କୁନ୍ନୁର ହେଲିକପ୍ଟର ଦୁର୍ଘଟଣାର ଜୀବିତ ଥିବା ଏକମାତ୍ର ଗୃପ୍ କ୍ୟାପଟେନ୍ Varun Singh ଙ୍କ ଚିଠି ହେଉଛି ଭାଇରାଲ, ଜାଣନ୍ତୁ ସେ କ’ଣ ଲେଖିଥିଲେ?

ବନ୍ଧୁଗଣ ତାମିଲନାଡୁର ନିଳଗିରି ଜଙ୍ଗଲରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁର ସଂଖ୍ୟା ୧୩ରେ ପହଞ୍ଚିଛି । ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟର ଗତ କାଲି ସକାଳ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରତକ୍ଷ ଦର୍ଶୀଙ୍କ ଅନୁସାରେ MI.17.V5 ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗିଯାଇଥିଲା । ଏପରିକି ଜଣେ ପ୍ରତକ୍ଷ ଦର୍ଶୀଙ୍କ ଦାବି ଯେ ଦୁଇ ରୁ ତିନି ଜଣ ବ୍ୟକ୍ତି ଜଳୁଥିବା ଅବସ୍ଥାରେ ହେଲିକପ୍ଟର ରୁ ତଳକୁ ଡେଇଁ ପଡିଥିଲେ ।

ହେଲିକପ୍ଟରରେ ମୋଟ ୧୪ ଜଣ ଲୋକ ଯାତ୍ରା କରୁଥିଲେ ସେମାନଙ୍କ ମଧ୍ୟରୁ କେବଳ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ହିଁ ବଞ୍ଚି ପାରିଛନ୍ତି । କ୍ୟାପଟେନ୍ ସିଂହ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ଜୀବନ ସହିତ ତାଙ୍କର ସଂଘର୍ଷ ଜାରି ରହିଛି । ଏହା ଭିତରେ ତାଙ୍କର ଏକ ଚିଠି ସୋସିଆଲ ମିଡିଆରେ ଯୋରଦାର ଭାଇରାଲ ହେଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କ୍ଯାପଟେନ ସିଂହଙ୍କର ସେହି ଚିଠି ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ୧୮ ସେପ୍ଟେମ୍ବର ୨୦୨୧ରେ ନିଜର ସ୍କୁଲକୁ ଏକ ଚିଠି ଲେଖିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଚିଠି ସେ ଆର୍ମି ପବ୍ଲିକ ସ୍କୁଲ ଚଣ୍ଡି ମନ୍ଦିରର ପ୍ରିନ୍ସପାଲକୁ ଲେଖିଥିଲେ ।

ଯେଉଁଠି କ୍ୟାପଟେନ୍ ସିଂହ ନିଜର ସ୍କୁଲ ଶିକ୍ଷା ପୂରଣ କରିଥିଲେ। ଏହି ପତ୍ରରେ ସେ ନିଜର ସ୍କୁଲର ସେହି ପିଲାଙ୍କୁ ସମ୍ବୋଧିତ କରିଥିଲେ, ଯେଉଁମାନେ କି ପାଠପଢାରେ ଆଭରେଜ୍ ଥିଲେ ।କ୍ଯାପଟେନ ବରୁଣ ସିଂହ ସେହି ଚିଠିରେ ଲେଖିଛନ୍ତି’ପାଠପଢାରେ ଆଭରେଜ୍ ହେବା ଠିକ୍ ଅଟେ। ପ୍ରତ୍ୟେକ ଛାତ୍ର ସ୍କୁଲରେ ଉତ୍କୃଷ୍ଟ ହୋଇପାରିବନି, କିମ୍ବା ୯୦% ଆଣିପାରିବନି। ଯଦି ଆପଣ ଏହି ଉପଲବ୍ଧି ପାଆନ୍ତି ତେବେ ଏହା ଖୁବ୍ ଭଲ କଥା ଓ ଏହାକୁ ପଶଂସା କରାଯିବ ଦରକାର ।

ଆଗକୁ ବରୁଣ ସିଂହ ଲେଖିଛନ୍ତି’କିନ୍ତୁ ଏଭଳି ନୁହେଁ ଯେ, ଆପଣ ଆଭରେଜ୍‌ ଅଟନ୍ତି। କାରଣ ସ୍କୁଲରେ ପସଣ୍ଟେଜ୍ ଆଣିବା ଅର୍ଥ ନୁହେଁ ଯେ ଜୀବନରେ ଆସୁଥିବା ସବୁ ଜିନିଷକୁ ସାମନା କରିବା ପାଇଁ ଯଥେଷ୍ଟ ନୁହେଁ । ଯେତେବେଳେ ଯୁବ କ୍ୟାଡେଟ୍ ଥିଲି, ସେତେବେଳେ କନଫିଡେଣ୍ଟ ଖୁବ୍ କମ୍ ଥିଲା। ଯେବେ ମୁଁ ଫାଇଟର ସ୍କ୍ବାର୍ଡନରୁ ଜଣେ ଯୁବକ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବରେ କମିଶନ୍ ହେଲି ମୋତେ ଲାଗିଥିଲା ।

ଆଗକୁ ବରୁଣ ଲେଖିଛନ୍ତି ‘ଯଦି ଏଥିରେ ନିଜ ମନ ଲଗାଏ ତେବେ ଖୁବ୍ ଭଲ କରିପାରିବି। ସେହି ଦିନ ମୁଁ ସର୍ବଶ୍ରେଷ୍ଟ ହେବା ପାଇଁ କାମ କରିବା ଆରମ୍ଭ କରିଦେଲି। ସେଭଳି ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ଜଣେ କ୍ୟାଡେଟ୍ ଭାବରେ ମୁଁ ପାଠପଢାରେ ଖୁବ୍ ଭଲ ନଥିଲି। କିନ୍ତୁ ପରେ ମୋର ବିମାନ ପ୍ରତି ଖୁବ୍ ଆଗ୍ରହ ବଢିଥିଲା। ମୋତେ ମୋ ନିଜର ବାସ୍ତବିକ କ୍ଷମତା ଉପରେ ଭରସା ନଥିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କ୍ଯାପଟେନ ସିଂହଙ୍କର ଏହି ଚିଠି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *