Katrina o Vicky ଙ୍କ ବିବାହର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ, କିଛି ଏମିତି ଅନ୍ଦାଜରେ ହେଲା ବନ୍ଧୁ ମାନଙ୍କ Grand Welcome, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତେବେ ବର୍ତ୍ତମାନ ବଲିଉଡର ଏକ ଯୋଡି ନିଜ ବିବାହ ପାଇଁ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ହେଉଛନ୍ତି ବଲିଉଡ ଅଭିନେତ୍ରୀ କାଟ୍ରିନା କେଆଫ ଓ ଅଭିନେତା ଭିକି କୌଶଲ ।

ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କ ଜବରଦସ୍ତ ଅଭିନୟ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଗତ କିଛି ମାସ ହେବ କାଟ୍ରିନା ଓ ଭିକି ନିଜ ବିବାହ ଖବର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓଟି ଏହି ଦୁଇଜଣଙ୍କ ବିବାହ ସହ ଜଡିତ ଅଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଭାଇରାଲ ଭିଡିଓରେ ଭିଆଇପି ଲୋକ ମାନଙ୍କୁ ଗ୍ରାଣ୍ଡ ୱେଲକମ କରାଯାଉଛି । ଏହି ଭିଡିଓଟି ଏକ ବଡ ପ୍ୟାଲେସର ଯାହାର ମୁଖ୍ୟ ଦ୍ଵାରରେ ଏକ ସୁନ୍ଦର ଗେଟ କରାଯାଇଛି । କୁହାଯାଉଛି ଏହି ଭିଡିଓଟି ହେଉଛି ଭିକି ଓ କାଟ୍ରିନାଙ୍କ ବିବାହର ଭିଡିଓ ।

 

View this post on Instagram

 

A post shared by Instant Bollywood (@instantbollywood)

ଭିଡିଓରେ ଭିଆଇପି ମାନଙ୍କ ସ୍ଵାଗତରେ କିଛି ଲୋକ ଯୋଦ୍ଧା ଆକବରର ଗୀତ ‘ଖ୍ୱାଜା ମେରେ ଖ୍ୱାଜା’ ଗୀତ ଗାଉଥିଲେ । ଏକ ରାଜକୀୟ ଢଙ୍ଗରେ ଅତିଥି ମାନେ ଏଣ୍ଟ୍ରି କରୁଥିବାର ନଜର ଆସୁଛନ୍ତି । କୁହାଯାଉଛି ଏହି ବିବାହରେ ମୋବାଇଲ ଫୋନ ବେନ ଥିଲା ତା ହେଲେ ଭାବନ୍ତୁ ଏହି ଭିଡିଓଟି ଲିକ୍ କେମିତି ହେଲା । ଗତ ଶୁକ୍ରବାର ଦିନ ଭିକି ଓ କାଟ୍ରିନାଙ୍କ ବିବାହ ପାଇଁ ମାଧୋପୁର ରାଜେନ୍ଦ୍ର କିଶାନଙ୍କ ଅଧକ୍ଷତାରେ ଏକ ବୈଠକ କରାଯାଇଥିଲା । ସେହି ବୈଠକରେ ୱେଡିଙ୍ଗ ପ୍ଲାନର୍ସ, ହୋଟେଲ ମାଲିକ, ପୋଲିସ ଅଧିକାରୀ ଓ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ ।

କଲେକ୍ଟର ଗଣମଧ୍ୟମଙ୍କୁ କହିଛନ୍ତି ବିବାହ ସମାରୋହ ୭ ଡିସେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ବିବାହରେ ୧୨୦ ଜଣ ଅତିଥି ଆସିବେ । ବିବାହରେ କରୋନା କଟକଣାକୁ କଡାକଡି ଭାବରେ ପାଳନ କରାଯିବ । ମିଡିଆ ରିପୋର୍ଟସ ଅନୁସାରେ କାଟ୍ରିନା ଓ ଭିକି କରବାଡା ଫୋର୍ଟରେ ବିବାହ କରିଛନ୍ତି । ଏହି ଫୋର୍ଟରେ ସର୍ବ ମୋଟ ୪୮ଟି ରୁମ ଅଛି । ଏହି ଫୋର୍ଟରେ ଗୋଟେ ରୁମର ବଡା ୫୦ ହଜାରରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ବିବାହରେ ଆସିଥିବା ସୁରକ୍ଷା କର୍ମୀ ତଥା ବଡିଗାର୍ଡ ମାନଙ୍କୁ ନିକଟସ୍ଥ ହୋଟେଲରେ ରୁମ ଦିଆଯାଇଛି ।

Leave a Reply

Your email address will not be published. Required fields are marked *