିଛି ।

ଏବେ ଆପଣ ଘରୋଇ ଲିକ୍ଯୁଡକୁ ସ୍ପ୍ରେ କରିବା ଏହାକୁ ଧୋଇ ନେବା ଦେଖନ୍ତୁ ଏହା ଭଲ ଭାବେ ସଫା ହୋଇଯିବ ଏହାକୁ ଆପଣ ବାସନ ମଜା ରେ ବ୍ୟବହାର କରିପାରିବେ ଆପଣଙ୍କୁ ବଜାରରୁ କିଛି କିଣିବାକୁ ପଡ଼ିବନି ଆପଣ ଏହାକୁ ଘରର କାଚ ଏବଂ ଘରର ଯେ କୌଣସି କାଚକୁ ସଫା କରିପାରିବେ ତେବେ ବିଳମ୍ବ ନକରି ଆଜି ହିଁ ଆପଣଙ୍କ ଘରେ ବନାନ୍ତୁ ।

Leave a Reply

Your email address will not be published. Required fields are marked *