ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘ବୀର୍ କୀ ଅରଦାସ ବୀରା’ ନଜର ଆସୁଥିବା ଏହି 2 Child Artist, ଚିହ୍ନିବା ବି ମୁସ୍କିଲ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ୨୦୧୨ ମସିହାରେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ବୀର କି ଅରଦାସ ବୀରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା । ଏହି ସିରିଆଲ ରେ ଥିବା ସମସ୍ତ କଳାକାର ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲେ । ଏହି ସିରିଆଲ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା ।

ଏହି ଟିଭି ସିରିଆଲ ରେ ରଣବିଜୟ ଏବଂ ବୀରା ନାମକ ଚରିତ୍ର ରେ ଅଭିନୟ କରିଥିବା ଦୁଇ କଳାକାର ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଏବଂ ଏହି ଦୁଇ କଳାକାର ଙ୍କ ପାଇଁ ଏହି ସିରିଆଲ ର ଚାହିଦା ଅଧିକ ମାତ୍ରାରେ ରହିଥିଲା । ତେବେ ବୀର କି ଅରଦାସ ବୀରା’ ଟିଭି ସିରିଆଲ କୁ ବର୍ତ୍ତମାନ ୮ ବର୍ଷ ପୂର୍ଣ ହୋଇ ସାରିଛି । ଯଦିଓ ଏହି ସିରିଆଲ ବର୍ତ୍ତମାନ ଟେଲିଭିଜନ ରେ ପ୍ରସାରିତ ହେଉ ନାହିଁ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମାନେ ଏହି ସିରିଆଲ କୁ ସେତିକି ମାତ୍ରାରେ ପସନ୍ଦ କରୁଛନ୍ତି । ଏହି ଟିଭି ସିରିଆଲ ରେ ରଣବିଜୟ ଏବଂ ବୀରା ପରସ୍ପର ଭାଇ ଓ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ଏହି ଦୁଇ କଳାକାର ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏକ ବଡ଼ ହୋଇସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦୁଇ କଳାକାର ବର୍ତ୍ତମାନ କିପରି ଅଛନ୍ତି ଏବଂ କଣ କରୁଛନ୍ତି ।

ଏହି ସିରିଆଲ ରେ ବୀରା ନାମକ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ‘ହର୍ଷିତା ଓଝା’ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୦ ଫେବୃଆରୀ ୨୦୦୭ ମସିହାରେ ଝାଡ଼ଖଣ୍ଡ ରେ ହୋଇଥିଲା । ସେହିଠାରେ ହିଁ ସେ ନିଜର ପାଠପଢ଼ା ପୂର୍ଣ କରିଥିଲେ । ଏହି ଅଭିନେତ୍ରୀ ନିଜର ଅଭିନୟ କ୍ୟାରିଆର ଟିଭି ସିରିଆଲ ‘ବୀର କି ଅରଦାସ ବୀରା’ ରୁ ଆରମ୍ଭ କରିଥିଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ତେବେ ଏହାପରେ ତାଙ୍କୁ ‘ସାବଧାନ ଇଣ୍ଡିଆ’ ଏବଂ ‘ତମନା’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି ଏବଂ ନିଜର ୧୩ ବର୍ଷ ବୟସ କଂପ୍ଲିଟ କରିସାରିଛନ୍ତି । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି । ସେ ବର୍ତ୍ତମାନ ଆକ୍ଟିଂଗ ଦୁନିଆ ରେ ଦୂରରେ ରହି ନିଜର ପାଠପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି ।

ଏହି ଟିଭି ସିରିଆଲ ରେ ରଣବିଜୟ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାଁ ହେଉଛି, ‘ଭାବେଶ ବଳଚନ୍ଦନି’ ଅଟେ । ଏହି ଅଭିନେତା ଙ୍କ ଜନ୍ମ ୧୪ଏପ୍ରିଲ ୨୦୦୧ ମସିହାରେ ଗୁଜୁରାଟ ରେ ହୋଇଥିଲା । ସେ ନିଜର ପାଠପଢ଼ା ମଧ୍ୟ ଏହିଠାରେ ଆରମ୍ଭ କରିଥିଲେ । ଏହି ଅଭିନେତା ନିଜ କ୍ୟାରିଅର ର ଆରମ୍ଭ ସିରିଆଲ ‘ଫୁଲବା’ ରୁ ଆରମ୍ଭ କରିଥିଲେ ଏବଂ ଏହାପରେ ତାଙ୍କୁ ‘ସୂର୍ଯ୍ୟ ପୁତ୍ର କର୍ଣ’, ‘ନାମକରଣ’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା ।

ତେବେ ସେ ନିଜର ଅଭିନୟ ମାଧ୍ୟମରେ ବହୁତ ମାତ୍ରାରେ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ଏହି ଅଭିନେତା ଜଣକ ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି ଏବଂ ନିଜର ୧୯ ବର୍ଷ କଂପ୍ଲିଟ କରି ସାରିଛନ୍ତି । ଏହି ଅଭିନେତା ପୂର୍ବ ଅପେକ୍ଷା ହାଣ୍ଡସମ ଏବଂ ମ୍ୟାଚୋର ଦେଖା ଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଅଭିନେତା ନିଜ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *