ବନ୍ଧୁଗଣ ସାଂସଦ ଅନୁଭବ ମହାନ୍ତି ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାଟି ଦୀର୍ଘ ଅନେକ ବର୍ଷ ହେବ ଚାଲିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର କୌଣସି ଉଚିତ ସମାଧାନ ହୋଇ ନାହିଁ । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଅନୁଭବ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବର୍ଷାଙ୍କ ବିରୋଧରେ କିଛି ବଡ ବୟାନ ଦେଇଥିଲେ । ଏହା ପରେ ଉଭୟ ବର୍ଷା-ଅନୁଭବ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି ।
ଏସଡିଜିଏମ କୋର୍ଟ ଗତ ପହଡଦିନ ଏକ ବଡ ଶୁଣାଣି କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷା ଏବେ ଅନୁଭବଙ୍କ ଘର ଛାଡିବେ ଆଉ ବର୍ଷାଙ୍କ ରହିବା ବ୍ୟବସ୍ଥା କରିବେ ଅନୁଭବ । ଆଉ ଏହାରି ମଧ୍ୟରେ ଅନୁଭବଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବର୍ଷା ଥରେ ଅଭିଯୋଗ କରିଥିଲେ ଯେ, ସେ ଯେଉଁ ସବୁ ଫିଲ୍ମ ଅନୁଭବଙ୍କ ପ୍ରଡକ୍ସନ ହାଉସ ପାଇଁ କରିଛନ୍ତି ତା ପାଇଁ ଅନୁଭବ ତାଙ୍କୁ କିଛି ଟଙ୍କା ଦିଅନ୍ତି ନାହିଁ । ଏହାର ଉତ୍ତର ଦେଇ ଅନୁଭବ କହିଛନ୍ତି-‘ତାଙ୍କୁ କୁହନ୍ତି ବେଙ୍କ ଷ୍ଟେଟମେଣ୍ଟ ସେ ଦେଖାନ୍ତୁ । ଯଦି ସେ ଏହି କଥାକୁ ପ୍ରମାଣ କରିଦେଲେ ତା ହେଲେ ଯାହା କହିବେ ମୁଁ ଦଣ୍ଡ ଭୋଗିବା ପାଇଁ ରେଡି ଅଛି । ୨୦୧୫ରେ ଆମେ ଦୁହେଁ ଆମେରିକା ଯାଇଥିଲୁ ୨୧ ଦିନ ପାଇଁ ।
୨୧ ଦିନ ପାଇଁ ମୋ ପାଖରେ ଏମଟିଏନଏଲର ଏକ ମୋବାଇଲ କନେକ୍ସନ ଥିଲା । ଆମେ ୨୧ ଦିନ ଯାଏଁ ଆମେ ନ୍ୟୁ ଜର୍ସି ଯାଇଛୁ, ୱାସିଙ୍ଗ ଟନ ଯାଇଛୁ ଓ ନ୍ୟୁୱାର୍କ ଯାଇଛୁ ତା ପରେ ଫେରିଛୁ । କେତେ ଟେଲିଫୋନ ବିଲ ଆସିଥିବ ଆଜ୍ଞା ବହୁତ ଗପିଛୁ ଆମେ ଦୁଇଜଣ । ୨୨ ଦିନର ୧୪ ଲକ୍ଷ ୮୪ ହଜାର ମାନେ ୧୫ ଲକ୍ଷର ଟେଲିଫୋନ ବିଲ ଆସିଥିଲା । ଏହା ଦେଖି ମୋ ମୁଣ୍ଡ କାମ କରିଲା ନାହିଁ । କାରଣ ଏତେ ଟଙ୍କାର ମୋବାଇଲ ବିଲ ମୁଁ କେବେ ଦେଖି ନଥିଲି । ସେତେବେଳେ ରାଜ୍ୟସଭା ସେକ୍ରେଟେରିଏଟ ସେମାନେ ୫-୬ ଲକ୍ଷା ଟଙ୍କା ଦେଇଥିଲେ ।
ଆଉ ପ୍ରତି ମାସରେ ମୁଁ ଲକ୍ଷ ଲକ୍ଷ ଟଙ୍କା ଚେକ ଦେଇ କ୍ଲିଅର କରିଛି ସେତେବେଳେ ମୋ ଦରମା ଆସୁଥିଲା ଲକ୍ଷ ୧୦ ହଜାର । ସେ ତାଙ୍କ ମାଙ୍କ ସହ ଥରେ କଥା ହେଇଥିଲେ ଆଉ ତାର ବିଲ ଥିଲା ୩ ଲକ୍ଷ ଟଙ୍କା । ମୁଁ ଆମେରିକା ଗଲି ଦୁଇଟି କାର୍ଡରେ ଟଙ୍କା ରଖିଲି ଆଉ ତାଙ୍କୁ ଗୋଟେ ଦେଲି ଖର୍ଚ୍ଚ କରିବା ପାଇଁ ହେଲେ ସେ କହୁଛନ୍ତି ମୁଁ ତାଙ୍କୁ ଟଙ୍କା ଦେଇ ନାହିଁ’ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।