M. Venkaiah Naidu ହେବେ ରାଷ୍ଟ୍ରପତି, ଖେଳ କରି ଦେଲେ CM Naveen Patnaik…

ଉପ ରାଷ୍ଟ୍ରପତି ହେବେ ରାଷ୍ଟ୍ରପତି ! ନବୀନ ରହିବେ ପ୍ରସ୍ତାବକ ! ବିରୋଧୀ ମେଳିକୁ ବର୍ଜନ କଲା ବିଜେଡି ! ଦକ୍ଷିଣକୁ ବିଜେପି ଦେବ ଗୁରୁତ୍ୱ ! ବିଜେଡି, ଟିଆରଏସ୍ ମାରିବେ ମୋହର ! ଉପ ରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ଏନଡିଏ ନିଜ ରାଷ୍ଟ୍ରପତି ପାର୍ଥୀ ଘୋଷଣା କରିବ । ବିଜେଡି ସମେତ ୱାଇଏସଆର କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ମଧ୍ୟ ଆଲୋଚନା ହେଉଛି ।

କେବଳ ସେତିକି ନୁହେଁ ଆସନ୍ତା 26 କିମ୍ବା 27 ତାରିଖରେ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପ୍ରସ୍ତାବକ ରହିବା ସହିତ ନିଜେ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣା ପଡିଛି । ଗତ ଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିବା କାରଣରୁ ଏଥର ବିଜେପି ଦକ୍ଷିଣ ଭାରତରୁ ଜଣଙ୍କୁ ବାଛିବାର ସମ୍ଭାବନା ରହିଛି ।

2024 ସାଧାରଣ ନିର୍ବାଚନ ପାଇଁ ବିଜେପି ଫୋକୋସରେ ଦକ୍ଷିଣ ଭାରତ ରହିଛି । ଭେଙ୍କିୟା ଯଦି ପ୍ରାର୍ଥୀ  ହୁଅନ୍ତି ତା ହେଲେ ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ, ଜଗନ ମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ସମର୍ଥନ ତାଙ୍କ ପ୍ରତି ମିଳି ପାରିବ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ଵ ବିଶ୍ଵାସ କରୁଛନ୍ତି ।

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବା ଆରଏସଏସର ମଧ୍ୟ ଭେଙ୍କିୟାଙ୍କ ପ୍ରତି ସମର୍ଥନ ଥିବା ଚର୍ଚ୍ଚା ହେଉଛି । ଭେଙ୍କିୟା ନିଜେ ଆରଏସଏସ ସମର୍ଥିତ ସଂଗଠନ ଅକ୍ଷୟ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜ ରାଜନୈତିକ ଜୀବନର ଆରମ୍ଭ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଉପ ରାଷ୍ଟ୍ରପତି ଥିବା ସମୟରେ ସେ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକେଇଲା ଭଳି କୌଣସି କାର୍ଯ୍ୟ କରି ନାହାନ୍ତି ।

କେବଳ ସେତିକି ନୁହେଁ ରାଜ୍ୟସଭା ଅଧକ୍ଷ ହିସାବରେ ମଧ୍ୟ ସେ ଅନେକ ସମୟରେ ସରକାରଙ୍କୁ ସୁହାଇ ଛନ୍ତି । ସେହି ଦ୍ରୁଷ୍ଟିରୁ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରପତି ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦିଓ ବିଜେପି କାହାକୁ ରାଷ୍ଟ୍ରପତି ପାର୍ଥୀ କରିବ ତାହା ଘୋଷଣା କରି ନାହିଁ ତଥାପି ଏନେଇ ପ୍ରାରମ୍ଭିକ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ଆଲୋଚନା ଆରମ୍ଭ କରିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *