ମନ କିଣିନେଲେ Jagruti, Anubhav ଓ Varsha ଙ୍କ କଳି ର ଭିଡିଓ ଭାଇରାଲ ହେବା ପରେ ବର୍ଷାଙ୍କୁ ନେଇ କିଛି ଏମିତି କହିଲେ ଜାଗୃତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଅନୁଭବ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ଷା ଓ ଅନୁଭବ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଗତ କିଛି ବର୍ଷ ହେବ ଏହି ଦୁଇଜଣଙ୍କ ମଧ୍ୟରେ ପାରିବାରିକ କଳହ ଦେଖିବାକୁ ମିଳୁଛି । ଅନେକ ଦିନ ଧରି ଏହି ଦୁଇଜଣଙ୍କ ପାରିବାରିକ ମାମଲା କୋର୍ଟରେ ଚାଲିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ନିଷ୍ପତ୍ତି ମିଳି ନାହିଁ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଅନୁଭବ ଓ ବର୍ଷାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଅନୁଭବ ଓ ବର୍ଷା ପରସ୍ପର ସହ ଝଗଡା କରୁଥିବାର ନଜର ଆସୁଛନ୍ତି । ଏହି ସିସିଟିଭି ଭିଡିଓ ରେକର୍ଡିଙ୍ଗଟି ବିଜେଡି ସାଂସଦ ଅନୁଭବ ମହାନ୍ତି ନିଜେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚା ଜୋର ସୋର ଚାଲିଛି । ବନ୍ଧୁଗଣ ଏହି ଭିଡିଓକୁ ନେଇ ବର୍ତ୍ତମାନ ଅନୁଭବଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲା ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଜାଗୃତିଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅନୁଭବ ନିଜ ଏକ ବର୍ଷ ତଳର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଜାଗୃତି ଏକ କମେଣ୍ଟ ଦେଇଛନ୍ତି । ଏହି ଭିଡିଓଟି ଫେ-ସଅବୁକ ପେଜରେ ଅନୁଭବ ଜାଗୃତିଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । ଗତ ୧୯ ତାରିଖରେ ଅନୁଭବ ଏହି ସିସିଟିଭି କ୍ୟାମେରାର ତିନୋଟି ଭିଡିଓ ଅପଲୋଡ କରିବା ସହ ଗୋଟେ ନୋଟ ମଧ୍ୟ ଲେଖିଥିଲେ ।


ସେହି ନୋଟରେ ସେ ନିଜର କଷ୍ଟ ବିଷୟରେ କହିଥିଲେ । ନିଜ ଘରେ ରହିବାକୁ ତାଙ୍କୁ ବର୍ଷା ଓ ପୋଲିସ ଆଗରେ ନେହୁରା ହେବାକୁ ପଡିଥିଲା ବୋଲି ସେ କହିଥିଲେ । ଏହି ଭିଡିଓଟି ସେ ସୁପ୍ରିମ କୋର୍ଟ ଓକିଲ ଅଶ୍ଵିନୀ ଦୁବେ, ସାମବାଦଧିକ ଜାଗୃତି ଶୁକ୍ଲା, ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭର୍ଦବାଜ ଓ ମେନ୍ସ ଡେ ଆଉଟ ନାମକ ଏକ ଗଣମାଧ୍ୟମକୁ ଟ୍ୟାଗ କରିଥିଲେ । ଜାଗୃତି ଏହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି- ‘ଆପଣଙ୍କ ସହ କେବଳ ଓଡିଶା ନୁହେଁ ପୁରା ଭାରତ ଅଛି ।


ଆପଣ ନିଜ ଘରେ ପଶିବା ପାଇଁ ଚାବି ମାଗୁଥିବାର ଦେଖି ମୁ ଆଶ୍ଚର୍ଯ୍ୟ ହୋଇଛି’ ।  ଆମକୁ ସୁରକ୍ଷା ଦେବା ପାଇଁ ୫୦ ରୁ ଅଧିକ ଆଇନ ଅଛି ବୋଲି ଏଠି ଜାଗୃତି କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭାଇରାଲ ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *