Weather Alert: ଆଜି ଭୀଷଣ କାଳବୈଶାଖୀ ! ସତର୍କ ରୁହନ୍ତୁ ଏହି 13 ଜିଲ୍ଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୀଷଣ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବିଜୁଳି ଘଡଘଡି ସାଙ୍ଗକୁ ବଜ୍ରପାତ । ଗତକାଲି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ସମେତ ବାଲେଶ୍ଵର ଜିଲ୍ଲା ର ଅଧିକାଂଶ ସ୍ଥାନରେ ହୋଇଯାଇଅଛି ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା । ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ପୁଣି ମୟୂରଭଞ୍ଜ ସମେତ ୧୩ ଜିଲ୍ଲା କୁ ଜାରି ହୋଇଅଛି ୟେଲୋ ୱାର୍ନିଙ୍ଗ । ବିଜୁଳି ଘଡଘଡି ସାଙ୍ଗକୁ ବଜ୍ରପାତ ଲାଗିରହିବ ଏବଂ ଅଧିକାଂଶ ସ୍ଥାନରେ ଘୂର୍ଣ୍ଣୀ ଝଡ ର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି ହୋଇଅଛି ।

ଏପଟେ ତାତିଛି ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶା ରେ ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ୪୪ ରୁ ୪୫ ଡିଗ୍ରୀ ମଧ୍ୟରେ ରହିଅଛି ପାରଦ । ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ଅଧିକାଂଶ ଜିଲ୍ଲା କୁ ଜାରି ହୋଇଅଛି ୟେଲୋ ୱାର୍ନି । ୪୪ ରୁ ୪୬ ଡିଗ୍ରୀ ମଧ୍ୟରେ ପାରଦ ବୃଦ୍ଧି ପାଇବା ସମ୍ଭାବନା କରିଛି ପାଣିପାଗ ବିଭାଗ । ତେବେ ବଲାଙ୍ଗୀରି, ବରଗଡ, ସୋନପୁର ଏବଂ ବୌଦ୍ଧ ଜିଲ୍ଲା କୁ ଆଜି ଜାରି ହୋଇଛି ୟେଲୋ ୱାର୍ନି ।

ଏହି ୪ ଟି ଜିଲ୍ଲା ରେ ଭୀଷଣ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ର ସୂଚନା ଦେଇଛି ପାଣିପାଗ ବିଭାଗ । ୪୪ ରୁ ୪୬ ଡିଗ୍ରୀ ମଧ୍ୟରେ ପାରଦ ବୃଦ୍ଧି ପାଇବାର ସମ୍ଭାବନା ରହିଅଛି । ଏହା ସହିତ ସୁନ୍ଦରଗଡ, ଝାରୁଶୁଗୁଡା, ସମ୍ବଲପୁର, ଦେଓଗଡ, ଅନୁଗୁଳ ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ର ଜିଲ୍ଲା ରେ ଆଜି ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଭୀଷଣ ଗ୍ରୀଷ୍ମ ତାତି ର ସୂଚନା ଦେଇଛି ପାଣିପାଗ ବିଭାଗ ।

୪୩ ରୁ ୪୫ ଡିଗ୍ରୀ ମଧ୍ୟରେ ପାରଦ ରହିବାର ସମ୍ଭାବନା କରୁଛି ପାଣିପାଗ ବିଭାଗ । ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପୁଣି ତାତି ବୃଦ୍ଧି ପାଇବାର ସମ୍ଭାବନା ରହିଅଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ବିଜୁଳି ଘଡଘଡି ସାଙ୍ଗକୁ ବଜ୍ରପାତ ଲାଗି ରହିବ ।

ମୟୁରଭଞ୍ଜ, କେନ୍ଧୁଝର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଜଗସିଂହପୁର, କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ଵର ଜିଲ୍ଲା ରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ବିଜୁଳି ସାଙ୍ଗକୁ ଘଡଘଡି ସତର୍କତା ର ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ସମସ୍ତ ଜିଲ୍ଲା କୁ ୟେଲୋ ୱାର୍ନି ସହିତ ହାଇ ଆଲର୍ଟ ରେ ରଖିଛି ପାଣିପାଗ ବିଭାଗ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *