Omicron ଉପରେ WHO ଦେଲା ଖୁସି ଖବର, ଯଦି ଏମିତି ହେଲା ତ 2022 ରେ ଶେଷ ହେଇଯିବ କରୋନା, ଦେଖନ୍ତୁ କଣ କହିଲେ WHO ଚିଫ

ବନ୍ଧୁଗଣ, ପୁରା ବିଶ୍ଵରେ ଚର୍ଚ୍ଚା ସୃଷ୍ଟି କରିଥିବା ମହାମାରୀ କରୋନାର ନୂଆ ୱାରିଏଣ୍ଟ ଓମିକ୍ରୋନ କୁ ନେଇ ବିଶ୍ଵ ଶ୍ଵାସ୍ଥ୍ୟ ସଙ୍ଗଠନ ମାନେ WHO ଚେତାବନୀ ଦେବା ସହିତ ଏହା ଆଶା ଦେଇଛି ଯେ, ୨୦୨୨ ବର୍ଷ ଲୋକମାନଙ୍କ ପାଇଁ ଭଲ ଖବର ନେଇ ଆସିବ । WHO ର ମୁଖ୍ୟ ଟେଡ୍ରସ ଏଡନାମ କହିଛନ୍ତି । ଆଶା ଅଛି କି ଆସନ୍ତା ୨୦୨୨ ବର୍ଷ ରେ କରୋନା ସମାପ୍ତ ହୋଇଯିବ । ଏହି ଖବର ବିଶ୍ଵ ଶ୍ଵାସ୍ଥ୍ୟ ସଙ୍ଗଠନ ୨୦ ଡିସେମ୍ବର ରେ WHO ର ମୁଖ୍ୟାଳୟ ରେ ପ୍ରେସ ବିଫ୍ରୀଙ୍ଗ ରେ ଦେଇଥିଲେ ।

WHO ର ମୁଖ୍ୟ ଟ୍ରେଡସ କହିଥିଲେ “କୋରୋନା ଭାଇରସ ର ନୂଆ ୱାରିଏଣ୍ଟ ଓମିକ୍ରୋନ ଡେଲଟା ତୁଳନାରେ ବହୁତ ଶୀଘ୍ର ମାଡ଼ି ମାଡ଼ି ଚାଲୁଛି । ଏହା ଟିକା ନେଇଥିବା ଲୋକ ଏବଂ କରୋନାରୁ ରକ୍ଷା ପାଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି । ଆସନ୍ତା ବର୍ଷ ୨୦୨୨ ଏମିତି ଏକ ବର୍ଷ ହେବ ଯାହା ୩ ଗୁଣ ଲକ୍ଷର ଲୋକମାନଙ୍କ ଜୀବନ ନେଉଥିବା ଏହି ମହାମାରୀ ଦ୍ଵିତୀୟ ଓ ତୃତୀୟ ପିଢ଼ି ର ଲୋକମାନଙ୍କ ପାଇଁ ଟୀକା ନିର୍ମାଣ କରି ଶେଷ ହେବ” ।

ଓମିକ୍ରୋନର ବଢୁଥିବା ମାମଲାକୁ ଦେଖି WHO ଚେତାବନୀ ଦେବା ସହିତ ୨୦୨୨ ନୂଆବର୍ଷ ର ଖୁସିକୁ ଉପଭୋଗ ନ କରିବା ପାଇଁ  ମଧ୍ୟ କହିଛନ୍ତି । ଏମିତି କରିବା ଦ୍ୱାରା କରୋନା ଭାଇରସ କମିବାକୁ ଲାଗିବ । ପୁରା ବିଶ୍ଵରେ କରୋନା ଭାଇରସ ବିଷୟରେ କହିବାକୁ ଗଲେ ୨୭ କୋଟି ୩୬ ଲକ୍ଷ ରୁ ଅଧିକ କୋରୋନା ରୋଗୀ ଅଛନ୍ତି । ଏହି ମହାମାରୀ ରେ ୩ ଗୁଣ ଲକ୍ଷ ୪୦୦୦ ଲୋକଙ୍କର ମୃ-ତ୍ୟୁ ହୋଇସାରିଛି । ଏବଂ ୮୬୩ କୋଟି ରୁ ଉର୍ଦ୍ଧ ଲୋକ କରୋନା ଟୀକା ନେଇ ସାରିଛନ୍ତି ।

WHO ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ଵମୀନାଥନ କହିଛନ୍ତି, ଓମିକ୍ରୋନ ଇମ୍ମୁନିଟୀ ଅଧିକ ଥିବା ଲୋକଙ୍କ ପାଖରୁ ଦୂରେଇ ଅଛି । ଯେଉଁ ଦେଶରେ ଟୀକା ପାଇଁ ବୁଷ୍ଟର ପ୍ରୋଗ୍ରାମ ଆରମ୍ଭ ହେବାକୁ ଯାଉଛି ସେହି ଦେଶରେ ପ୍ରଥମେ କମଜୋର ଲୋକଙ୍କୁ ଟୀକା ଦିଆଯାଉ । ଆମକୁ ବିଶ୍ୱାସ ହୋଇନାହିଁ ଯେ ସବୁ ଟୀକା ଫଳପ୍ରଦ ହେବ । କାରଣ ସୌମ୍ୟା ସ୍ଵାମୀନାଥନ ଆଶା ରଖିଛନ୍ତି କି ଭ୍ୟାକସିନ ଫଳକାରୀ ମଧ୍ୟ ହୋଇପାରେ ।

କିନ୍ତୁ ଏହାର ପୁରା ୧୦୦ ପ୍ରତିଶତ ସତ ବୋଲି ପୁଷ୍ଟି କରାଯାଇ ନାହିଁ । ସମଗ୍ର ବିଶ୍ଵରେ ସଂକ୍ରମଣ ର ଅଧିକ ପ୍ରଭାବ ଓ ମୃ-ତ୍ୟୁ ରେ ଆମେରିକା ପ୍ରଥମ ରେ ଅଛି । ଏବଂ ଦ୍ଵିତୀୟ ପ୍ରଭାବିତ ଦେଶ ହେଉଛି ଭାରତ । ଭାରତରେ ୩ କୋଟି ୪୭ ଲକ୍ଷ ୨୬ ହଜାର ରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୭୬ ହଜାର ରୁ ଅଧିକ ଲୋକ ମୃ-ତ୍ୟୁବରଣ କରି ସାରିଛନ୍ତି । ଭାରତ ପରେ ୩ ୟ ନମ୍ବର ରେ ବ୍ରାଜିଲ ଆସୁଛି । ୨୪ ନଭେମ୍ବର ଦକ୍ଷିଣ ଆଫ୍ରିକା ରେ ଓମିକ୍ରୋନ ଦେଖିବାକୁ ମିଳିଥିଲା । ଏବଂ ଏହା ଅଭି ପର୍ଯ୍ୟନ୍ତ ୯୧ ଦେଶରେ ବ୍ୟାପି ସାରିଲାଣି ।

ଓମିକ୍ରୋନ କୁ ନେଇ ପରୀକ୍ଷଣ ନିରୀକ୍ଷଣ ଜାରି ରହିଛି । କିନ୍ତୁ ଏହା କେତେ ଶୀଘ୍ର ବ୍ୟାପୁଛି ଓ କେତେ ମାରାତ୍ମକ ତାହା ଉପରେ ଅଲଗା ଅଲଗା କଥା ମଧ୍ୟ ଶୁଣିବାକୁ ପଡୁଛି । ପ୍ରଥମେ ଓମିକ୍ରୋନ ଦକ୍ଷିଣ ଆଫ୍ରିକାରେ ୨୪ ନଭେମ୍ବର ରେ ଦେଖିବାକୁ ମିଳିଥିଲା । ଏବଂ ସେଠାରେ ପ୍ରତିଦିନ ୩୦୦ ରୁ ୪୦୦ କେସ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ୨୬ ରୁ ୨୮ ହଜାର କେସ ଦେଖିବାକୁ ମିଳୁଛି । ଏଣୁ ଆପଣ ମାନେ ସାବଧାନତା ର ସହିତ ଜୀବନ ଜାପାନ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *