ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସମ୍ବଲପୁର ଭିସୁଡ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଆଲୋଚନା ଚାଲିଛି ଆଉ ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ବଡ ତଥ୍ୟ ସାମନାକୁ ଆସିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଦର୍ଶକ ବନ୍ଧୁ ଭିସୁଡ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ବିରୋଧରେ ହତୟଆ ଅଭିଯୋଗ ଆଣିଛନ୍ତି ଚନମୟୀଙ୍କ ପରିବାର ଲୋକେ । ମାଆ କାନ୍ଦି କାନ୍ଦି କହୁଛନ୍ତି ଝିଅର ବେକରେ ଚିହ୍ନ ରହିଛି ଝିଅ ଫୋନ କଲା ବେଳେ ତା ମୁହଁରୁ ଗ ଗ ଶବ୍ଦ ବାହାରୁ ଥିଲା । ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଆଜି ସକାଳେ ବୁର୍ଲାରେ ପିସି ବ୍ରିଜରୁ ଡେଇଁ ଭିସୁଟ ଛାତ୍ରୀଙ୍କର ମୃତ ଦେହ ମିଳି ଥିଲା ।
12 ଘଣ୍ଟା ପରେ ଅଗ୍ନିସମ ବାହିନୀ ଦ୍ଵାରା ମୃତ ଦେହ ଉଦ୍ଧାର ହୋଇଥିଲା । ଚିନମୟୀ ଭିସୁଟ ଆଇଟି ବିଭାଗର ପାସ ଆଉଟ ଛାତ୍ରୀ ଗତ କାଲି ସମାବର୍ତ୍ତନ ଉତ୍ସବରେ ସେ ଡିଗ୍ରୀ ସାର୍ଟିଫିକେଟ ନେବା ପାଇଁ ଆସିଥିଲେ । ଏହା ପରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ ଚିନମୟୀ । ତେବେ ତାଙ୍କ ଆଗରେ ପିସି ବ୍ରିଜ ଉପରୁ ଡେଇଁ ପଡି ଥିଲେ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲା ଅଗ୍ନିସମ ବିଭାଗ ଆଜି ପୁଣି ପୋଲିସ ଏବଂ ଅଗ୍ନିସମ ବାହିନୀ ଖୋଜା ଖୋଜି କରିବା ପରେ ମୃତ ଦେହ ମିଳିଛି । ତେବେ ଏନେଇ ଚିନମୟୀଙ୍କ ମାଆ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ତା ସହ କଥା ହେଇଥିଲି ସେ କହିଲା ମାମା ଏପଟେ ଗଲେ ମୁଁ ହଇରାଣ ହେବି ଭୁବନେଶ୍ବର ପଳାଉଛି ଭୁବନେଶ୍ବରରୁ ସିଧା ଘରକୁ ଆସିବି ।
ତା ପରେ ସେ କଣ କରିଛି ମୋର ଝିଅ ମତେ 9 ଟା ସାଢେ 9ଟା ରେ କଲ୍ କଲାନି ମୁଁ ବ୍ୟସ୍ତ ହେଇ ଗଲି । ସେତେବେଳେ ମୁଁ କଲ୍ କରିବା ବେଳେ ଗୋଟେ ଆବାଜ ଆସିଲା ଯେମିତି ତାର ତଣ୍ଟି କିଏ ଚିପି ଦେଉଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।